Breaking NewsFeaturedଜାତୀୟରାଜନୀତି

ସଂସଦ ଭବନ ଉଦଘାଟନ କାର୍ଯ୍ୟକ୍ରମକୁ ବୟକଟ୍ କଲେଣି ୨୦ଟି ପାର୍ଟି, ଜାଣନ୍ତୁ ପୂରା ଖବର…

ଆସନ୍ତା ୨୮ରେ ହେବାକୁ ଥିବା ଭବ୍ୟ କାର୍ଯ୍ୟକ୍ରମକୁ ନେଇ ମାମଲା ସୁପ୍ରିମକୋର୍ଟରେ

ମୋବାଇଲ୍ ନ୍ୟୁଜ୍ ବ୍ୟୁରା: ଆସନ୍ତା ମେ ୨୮ ରବିବାର ନୂତନ ସଂସଦ ଭବନ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ । ହେଲେ ଉଦଘାଟନ ପୁର୍ବରୁ ଏହାକୁ ନେଇ ଜୋର ଧରିଲାଣି ରାଜନୈତିକ ବିରୋଧ । ଏଇ ଉଦଘାଟନୀ ଉତ୍ସବକୁ ନଆସିବା ପାଇଁ ଦେଶର ୨୦ଟି ରାଜନୀତିକ ଦଳ ସିଧା-ସିଧା ମନା କରି ଦେଲେଣି । ବୁଧବାର ପର୍ଯ୍ୟନ୍ତ ୧୯ଟି ଦଳ ଏହାକୁ ବିରାଧ କରୁଥିବାବେଳେ ପୁଣି ଏଥିରେ ସାମିଲ୍ ହାଇଯାଇଛି ଭାରତ ରାଷ୍ଟ୍ର ସମିତି ବା ବିଆର୍‌ଏସ୍ । ପବିତ୍ର ସଂସଦ ଭବନ ଉଦଘାଟନ କରିବା ରାଷ୍ଟ୍ରମୁଖ୍ୟ ମହାମାନ୍ୟ ରାଷ୍ଟ୍ରପତିଙ୍କ ଦାୟିତ୍ୱ । ତେଣୁ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହାକୁ ଉଦଘାଟନ କରିବା କଥା । କିନ୍ତୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାକୁ ଉଦଘାଟନ କରିବା ବଡ଼ ଆଶ୍ଚର୍ଯ୍ୟଜନକ। ପ୍ରଧାନମନ୍ତ୍ରୀଙ୍କ ଏଭଳି ମନମୁଖୀ କାର୍ଯ୍ୟକଳାପକୁ ନିନ୍ଦା କରିବା ସହ ଉଦଘାଟନୀ କାର୍ଯ୍ୟକ୍ରମରେ ଯୋଗଦେବୁ ନାହିଁ ବୋଲି ବିରୋଧୀ ଦଳଗୁଡ଼ିକ ଖୋଲା ଚେତାବନୀ ଦେଇଛନ୍ତି।

ପ୍ରଥମେ ଆମ୍ ଆଦମି ପାର୍ଟି (ଆପ୍‌) ଓ ତୃଣମୂଳ କଂଗ୍ରେସ (ଟିଏମସି) ପକ୍ଷରୁ ସଂସଦ ଭବନ ଉଦଘାଟନ କାର୍ଯ୍ୟକ୍ରମକୁ ବୟକଟ୍ ଘୋଷଣା କରାଯାଇଥିଲା। ସଂସଦ ଭବନ ଉଦଘାଟନ କରିବାକୁ ରାଷ୍ଟ୍ରପତିଙ୍କୁ ନିମନ୍ତ୍ରଣ କରାନଯିବା ଦୁର୍ଭାଗ୍ୟଜନକ କହି ଆପ୍ ପ୍ରଥମେ ବିରୋଧ କରିଥିଲା । ସେହିପରି ଟିଏମସି ସାଂସଦ ଡି.ଓ ବୀରେନ୍ ଅଭିଯାଗ କରିଥିଲେ ଯେ ସଂସଦ କୌଣସି ସାଧାରଣ କୋଠା ନୁହେଁ । ଭାରତୀୟ ଗଣତନ୍ତ୍ରର ପବିତ୍ର ଗୃହ କେବଳ ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଇଁ ତିଆରି କରାଯାଇନି । ତେଣୁ ଅହଂକାରର ପ୍ରାଚୀରରେ ତିଆରି ହୋଇଥିବା ଏଉ ନୂତନ ସଂସଦ ଭବନର ଉଦଘାଟନୀ କାର୍ଯ୍ୟକ୍ରମରେ ଆମେ ସାମିଲ୍ ହେବୁ ନାହିଁ ବାଲି ବୀରେନ୍ ସ୍ପଷ୍ଟ କରିଥିଲେ।

