ବାଣିଜ୍ୟ

୧୫ ଲକ୍ଷ ଟଙ୍କା ସହ ନିଖୋଜ ହେଲେ ସବ ପୋଷ୍ଟ ମାଷ୍ଟର

ଭୁବନେଶ୍ୱର, ୧୭/୦୨/୨୦୨୩ –    ୧୫ ଲକ୍ଷ ଟଙ୍କା ନେଇ ନିଖୋଜ ହେଲେ ସବ ପୋଷ୍ଟ ମାଷ୍ଟର । ଏଭଳି ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଧାମରା ସବ ପୋଷ୍ଟ ଅଫିସରେ । ଉକ୍ତ ସବ ପୋଷ୍ଟ ମାଷ୍ଟର ଜଣଙ୍କ ହେଉଛନ୍ତି ସତ୍ୟମ ସୁନ୍ଦରମ ମଙ୍ଗଳମ ଦାସ ।

ଘଟଣାନୁସାରେ ଗୁରୁବାର ପୋଷ୍ଟ ଅଫିସରେ ଜମା ଥିବା ୧୫ଲକ୍ଷ ଟଙ୍କା ନିଜ ସ୍କୁଟର ସାହାଯ୍ୟରେ ୮୦ କି.ମି. ଦୂରରେ ଥିବା ଭଦ୍ରକ ଜିଲ୍ଲା ମୁଖ୍ୟ ପୋଷ୍ଟ ଅଫିସକୁ ନେଇ ଯାଇଥିଲେ । ଅପରାହ୍ନ ୪ଟା ସମୟରେ ଭଦ୍ରକ ମୁଖ୍ୟ ପୋଷ୍ଟ ମାଷ୍ଟରଙ୍କୁ ଫୋନରେ କଥା ହୋଇ ବାହାରିଥିଲେ । ରାତି ୮ଟା ପର୍ଯ୍ୟନ୍ତ ଭଦ୍ରକ ମୁଖ୍ୟ ଡାକ ଘରେ ସବ୍ ପୋଷ୍ଟ ମାଷ୍ଟର ପହଞ୍ଚି ନଥିଲେ ।

ଏହି ଘଟଣାରେ ଭଦ୍ରକ ମୁଖ୍ୟ ପୋଷ୍ଟ ମାଷ୍ଟର ଭଦ୍ରକ ଏସ୍‌ପିଙ୍କୁ ଲିଖିତ ଅଭିଯୋଗ କରିଥିବା ଜଣାପଡ଼ିଛି । ସେପଟେ ଧାମରା ସବ ପୋଷ୍ଟ ମାଷ୍ଟରଙ୍କ ପତ୍ନୀ ଏହି ଘଟଣାକୁ ନେଇ ଧାମରା ଥାନାରେ ସ୍ୱାମୀ ନିଖୋଜ ଥିବା ଏକ ଲିଖିତ ଅଭିଯୋଗ କରିଛନ୍ତି । ଗତକାଲିଠୁ ମଧ୍ୟ ସବ ପୋଷ୍ଟ ମାଷ୍ଟର ସତ୍ୟମଙ୍କ ମୋବାଇଲ ମଧ୍ୟ ସୁଇଚ୍‌ଅଫ୍‌ ରହିଥିବା ଜଣାପଡିଛି । ମୋବାଇଲ ଟ୍ରାକିଙ୍ଗ୍ କରିବା ପରେ ମାର୍କୋଣା ଥାନା ଅଞ୍ଚଳରେ ତାଙ୍କ ମୋବାଇଲ ସୁଇଚ୍ ଅଫ୍ ହୋଇଥିବା ପୁଲିସ ଜାଣିବାକୁ ପାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com