ବାଣିଜ୍ୟ

ରଙ୍ଗେଇଲୁଣ୍ଡାରୁ ଭୁବନେଶ୍ୱର ବିମାନ ଉଡ଼ାଣ ପାଇଁ ସମୟ ନିର୍ଦ୍ଧାରଣ

ଭୁବନେଶ୍ୱର, ୧୨/୦୩/୨୦୨୩ –    ଭୁବନେଶ୍ୱରରୁ ବ୍ରହ୍ମପୁରକୁ ପ୍ରାଥମିକ ପର୍ଯ୍ୟାୟରେ ୯ ସିଟ୍‌ ବିଶିଷ୍ଟ ବିମାନରେ ଯାତ୍ରୀ ଯାତାୟାତ କରୁଛନ୍ତି । ରଙ୍ଗେଇଲୁଣ୍ଡା ଏୟାର୍‌ଷ୍ଟ୍ରିପ୍‌ରୁ ଏହି ବିମାନ ସେବା ଆରମ୍ଭ କରାଯାଇଛି । ଚଳିତ ମାସ ପାଇଁ ରଙ୍ଗେଇଲୁଣ୍ଡାରୁ ଭୁବନେଶ୍ୱର ଏବଂ ଭୁବନେଶ୍ୱରରୁ ରଙ୍ଗେଇଲୁଣ୍ଡା ଏୟାର୍‌ଷ୍ଟ୍ରିପ୍‌କୁ ବିମାନ ଉଡ଼ାଣ ପାଇଁ ଗଞ୍ଜାମ ଜିଲ୍ଲା ପ୍ରଶାସନ ସହିତ ଆଲୋଚନା ପରେ ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗ ତରଫରୁ ସମୟ ସାରଣୀ ନିର୍ଦ୍ଧାରଣ କରାଯାଇଛି ।

ମାର୍ଚ୍ଚ ୧୨ ତାରିଖ ଠାରୁ ୨୯ ତାରିଖ ପର୍ଯ୍ୟନ୍ତ ଉଭୟ ରଙ୍ଗେଇଲୁଣ୍ଡା ଓ ଭୁବନେଶ୍ୱରରୁ ଉଡ଼ାଣ ସମୟ ନିର୍ଦ୍ଧାରଣ କରାଯାଇଛି । ଯାତ୍ରା ଟିକଟ ମୂଲ୍ୟ ୧୨୦୦ ଟଙ୍କା ସହିତ ଅତିରିକ୍ତ ଟିକସ କର ଦେବାକୁ ପଡ଼ିବ ବୋଲି ଜିଲ୍ଲା ପ୍ରଶାସନ ତରଫରୁ ସୂଚନା ଦିଆଯାଇଛି ।

ଆଗ୍ରୀମ ଟିକଟ ପାଇଁ ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ବରିଷ୍ଠ ସହାୟକ ଉଦ୍ଧବ ସେଠୀଙ୍କ ଫୋନ୍‌ ନମ୍ବର- ୮୨୮୦୦୮୫୪୩୭ ସହିତ ଯୋଗାଯୋଗ କରିବାକୁ ସୂଚନା ଦିଆଯାଇଛି । ମାର୍ଚ୍ଚ ୧୨, ୧୫, ୧୯, ୨୨, ୨୬ ଓ ୨୯ ତାରିଖ ପାଇଁ ଉଡ଼ାଣ ସମୟ ନିର୍ଦ୍ଧାରଣ କରାଯାଇଛି । ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ାଙ୍କ ନିର୍ଦ୍ଦେଶ ଅନୁସାରେ ଜିଲ୍ଲା ପ୍ରଶାସନ ତରଫରୁ ଏଥିପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com