ଉପାର ନେତୃତ୍ୱ ନେଉଥିବା ଭାରତୀୟ ଜାତୀୟ କଂଗ୍ରେସ ମୂଳରୁ ଏହାକୁ ବିରୋଧ କରିଆସିଛି । ଦଳର ଅଧ୍ୟକ୍ଷ ମଲିକାର୍ଜୁନ ଖଡଗେଙ୍କ ସମେତ ସୋନିଆ ଗାନ୍ଧି ଓ ରାହୁଲ ଗାନ୍ଧି ନୂଆ ସଂସଦ ଭବନ ଉଦଘାଟନ ନେଇ ମୋଦିଙ୍କୁ କଡ଼ା ସମାଲୋଚନା କରିସାରିଛନ୍ତି । ସେହିପରି ସିପିଆଇ (ଏମ୍‌)ର ଜେନେରାଲ୍ ସେକ୍ରେଟାରୀ ସୀତାରାମ ୟେଚୁରୀ ମଧ୍ୟ ସାଂଘାତିକ ଅଭିଯାଗ ଉଠାଇଛନ୍ତି । ମହାମହିମ ରାଷ୍ଟ୍ରପତିଙ୍କୁ ପ୍ରଧାନମନ୍ତ୍ରୀ ମୋଦି ବାଏପାସ୍ କରୁଛନ୍ତି ବୋଲି ସେ ଟ୍ୱିଟ୍ କରିଛନ୍ତି । ଏପରିକି ସଂସଦର ବାର୍ଷିକ ଅଧିବେଶନ ଆରମ୍ଭ ଓ ଶେଷ କେବଳ ରାଷ୍ଟ୍ରପତିଙ୍କ ଅଭିଭାଷଣରେ ହାଇଥାଏ, ତେଣୁ ସେହିଁ ଉଦଘାଟନ କରିବା ସାମ୍ୱିଧାନିକ ବାଲି ସେ ଦର୍ଶାଇଛନ୍ତି ।

ରାଷ୍ଟ୍ରୀୟ ଜନତା ଦଳ (ଆର୍‌ଜେଡି)ର ରାଜ୍ୟସଭା ସାଂସଦ ମନୋଜ ଝା କହିଛନ୍ତି ଯେ ସଂସଦ ଭବନ ଉଦଘାଟନୀ କାର୍ଯ୍ୟକ୍ରମରେ ସମ୍ପୂର୍ଣ୍ଣ ସଂଶାଧନ କରାଯିବାର ଆବଶ୍ୟକ । ସେହିପରି ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ ସିଧାସଳଖ ଭାବେ କାର୍ଯ୍ୟକ୍ରମକୁ ବୟକଟ୍ କରିଥିବା ଘୋଷଣା କରିସାରିଛନ୍ତି । ସେପଟେ ନେସନାଲିଷ୍ଟ କଂଗ୍ରେସ ପାର୍ଟି ବା ଏନସିପିର ଜଣେ ବରିଷ୍ଠ ନେତା ବିରୋଧୀ ପକ୍ଷର ସାଥ୍ ଦେବେ ବାଲି ପ୍ରକାଶ କରିଛନ୍ତି । ତାଙ୍କ ଦଳ ନୂଆ ସଂସଦ ଭବନ ଉଦଘାଟନୀ କାର୍ଯ୍ୟକ୍ରମରେ ସାମିଲ୍ ହେବନାହିଁ ବୋଲି ସ୍ପଷ୍ଟ କରିସାରିଛନ୍ତି । ଭିଦୁଥଲାଇ ଚିରୁଥାଇଗଲ କଚି ବା ଭିସିକେ ମଧ୍ୟ ବୟକଟ୍ ଘାଷଣା କରିଛି । ଅନୁରୂପ ଭାବେ ଡିଏମ୍‌କେ ସାଂସଦ ତିରୁଚି ଶିଭା ତାଙ୍କ ଦଳ ଉଦଘାଟନୀ କାର୍ଯ୍ୟକ୍ରମକୁ ବୟକଟ୍ କରୁଥିବା ଘୋଷଣା କରିଛନ୍ତି । ଜେଡିୟୁ ମୁଖିଆ ନୀତୀଶ କୁମାର ମଧ୍ୟ ବିରୋଧୀଙ୍କ ବଳିଷ୍ଠ ନେତୃତ୍ୱ ନେଉଥିବା ସ୍ପଷ୍ଟ । ଶିବସେନାର ଉଦ୍ଧବ ଠାକରେ ଗୋଷ୍ଠୀ ମଧ୍ୟ ବିରୋଧୀ ପାର୍ଟି ସମୂହରେ ସାମିଲ୍ ହୋଇଯାଇଛି ।

