ବାଣିଜ୍ୟ

ଚିହ୍ନଟ ହେଲା କର୍କଟ ସୃଷ୍ଟିକାରୀ ପ୍ରୋଟିନ GPR-141

ଭୁବନେଶ୍ୱର, ୧୦/୧୨/୨୦୨୨ –  ଦୁରାରୋଗ୍ୟ କର୍କଟ ରୋଗ ନିରାକରଣ କ୍ଷେତ୍ରରେ ମିଳିଛି ଆଉ ଏକ ବଡ ସଫଳତା । ବିଶ୍ୱରେ ପ୍ରଥମ ଥର ପାଇଁ କର୍କଟ ସୃଷ୍ଟିକାରୀ ନୂଆ ପ୍ରୋଟିନ୍‍କୁ ଚିହ୍ନଟ କରାଯାଇଛି । ଏହାର ନାମ ଜି-ପ୍ରୋଟିନ୍‍-କପୁଲଡ୍‍ ରିସେପ୍ଟୋର-୧୪୧ ରହିଛି । ଏହି ସଫଳତା ପାଇଛନ୍ତି ଓଡିଆ ଝିଅ ମୋନାଲିସା ପରିଜା । ଭୁବନେଶ୍ୱର ଜୀବ ବିଜ୍ଞାନ ପ୍ରତିଷ୍ଠାନର ବରିଷ୍ଠ ବୈଜ୍ଞାନିକ ସନ୍ଦୀପ ମିଶ୍ରଙ୍କ ତତ୍ୱାବଧାନରେ ମୋନାଲିସା ଏହି ସଫଳତା ପାଇଛନ୍ତି ।

ଚିହ୍ନଟ ହୋଇଥିବା ନୂଆ ପ୍ରୋଟିନ ମୁଖ୍ୟତଃ ସ୍ତନ କର୍କଟ ରୋଗରେ ଦେଖା ଯାଇଥାଏ । ମାଇସ୍‍, ଚିପ୍‍ କ୍ୟାମ୍‍ ସମେତ ବିଭିନ୍ନ ମେଡଲ୍ରେସ୍ତ ପରୀକ୍ଷା କରିବା ପରେ ଏହା ମାନବ ପାଇଁ ଏକ କ୍ଷତିକାରକ ଜିନ୍‍ ବୋଲି ପ୍ରମାଣିତ ହୋଇଛି। ପୂର୍ବରୁ ସ୍ତନ କର୍କଟ ରୋଗୀଙ୍କ ଶରୀରରେ ଏହି ପ୍ରୋଟିନ ରହିଆସିଛି । କିନ୍ତୁ ଏହା ଏକ କ୍ଷତିକାରକ ପ୍ରୋଟିନ୍‍ ବୋଲି ପ୍ରମାଣିତ ହୋଇ ନ ଥିବାରୁ ଏହାର ଉପଚାର ପାଇଁ ଔଷଧ ପ୍ରସ୍ତୁତ କରାଯାଇ ନ ଥିଲା । ଏବେ ‘ଜିପିଆର-୧୪୧’ ପ୍ରୋଟିନ୍‍ ବିଷୟରେ ସ୍ପଷ୍ଟ ହୋଇଥିବାରୁ ଏହାର ପ୍ରତିରୋଧ ପାଇଁ ଔଷଧ ତିଆରି ନିମନ୍ତେ ଗବେଷଣା ଆରମ୍ଭ ହୋଇଛି । ଏଥିପାଇଁ ସରକାରୀ ଅନୁଦାନ ମିଳିସାରିଛି ।

ଏହି ନୂଆ ଉଦ୍ଭାବନ ସମ୍ପର୍କରେ ସୋସାଇଟି ଫର୍‍ ବାୟୋ କେମିକାଲ ରିସର୍ଚ୍ଚ ଦ୍ୱାରା ପରିଚାଳିତ ମୋଲିକ୍ୟୁଲାର ଅଙ୍କୋଲୋଜି ଜର୍ଣ୍ଣାଲରେ ପ୍ରକାଶ ପାଇଛି । ଏହା ପୂର୍ବରୁ ମଧ୍ୟ ସ୍ତନ କର୍କଟ ପାଇଁ ଦାୟୀ ଥିବା ଏକ ନୂଆ ଜିନ୍‍ ଅଙ୍କୋ ପ୍ରୋଟିନ୍‍କୁ ଡକ୍ଟର ସନ୍ଦୀପ ମିଶ୍ର ଚିହ୍ନଟ କରିଥିଲେ ।

 

Related Articles

Back to top button
WP Twitter Auto Publish Powered By : XYZScripts.com