ଜାତୀୟ

କାର୍ଗିଲ ବିଜୟ ଦିବସ : ଭାରତୀୟ ଯବାନଙ୍କ ପରାକ୍ରମକୁ ମନେ ପକାଉଛି ସାରା ଦେଶ

ଅପରେସନ ବିଜୟର ଶଙ୍ଖନାଦ ସହ ମଙ୍ଗଳବାର ପାଳିତ ହୋଇଯାଛି ଅପରେସନ ବିଜୟ ଦିବସ । ୧୯୯୯ ଜୁଲାଇ ୨୬ରେ ସମାପ୍ତ ହୋଇଥିଲା ଅପରେସନ ବିଜୟ । ସେହି ଗୌରବମୟ ଦିନକୁ ଆଜି ପୂରିଛି ୨୩ବର୍ଷ । ବୀର ସହିଦ ଯବାନମାନଙ୍କୁ ମନେ ପକାଇବା ସହ ୨୦ ବର୍ଷ ତଳେ  ଧୋକା ଦେଇଥିବା ପାକିସ୍ତାନର ଯୋଜନାକୁ ପଣ୍ଡ କରିଥିଲେ ଭାରତୀୟ ସେନା । ପୁଣି ଥରେ କାର୍ଗିଲ ସେକ୍ଟରରେ ଉଡ଼ିଥିଲା ତ୍ରିରଙ୍ଗା । କାରଗିଲ ପାହାଡ ଉପରେ ଉଡୁଥିବା ଏହି ତ୍ରିରଙ୍ଗା, ଦେଶ ପାଇଁ ଶହୀଦ ହୋଇଥିବା ବୀର ଯବାନଙ୍କ ପରାକ୍ରମର ଗାଥା ବଖାଣୁଛି । ଆଜିର ଦିନରେ ଭାରତୀୟ ଜବାନମାନେ ପାକିସ୍ତାନୀ ସେନାକୁ ମାତ୍ ଦେବା ସହ ନିଜର ଅପୂର୍ବ ପରାକ୍ରମ ଜରିଆରେ ଭାରତର ଗୌରବକୁ ଉଚ୍ଚା କରିଥିଲେ ।  ତେବେ ଯୁଦ୍ଧରେ ୫୨୭  ଜବାନ ସେମାନଙ୍କ ପ୍ରାଣର ଆହୁତି ଦେଇଥିଲେ । ଏହି ପବିତ୍ର ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀରୁ ନେଇ ଅନେକ ନେତା ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।ମୋଦୀ ତାଙ୍କ ଟ୍ବିଟର୍‌ ଆକାଉଣ୍ଟ୍‌ରେ ଲେଖିଛନ୍ତି, ‘କାର୍ଗିଲ୍‌ ବିଜୟ ଦିବସ ଭାରତ ମାଆର ଗର୍ବ ଓ ଗୌରବର ପ୍ରତୀକ। ଏହି ଅବସରରେ ମାତୃଭୂମିର ପ୍ରତିରକ୍ଷା ପାଇଁ ନିଜ ଜୀବନକୁ ଜଳାଞ୍ଜଳି ଦେଇଥିବା ସେ ସମସ୍ତ ବୀରଙ୍କୁ ମୋର ଶତ ନମସ୍କାର। ଜୟ ହିନ୍ଦ୍‌।’ ସେହିପରି ପ୍ରତିରାକ୍ଷା ମନ୍ତ୍ରୀ ରାଜନାଥ ସିଂହ ଟ୍ବିଟ୍‌ କରି ଲେଖିଛନ୍ତି, ‘କାର୍ଗିଲ ବିଜୟ ଦିବସରେ ଭାରତ ଆମ ସଶସ୍ତ୍ର ବାହିନୀର ସାହସ, ସାହସିକତା ଓ ବଳିଦାନକୁ ଅଭିବାଦନ ଜଣାଉଛି। ମାତୃଭୂମି ପାଇଁ ସେମାନେ ଅନ୍ୟନ୍ତ କଠିନ ପରିସ୍ଥିତିର ମୁକାବିଲା କରି ବୀରତ୍ୱ  ପ୍ରଦର୍ଶନ କରିଥିଲେ। ସେମାନଙ୍କ ସାହସ ଭାରତ ଇତିହାସରେ ଚିରସ୍ଥାୟୀ ହୋଇ ରହିବ।’

Related Articles

Back to top button
WP Twitter Auto Publish Powered By : XYZScripts.com