ବିରୋଧୀ ଗୋଷ୍ଠୀରେ ସାମିଲ୍ ହୋଇଥିବା ଅନ୍ୟମାନେ ହେଲେ… ଅଖିଳେଶ ଯାଦବ ନେତୃତ୍ୱାଧୀନ ସମାଜବାଦୀ ପାର୍ଟି ବା ଏସପି, ଡି ରାଜାଙ୍କ ନେତୃତ୍ୱରେ ପରିଚାଳିତ ସିପିଆଇ, ଶିବୁ ସୋରେନ୍‌ଙ୍କ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା, କେଏମ୍ ମଣିଙ୍କ ଦ୍ୱାରା ପ୍ରତିଷ୍ଠିତ କେରଳ କଂଗ୍ରେସ ମଣି, ଡ. ସୁଭାଷ ଗର୍ଗଙ୍କ ରାଷ୍ଟ୍ରୀୟ ଲୋକ ଦଳ (ଆରଏଲଡି), ଫାରୁକ୍ ଅବଦୁଲ୍ଲାଙ୍କ ନେତୃତ୍ୱାଧୀନ ନେସନାଲ୍ କନ୍‌ଫରେନ୍ସ, ତ୍ରିଦିବ ଚୌଧୁରୀଙ୍କ ଦ୍ୱାରା ପ୍ରତିଷ୍ଠିତ ରିଭୋଲ୍ୟୁସନାରୀ ସୋସିଆଲ୍ ପାର୍ଟି, ଭାଇକୋଙ୍କ ଦ୍ୱାରା ପରିଚାଳିତ ତାମିଲନାଡୁର ଏମଡିଏମ୍‌କେ ଏବଂ ଇଣ୍ଡିଆ ୟୁନିଅନ୍ ମୁସଲିମ୍ ଲିଗ୍ ।
ଏହିସବୁ ୧୯ଟି ବିରୋଧୀ ପାର୍ଟି ସହିତ ଇତିମଧ୍ୟରେ ଭାରତୀୟ ରାଷ୍ଟ୍ର ସମିତି ବା ବିଆରଏସ୍ ସାମିଲ୍ ହୋଇଯାଇଛି । ଦଳର ସାଂସଦ କେଶବ ରାଓ ଦଳର ନିଷ୍ପତ୍ତି ଖୁବଶୀଘ୍ର ଜଣାପଡ଼ିବ ବୋଲି କହିବା ସହ କାର୍ଯ୍ୟକ୍ରମରେ ଯୋଗଦେବେନି ବୋଲି ପୂର୍ବରୁ ସଂକେତ ଦେଇଥିଲେ । ଯାହା ସତ ହୋଇଛି । ଏଭଳି ମୋଟ ୨୦ଟି ପାର୍ଟି ସାମୂହିକ ଭାବେ ସଂସଦ ଉଦଘାଟନ କାର୍ଯ୍ୟକ୍ରମକୁ ବୟକଟ୍ କରିବାକୁ ଘୋଷଣା କରିସାରିଛନ୍ତି। ପରିସ୍ଥିତି ଏଭଳି ହୋଇଛି ଯେ ଏହାକୁ ନେଇ ସର୍ବୋଚ୍ଚ ଅଦାଲତରେ ଏକ ମାମଲା ଦାୟର ହୋଇଛି।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ପୁରାତନ ସଂସଦ ଭବନରେ ଲୋକସଭାରେ ୫୪୩ ଓ ରାଜ୍ୟସଭାରେ ୨୫୦ ଲୋକ ବସିବାର କ୍ଷମତା ଥିବାବେଳେ ନୂତନ ଭବନରେ ଯଥାକ୍ରମେ ୮୮୮ ଓ ୩୦୦ ସାଂସଦ ବସିବାର କ୍ଷମତା ରହିଛି । ନୂତନ ସଂସଦ ଭବନ ୬୪,୫୦୦ ବର୍ଗମିଟର ଭୂମି ଉପରେ ପ୍ରତିଷ୍ଠିତ ଥିବାବେଳେ ପୁରାତନ ଭବନର କ୍ଷେତ୍ରଫଳ ପ୍ରାୟ ୨୪,୨୮୧ ବର୍ଗମିଟର । ନୂତନ ଭବନରେ ପୁରାତନର ସେଣ୍ଟ୍ରାଲ ହଲ ପରି କୌଣସି ହଲ୍ ନାହିଁ । ତା ବଦଳରେ ନୂତନ ସଂସଦ ଭବନର ଲୋକସଭା ଚାମ୍ୱରରେ ଯୁଗ୍ମ ଅଧିବେଶନ ହେବ ।

୨୦୨୦ ଡିସେମ୍ୱର ୧୦ ତାରିଖରେ ପ୍ରଧାନମନ୍ତ୍ରୀ ଏହାର ଶିଳାନ୍ୟାସ କରିଥିଲେ । ଜାନୁଆରି ୨୦୨୧ରୁ ଏହାର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା ।

Related Articles

Back to top button
WP Twitter Auto Publish Powered By : XYZScripts.com