Featuredଜାତୀୟ

ହଠାତ ମଝିରୁ ଫାଟିଗଲା ରାସ୍ତା ….ମାଟି ତଳେ ପଶିଗଲା ଅଟୋ-କାର

ଭୁବନେଶ୍ୱର: ତେଲେଙ୍ଗାନାର ରାଜଧାନୀ ହାଇଦ୍ରାବାଦର ଜନଗହଳି ପୂର୍ଣ୍ଣ ଅଞ୍ଚଳରୁ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ଯାହା ଦେଖି ଲୋକମାନେ ନିଜ ଆଖିକୁ ବିଶ୍ୱାସ କରିପାରୁନାହାନ୍ତି । ଶୁକ୍ରବାର ଦିନ ହଠାତ୍ ଏକ ବ୍ୟସ୍ତବହୁଳ ରାସ୍ତା ଧସି ଯାଇଥିଲା । ଫଳରେ ରାସ୍ତାରେ ପାର୍କିଂ ହୋଇଥିବା କାର,ସାଇକେଲ,ବାଇକ ସବୁ ମାଟି ତଳେ ପୋତି ହୋଇଯାଇଥିଲା। ଦେଖିଲେ ଲାଗୁଥିଲା ଯେମିତି ଏହି ଅଞ୍ଚଳରେ ଭୂମିକମ୍ପ ହୋଇଛି । ଲୋକମାନେ ଭୟରେ ଏଣେତେଣେ ଧାଇଁବାକୁ ଲାଗିଲେ ।

ବାସ୍ତବରେ ଏହି ଘଟଣା ହାଇଦ୍ରାବାଦର ଗୋଶାମାହାଲ ସଭାର ଅଟେ । ଏଠାରେ ଥିବା ଚନ୍ଦନୱାଡି ଅଞ୍ଚଳରେ ଡ୍ରେନ୍ ନିକଟରେ ଥିବା ଏକ ରାସ୍ତା ହଠାତ୍ ଫାଟି ଯାଇଥିଲା । ରାସ୍ତାଟି ଧସେଇ ଯିବାରୁ ଅନେକ କାର୍ ଏଥିରେ ପୋତି ହୋଇଯାଇଥିଲା । ଏହି ଘଟଣାରେ ତିନି ଜଣ ମଧ୍ୟ ସାମାନ୍ୟ ଆହତ ହୋଇଛନ୍ତି।

ଘଟଣା ପରେ ଆତଙ୍କ ଖେଳିଯାଇଥିଲା ଏବଂ ଲୋକମାନେ ପରସ୍ପରକୁ ରକ୍ଷା କରିବାକୁ ଏଣେତେଣେ ଧାଇଁବାକୁ ଲାଗିଲେ। ଅନ୍ୟପକ୍ଷରେ, ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ଗ୍ରେଟର ହାଇଦ୍ରାବାଦ ମ୍ୟୁନିସିପାଲ କର୍ପୋରେସନର ପୋଲିସ ଟିମ୍ ଏବଂ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ। ସେ ତୁରନ୍ତ ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣି ଲୋକଙ୍କୁ କହିଥିଲେ ଯେ ଡ୍ରେନ୍ ବୁଡ଼ିଯିବା କାରଣରୁ ଏହି ଘଟଣା ଘଟିଛି। ଏହି ରାସ୍ତାଟି ଡ୍ରେନ୍ ଉପରେ ନିର୍ମିତ ହୋଇଥିଲା।

ମ୍ୟୁନିସିପାଲିଟି ଅଧିକାରୀମାନେ ଘଟଣାର ତଦନ୍ତ କରୁଛନ୍ତି, ସେମାନେ ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିଛନ୍ତି। ବର୍ତ୍ତମାନ ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।

 

Related Articles

Back to top button
WP Twitter Auto Publish Powered By : XYZScripts.com