Breaking NewsFeaturedଜାତୀୟରାଜନୀତି

ଶୀଲା ଦୀକ୍ଷିତଙ୍କ ପୁରୁଣା ଘରକୁ ସିଫ୍ଟ ହେବେ ରାହୁଲ ଗାନ୍ଧୀ!

ଶୀଲାଙ୍କ ପୁଅ ତଥା କଂଗ୍ରେସ ନେତା ସନ୍ଦୀପ ରହିଲେ ମାଉସୀ ଘରେ

ମୋବାଇଲ୍‌ ନ୍ୟୁଜ୍‌ ବ୍ୟୁରୋ: ବଦଳିବ ରାହୁଲ ଗାନ୍ଧୀଙ୍କ ଠିକଣା। ନୂତନ ଠିକଣା ହେବ ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ଶୀଲା ଦୀକ୍ଷିତଙ୍କ ପୁରୁଣା ଘର। ଖୁବ ଶୀଘ୍ର ନୂତନ ଘର ପ୍ରବେଶ କରିବାକୁ ଯାଉଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ। ସୂଚନାନୁସାରେ, କିଛି ଦିନ ହେବ ରାହୁଲ ଗାନ୍ଧୀ ନିଜ ପାଇଁ ଏକ ନୂଆ ଘର ଖୋଜୁଥିଲେ। ଏହି ଘରଟି ବି-2 ନିଜାମୁଦ୍ଦିନରେ ଥିବାବେଳେ ସେକେଣ୍ଡ୍ ଫ୍ଲୋର୍‌ରେ ରହିବେ ରାହୁଲ ଗାନ୍ଧୀ। ଏହି ପୁରୁଣା ଫ୍ଲାଟକୁ ରାହୁଲ ଖୁବ୍ ଶୀଘ୍ର ଶିଫ୍ଟ କରିପାରନ୍ତି ବୋଲି କୁହାଯାଉଛି। ବର୍ତ୍ତମାନ ପର୍ଯ୍ୟନ୍ତ ଶୀଲା ଦୀକ୍ଷିତଙ୍କ ପୁଅ ତଥା କଂଗ୍ରେସ ନେତା ସନ୍ଦୀପ ଦୀକ୍ଷିତ ଏହି ଘରେ ରହୁଥିଲେ। କିନ୍ତୁ ସେ ଏବେ ତାଙ୍କ ମାଉସୀ ରମା ଧାୱନଙ୍କ ଘରକୁ ଶିଫ୍ଟ ହୋଇଯାଇଛନ୍ତି। ଶୀଲାଙ୍କ ସାନ ଭଉଣୀ ରମାଙ୍କ ଆବାସ ଏ-୫ ନିଜାମୁଦ୍ଦିନ (ଇଷ୍ଟ)ରେ ରହିଛି।

ସୂଚନାନୁସାରେ, ରାହୁଲ ଗାନ୍ଧୀ ଏହି ଘରକୁ ପସନ୍ଦ କରିଛନ୍ତି ଏବଂ ଏହି ଘରେ ସେ ଭଡ଼ା ଦେଇ ରହିବେ। ରାଜନୀତିରେ ପ୍ରବେଶ କରିବା ପରେ ଏହା ପ୍ରଥମ ଥର ହେବ ଯେତେବେଳେ ସେ ଏକ ଭଡ଼ା ଘରେ ରହିବାକୁ ଯାଉଛନ୍ତି। ତେବେ ରାହୁଲଙ୍କ ଘର ବଦଳାଇବା ସମ୍ପର୍କରେ ବିଧିବଦ୍ଧ ଭାବେ  ଘୋଷଣା କରାଯାଇ ନାହିଁ। ସୂତ୍ରରୁ ଜଣାପଡିଛି ଯେ ରାହୁଲ ଗାନ୍ଧୀଙ୍କ ଟିମ୍‌ ଏକ ସପ୍ତାହ ପୂର୍ବରୁ ଫ୍ଲାଟ ଦେଖିବାକୁ ଯାଇଥିଲେ ଏବଂ ସେମାନେ ମଧ୍ୟ ଏହାକୁ ପସନ୍ଦ କରିଥିଲେ। ସନ୍ଦୀପ ଦୀକ୍ଷିତ ଅନ୍ୟ ଏକ ଘରକୁ ଯାଉଥିବାରୁ ରାହୁଲ ଗାନ୍ଧୀ ବର୍ତ୍ତମାନ ଏହି ଘରକୁ ଶିଫ୍ଟ କରିବେ ବୋଲି କୁହାଯାଉଛି। ତେବେ ଏସମ୍ପର୍କରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇ ନାହିଁ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ମୋଦି ଉପନାମ ଉପରେ ଦେଇଥିବା ବୟାନ ପାଇଁ ରାହୁଲ ଗାନ୍ଧୀଙ୍କୁ ଅପରାଧିକ ମାନହାନୀ ମାମଲାରେ ଦୋଷୀ ସାବ୍ୟସ୍ତ କରିଥିଲେ ଗୁଜରାଟର କୋର୍ଟ। କୋର୍ଟ ରାହୁଲ ଗାନ୍ଧୀଙ୍କୁ ଦୁଇ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏହା ପରେ କଂଗ୍ରେସ ନେତାଙ୍କୁ ଲୋକସଭା ସଦସ୍ୟତା ହରାଇବାକୁ ପଡ଼ିଥିଲା। ଲୋକସଭା ସଦସ୍ୟତା ହରାଇବା ପରେ ରାହୁଲ ଗାନ୍ଧୀଙ୍କୁ ତାଙ୍କ ସରକାରୀ ବାସଭବନ ଖାଲି କରିବାକୁ ନୋଟିସ ମିଳିଥିଲା। ଏହା ପରେ ସେ ନିଜ ବଙ୍ଗଳା ଖାଲି କରିଦେଇଥିଲେ। ବର୍ତ୍ତମାନ ସେ ତାଙ୍କ ମାତା ସୋନିଆ ଗାନ୍ଧୀଙ୍କ ସହ ଜନପଥ ରୋଡସ୍ଥିତ ବାସଭବନରେ ରହୁଛନ୍ତି।

 

Related Articles

Back to top button
WP Twitter Auto Publish Powered By : XYZScripts.com