ଜାତୀୟ

୨୭୫ ଟଙ୍କାରେ ପହଞ୍ଚିବ ପେଟ୍ରୋଲ ଦାମ୍, କେମିତି ବଢିବ ବୁଝାଇ ଦେଲେ ଅଖିଲେଶ ଯାଦବ

ଲକ୍ଷ୍ନୌ() ସମାଜବାଦୀ ପାର୍ଟିର ପ୍ରମୁଖ ଅଖିଳେଶ ଯାଦବ ପେଟ୍ରୋଲ ଏବଂ ଡିଜେଲ୍‌ର କ୍ରମାଗତ ମୂଲ୍ୟ ବୃଦ୍ଧିକୁ ନେଇ କେନ୍ଦ୍ର ସରକାରଙ୍କୁ ଶାଣିତ ସ୍ଵରରେ ଟାର୍ଗେଟ୍ କରିଛନ୍ତି। ସେ କହିଛନ୍ତି ଆଗାମୀ ନିର୍ବାଚନ ପର୍ଯ୍ୟନ୍ତ ପେଟ୍ରୋଲ ଲିଟର ପିଛା ୨୭୫ ଟଙ୍କାରେ ପହଞ୍ଚିବ। ଏଥିସହ ପୂରା ତଥ୍ୟକୁ ନେଇ ପେଟ୍ରୋଲ-ଡିଜେଲ୍‌ର ଗଣିତ ବୁଝାଇଛନ୍ତି ଅଖିଳେଶ। ଗତ ୧୨ ଦିନରେ ଶନିବାର ଦଶମ ଥର ତୈଳ ଦର ବୃଦ୍ଧି ଘଟିଛି।

ସେ ଟୁଇଟ୍ କରିଛନ୍ତି, ଜନତା କହୁଛନ୍ତି, ପ୍ରତିଦିନ ୮୦ ପଇସା ହିସାବରେ ପେଟ୍ରୋଲ ଦର ମାସକୁ ୨୪ ଟଙ୍କା ବଢିବ। ଯଦି ପେଟ୍ରୋଲ ଦାମ ଏମିତି ବଢିଚାଲେ ତେବେ ଆଗାମୀ ନିର୍ବାଚନ ବେଳକୁ ଅର୍ଥାତ ନଭେମ୍ବର-ଡିସେମ୍ବର ବେଳକୁ  ଦର ୧୭୫ ଟଙ୍କା ବଢିଯିବ। ଆଉ ପେଟ୍ରୋଲ ଲିଟର ୨୭୫ ଟଙ୍କାରେ ପହଞ୍ଚିବ। ଏହା ହେଉଛି ବିଜେପିର ମହଙ୍ଗାଇ ଗଣିତ ! ଶନିବାର ଡିଜେଲ୍ ଦର ୧୦୦ ଟଙ୍କା ଅତିକ୍ରମ କରିଥିବା ସପା ମୁଖ୍ୟ କହିଛନ୍ତି।

ସରକାର କ୍ରମାଗତ କହୁଛନ୍ତି, ପେଟ୍ରୋଲ ଦର ବଢିବାର କାରଣ ରୁଷ ଏବଂ ୟୁକ୍ରେନ ମଧ୍ୟରେ ଜାରି ଲଢେଇ। ଦୁଇ ଦେଶ ମଧ୍ୟରେ ଯୁଦ୍ଧକୁ ୫ ସପ୍ତାହ ବିତି ସାରିଛି। ମାତ୍ର ବିରୋଧୀଙ୍କ କହିବା କଥା, ସରକାର ଇନ୍ଧନ ମୂଲ୍ୟ ବଢାଇବା ପାଇଁ ଉତ୍ତର ପ୍ରଦେଶ, ମଣିପୁର, ଉତ୍ତରାଖଣ୍ଡ, ଗୋଆ ଏବଂ ପଞ୍ଜାବ ବିଧାନସଭା ନିର୍ବାଚନ ପୂରା ହେବାକୁ ଅପେକ୍ଷା କରିଥିଲେ। ବିଜେପି ଚାରି ରାଜ୍ୟରେ ସରକାର ଗଢିବାରେ ସଫଳ ହୋଇଛି। ପଞ୍ଜାବରେ ଆମ୍ ଆଦମୀ ପାର୍ଟି ସରକାର ଗଢିଛି। ଏହା ପୂର୍ବରୁ ମାର୍ଚ୍ଚ ୨୨ରେ ମଧ୍ୟ ଅଖିଳେଶ ଯାଦବ ଦର ବୃଦ୍ଧି ନେଇ କେନ୍ଦ୍ର ସରକାରଙ୍କୁ ହମଲା କରିଥିଲେ।

Related Articles

Back to top button
WP Twitter Auto Publish Powered By : XYZScripts.com