Breaking NewsFeaturedଓଡ଼ିଶାଶିକ୍ଷା

Bhubaneswar XIMB University Hostel ସାରା ସାପ, ଆତଙ୍କିତ ଛାତ୍ରଛାତ୍ରୀ

ଯୁଆଡେ ଦେଖିବ ସିଆଡେ ଖାଲି ମାଳ ମାଳ ସାପ । କଲେଜ କ୍ୟାମ୍ପସ ପରିସର ଠାରୁ ଆରମ୍ଭ କରି ଛାତ୍ର ନିବସ ସବୁଠି ସାପ ହିଁ ସାପ । ତିନି ଦିନ ଧରି କଲେଜରେ ସାପ ବୁଲୁଥିବାରୁ କଲେଜ କର୍ତ୍ତୁପଖଙ୍କ ଠାରୁ ଆରମ୍ଭ କରି ଛାତ୍ରଛାତ୍ରୀଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ମନରେ ଆତଙ୍କ ଖେଳିଯାଇଛି । ଏ ଦୃଶ୍ୟ ହେଉଛି ଭୁବବେଶ୍ୱର ଫର୍ଚୁ୍ୟନ ଟାୱାର ନିକଟରେ ଥିବା ଜାଭିଅର ଇନଷ୍ଟିଚୁ୍ୟଟ ଅଫ ମ୍ୟାନେଜମେ କଲେଜର । କେଉଁଠି ହଷ୍ଟେଲ ରୁମ ଝରକାରେ ସାପ ଗୁଡେଇ ତୁଡେଇ ହୋଇ ରହିଛି ତ ଆଉ କେଉଠି ଗାର୍ଡେନ ଏରିଆ ଏବଂ ଫୁଟବଲ ଗ୍ରାଉଣ୍ଡରେ ସାପ ବୁଲୁଥିବାର ଦେଖିବାକୁ ମିଳିଛି । ହଷ୍ଟେଲ ଝରକା ଏବଂ କ୍ୟାମ୍ପସରେ ସାପ ବୁଲୁଥିବା ଦେଖି ଛାତ୍ରଛାତ୍ରୀ ମାନେ ଭୟଭୀତ ହୋଇପଡିଛନ୍ତି । ତେବେ ଏଠାରେ କହିରଖୁଛୁ ଯେ କିଛିଦିନ ତଳେ ମୟୂରଭଞ୍ଜରେ ଏକ ହଷ୍ଟେଲ ଛାତ୍ରୀଙ୍କୁ ସାପ କାମୁଡିବା ଫଳରେ ତାଙ୍କର ମୃତ୍ୟୁ ହୋଇଯାଇଛି। ତେଣୁ ରାଜଧାନୀର ଏକ ପ୍ରମୁଖ ଶିକ୍ଷାନୁଷ୍ଠାନରେ ମାଳମାଳ ସାପ ନିୟମିତ ବାହାରୁଥିବା ବେଳେ କତୃପକ୍ଷ କି ପଦକ୍ଷେପ ନେଉଛନ୍ତି ତାହା ଦେଖିବାକୁ ବାକି ରହିଲା।

Related Articles

Back to top button
WP Twitter Auto Publish Powered By : XYZScripts.com