ଜାତୀୟବାଣିଜ୍ୟ

ବଢ଼ିଲା ସୁନା ଦର

ନୂଆଦିଲ୍ଲୀ: ଭାରତୀୟଙ୍କ ପାଇଁ ନୈରାଶ୍ୟଜନକ ଖବର।  ବଢ଼ିଲା ସୁନା ଦର। ରାଜଧାନୀ ଦିଲ୍ଲୀରେ ଶୁକ୍ରବାର ସୁନାଦର ୧୦ ଗ୍ରାମ ପ୍ରତି  ୫୮୪ ଟଙ୍କା ବୃଦ୍ଧି ପାଇ ୫୦, ୩୪୧ ଟଙ୍କାର  ପହଞ୍ଚିଛି।  ଅନ୍ତର୍ଜାତୀୟ ସ୍ତରରେ ଧାତୁ ମୂଲ୍ୟରେ ପରିବର୍ତ୍ତନ ହେଲେ  ସୁନା ମୂଲ୍ୟ ପ୍ରଭାବିତ ହୋଇଥିବା  ଏଚଡିଏଫସି ସକ୍ୟୁରିଟିଜ୍‌ ପକ୍ଷରୁ ସୂଚନା ଦିଆଯାଇଛି। ପୂର୍ବରୁ ସୁନା ୧୦ଗ୍ରାମ ପ୍ରତି ୪୯,୭୪୭ ଟଙ୍କା ଥିଲା।

ରୁପା କେଜି ପ୍ରତି ୯୯୮ ଟଙ୍କା ବୃଦ୍ଧି ପାଇଛି। ପୂର୍ବରୁ  ରୁପା କେଜି ପ୍ରତି ୫୪,୧୬୬ ଟଙ୍କା ଥିବା ବେଳେ ଏବେ ଏହା ୫୫,୧୬୪ ଟଙ୍କା ପହଞ୍ଚିଛି। ଦିଲ୍ଲୀରେ ୨୪ କ୍ୟାରେଟ ସୁନା ୧୦ ଗ୍ରାମ ପ୍ରତି ୫୮୪ ଟଙ୍କା ବୃଦ୍ଧି ପାଇଛି। ଅନ୍ତର୍ଜାତୀୟସ୍ତରରେ ସୁନା ଦର ବୃଦ୍ଧି ପାଇଥିବା ଏଚଡିଏଫସି ସିକ୍ୟୁରିଟିଜ ପକ୍ଷରୁ କୁହାଯାଇଛି।  ଅନ୍ତର୍ଜାତୀୟ ବାଜାରରେ ସୁନା ଆଉନ୍ସ ପ୍ରତି  ଆମେରୀକୀୟ ଡଲାର ୧,୭୧୮ ହୋଇଥିବା ବେଳେ ରୁପା ଆଉନ୍ସ ପ୍ରତି  ଆମେରିକୀୟ ଡଲାର ୧୮.୮୧ ମୂଲ୍ୟରେ କାରବାର ହେଉଛି।  ତେବେ ପୂର୍ବ ସପ୍ତାହରେ ସୁନାଦର କମ୍‌ ଥିଲା।

Related Articles

Back to top button
WP Twitter Auto Publish Powered By : XYZScripts.com