Featuredଜାତୀୟ

ଚୁଟି କଟାକୁ ନେଇ ଆତ୍ମହତ୍ୟା

ଥାନେର ଏକ ୧୩ ବର୍ଷୀୟ ନାବାଳକର ଇଛା ବିରୋଧରେ ଚୁଟି କାଟିବା ହେତୁ ଛାତରୁ ଡେଇଁ ପ୍ରାଣ ହରାଇଛି । ବାଥରୁମର ଝରକା ପଟେ ଡିଆଁ ମାରିଛି ବୋଲି ଜଣାପଡିଛି । ତାଙ୍କ ପରିବାର ୧୬ ମହଲା ଉପରେ ରହୁଥିଲେ ।

ଆତ୍ମହତ୍ୟା କରିଥିବା ଶତ୍ରୁଧନ ପାଠକ ୮ମ ଶ୍ରେଣୀରେ ପାଠ ପଢେ । ରାତି ପ୍ରାୟ ୧୧ ସମୟରେ ତାକୁ ରକ୍ତାକ୍ତ ଅବସ୍ଥାରେ ବିଲ୍ଡିଂ ତଳେ ପଡିବାର ଦେଖାଦେଇଥିଲା । ପରିବାର ଲୋକେ ପୋଲିସକୁ କହିଛନ୍ତି ଯେ, ସେ ଦିନରେ ତାଙ୍କ ଦାଦାଙ୍କ ପୁଅ ସହ ଚୁଟି କାଟିବାକୁ ଯାଇଥିଲା । ଚୁଟି ବହୁତ ଛୋଟ ହେଇଯାଇଥିବାରୁ ସେ ବହୁତ ଦୁଃଖରେ ଥିଲେ । ତାଙ୍କୁ ପରିବାରଜନ ଅନେକ ପ୍ରକାରେ ବୁଝାଇଥିଲେ ହେଲେ ସେ କାହାରି କଥା ନ ଶୁଣି କାନ୍ଦିବାକୁ ଆରମ୍ଭ କରିଥିଲେ ।

ରାତି ୧୧ ସମୟରେ ପରିବାରର ସମସ୍ତ ସଦସ୍ୟ ଶୋଇବାକୁ ଗଲା ପରେ ସେ ବାଥରୁମର ଝରକାରୁ ତଳକୁ ଡେଇଁ ପଡିଥିଲେ । ସେହି ବାଥରୁମ ଝରକାର କୌଣସି ଗ୍ରୀଲ ନଥିଲା । କିଛି ପଡିଯିବାର ଶବ୍ଦ ଯେତେବେଳେ ସିକ୍ୟୁରିଟି ଗାର୍ଡକୁ ହୋଇଥିଲା ସେତେବେଳେ ସେ ସେହି ବାଳକକୁ ରକ୍ତା ଜୁଡୁବୁଡୁ ଅବସ୍ଥାରେ ଦେଖିଥିଲେ । ପରେ ସେ ଲୋକମାନଙ୍କୁ ଡାକିବା ପରେ ସେହି ବାଳକକୁ ହସ୍ପିଟାଲ ମଧ୍ୟ ନିଆଯାଇଥିଲା ହେଲେ ସେଠାରେ ସେ ପହଁଚିବା ପୂର୍ବରୁ ତାଙ୍କର ମୃତ୍ୟୁ ହୋଇଥିଲା । ପୋଲିସ ଏହା ମଧ୍ୟ ଅନୁସନ୍ଧାନ କରୁଛି ଯେ, ସେହି ବାଳକର ମୃତ୍ୟୁ ପଛରେ ଅନ୍ୟ କୌଣସି କାରଣ ଅଛି କି ନାହିଁ ।

Related Articles

Back to top button
WP Twitter Auto Publish Powered By : XYZScripts.com