ବାଣିଜ୍ୟ

ପୁଣି ମୋ ବସରେ ଲୁଟ୍ ଅଭିଯୋଗ

 ଭୁବନେଶ୍ୱର, ୨୮/ ୦୩/ ୨୦୨୩ –    ପୁଣି ମୋ ବସରେ ଚୋରି ଅଭିଯୋଗ । ଏଥର କିନ୍ତୁ ଛୋଟ ପରିମାଣର ଟଙ୍କା ନୁହେଁ ଏକାଥରକେ ୫୦ ହଜାର ଟଙ୍କା ଲୁଟ୍ ହୋଇଛି । ଏହି ଲୁଟର ଶିକାର ହୋଇଛନ୍ତି କଟକ ବାଙ୍କୀ ଅଞ୍ଚଳର ରାଜକିଶୋର ଜେନା । ବାହାଘର ପାଇଁ ଲୁଗାପଟା କିଣିବାକୁ ଭୁବନେଶ୍ୱର ଆସିବା ବେଳେ ରାଜକିଶୋର ଲୁଟର ଶିକାର ହୋଇଛନ୍ତି । ଏନେଇ ସେ ଚନ୍ଦ୍ରଶେଖରପୁର ଥାନାରେ ଜଣାଇଛନ୍ତି ।

ବାଙ୍କୀ ଥାନା ବିଲୁପଡା ବଡ଼ ପଦନପୁରର ରାଜକିଶୋର ଜେନା ସପରିବାର ଭୁବନେଶ୍ୱର ଆସିବା ପାଇଁ ତ୍ରିଶୂଳିଆରୁ ୧୮ ନମ୍ବର ବସରେ ବସିଥିଲେ । ଚନ୍ଦ୍ରଶେଖରପୁର ଅଞ୍ଚଳରେ ତାଙ୍କର ୫୦ ହଜାର ଟଙ୍କା ଚୋରି ହୋଇଥିବା ସେ ଜାଣିବାକୁ ପାଇଥିଲେ । ବସ୍ କର୍ମଚାରୀ ବସ ଅଟକାଇ ଯାଞ୍ଚ କରିଥିଲେ ମଧ୍ୟ ଲୁଟେରାର ପତ୍ତା ମିଳିନଥିଲା ।

Related Articles

Back to top button
WP Twitter Auto Publish Powered By : XYZScripts.com