ଜାତୀୟରାଜନୀତି

ଦୋଷୀ ଦଣ୍ଡ ପାଇବା ଉଚିତ୍‌: ମମତା, ଶିକ୍ଷକ ନିଯୁକ୍ତି ସ୍କାମରେ ମୁହଁ ଖୋଲିଲେ ଦିଦି

ଯଦି କେହି ଦୋଷୀ , ତେବେ ତାଙ୍କୁ  ଦଣ୍ଡ ମିଳିବା  ଉଚିତ ,   ସେ ଆଜୀବନ କାରାଗାରରେ ରହିଲେ ମଧ୍ୟ କିଛି ଫରକ ପଡ଼ିବ ନାହିଁ ।  ପଶ୍ଚିମବଙ୍ଗରେ ସ୍କୁଲ ଶିକ୍ଷକ ନିଯୁକ୍ତି ସ୍କାମରେ ଗିରଫ ହୋଇଥିବା ପାର୍ଥ ଚାଟାର୍ଜୀଙ୍କ ମାମଲାରେ ପ୍ରଥମଥର ମୁହଁ ଖୋଲି ଏଭଳି ମନ୍ତବ୍ୟ ଦେଇଛନ୍ତି  ମମତା ବାନାର୍ଜୀ । ଏଥି ସହିତ ଏହି ଘଟଣା ବିଜେପିର ଷଡ଼ଯନ୍ତ୍ର ବୋଲି ମଧ୍ୟ  ସେ କହିଛନ୍ତି । ଯଦି ବିଜେପି ପାଖରେ କାଦୁଅ ଅଛି ଆମ ପାଖରେ ପିଚୁ ଅଛି ଯାହାର ଦାଗ ଧୋଇବ ନାହିଁ ବୋଲି ଦିଦି କହିଛନ୍ତି । ତେବେ  ଶିକ୍ଷକ ନିଯୁକ୍ତିରେ ହୋଇଥିବା ଦୁର୍ନୀତି ଘଟଣାରେ ଗିରଫ ହୋଇଥିବା ପାର୍ଥ ଚାଟାର୍ଜୀଙ୍କୁ ଇଡି ନିଜ ହେପାଜତକୁ ନେବା ପରେ ଏବେ କ୍ଷମତାସୀନ ଟିଏମସି ସରକାର ଉପରେ ଚାପ ବଢ଼ିଛି। ମନ୍ତ୍ରୀ ପାର୍ଥ ଗିରଫ ହୋଇଥିବା ବେଳେ ତାଙ୍କ ବିରୋଧରେ ମମତା କୌଣସି କାର୍ଯ୍ୟାନୁଷ୍ଠାନ ନ ନେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ମମତାଙ୍କ ଏପରି ଆଭିମୁଖ୍ୟକୁ ବିରୋଧ କରିଛନ୍ତି ଉଭୟ ବିଜେପି ଓ କଂଗ୍ରେସ। ପାର୍ଥଙ୍କୁ ତୁରନ୍ତ ମନ୍ତ୍ରୀ ପଦରୁ ବହିଷ୍କାର କରିବା ପାଇଁ କଂଗ୍ରେସ ସାଂସଦ ଅଧୀର ରଞ୍ଜନ ଚୌଧୁରୀ ମମତାଙ୍କୁ ଚିଠି ଲେଖିଛନ୍ତି। ସେ ଲେଖିଛନ୍ତି, “ବର୍ତ୍ତମାନ ଆପଣଙ୍କ ସରକାରରେ ପାର୍ଥ ଚାଟାର୍ଜୀ ଶିଳ୍ପ ଓ ବାଣିଜ୍ୟ ମନ୍ତ୍ରୀ ଦାୟିତ୍ୱରେ ଅଛନ୍ତି। ସେ ୨୦୧୪ରୁ ୨୦୨୧ ଯାଏ ଶିକ୍ଷା ମନ୍ତ୍ରୀ ଥିଲେ। ଏହି ସମୟରେ ହିଁ ଶିକ୍ଷକ ନିଯୁକ୍ତିରେ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି। ଏହି ଶିକ୍ଷକ ନିଯୁକ୍ତି ଦୁର୍ନୀତିର ତଥ୍ୟ ସମସ୍ତଙ୍କ ପାଖରେ ରହିଛି। କୋର୍ଟଙ୍କ ହସ୍ତକ୍ଷେପ ପରେ ହିଁ ତଦନ୍ତକାରୀ ସଂସ୍ଥା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଏହା ବେଙ୍ଗଲ ସରକାରଙ୍କ ପାଇଁ ଶକ୍ତ ଧକ୍କା। ତେଣୁ ଆପଣ ତୁରନ୍ତ ପାର୍ଥ ଚାଟାର୍ଜୀଙ୍କୁ ମନ୍ତ୍ରୀ ପଦରୁ ବହିଷ୍କାର କରନ୍ତୁ।

Related Articles

Back to top button
WP Twitter Auto Publish Powered By : XYZScripts.com