ବାଣିଜ୍ୟ

କେନ୍ଦୁପତ୍ର ହିତାଧିକାରୀଙ୍କ ପାଇଁ ୧୧୧ କୋଟିର ସହାୟତା ଘୋଷଣା

କେନ୍ଦୁପତ୍ର  ତୋଳାଳି (Kendu leaf pluckers)ଙ୍କ ପାଇଁ ଘୋଷଣା ହେଲା ସହାୟତା । ପ୍ରତ୍ୟେକ ତୋଳାଳିଙ୍କୁ ମିଳିବ ହଜାର ଟଙ୍କାର ଆର୍ଥିକ ସହାୟତା । ଏଥି ସହ ପାଣି ବୋତଲ ଓ ଚପଲ ପାଇଁ ୩୬୦ ଟଙ୍କା ମିଳିବ ବୋଲି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେହିପରି ପ୍ରତ୍ୟେକ ବନ୍ଧାଳୀ ଓ ସିଜିନାଲ ଷ୍ଟାଫଙ୍କୁ ଆର୍ଥିକ ସହାୟତା ଭାବରେ ୧୫୦୦ ଟଙ୍କା ଦିଆଯିବ ।

ରାଜ୍ୟ ସରକାର ଏଥି ପାଇଁ ୧୧୧ କୋଟି ଟଙ୍କାର ସହାୟତା ଦେଇଛନ୍ତି । ଫଳରେ ପ୍ରାୟ ୮ ଲକ୍ଷରୁ ଅଧିକ କେନ୍ଦୁପତ୍ର ହିତାଧିକାରୀ ଏହା ଦ୍ୱାରା ଉପକୃତ ହେବେ।ଦ୍ୱିତୀୟ ପର୍ଯ୍ୟାୟରେ ଏହି ସହାୟତା ରାଶି ଘୋଷଣା ହୋଇଛି । ପୂର୍ବରୁ ପ୍ରଥମ ପର୍ଯ୍ୟାୟରେ ୮୩ କୋଟି ଟଙ୍କାର ସହାୟତା ହିତାଧିକାରୀଙ୍କ ବ୍ୟାଙ୍କ ଖାତାରେ ସିଧାସଳଖ ଜମା କରାଯାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com