ଜାତୀୟରାଜନୀତି

ରାହୁଲ ନିକଟରେ ଉଦ୍ଧାରକାଳୀ ଦଳ, ଅଭିନନ୍ଦନ ଜଣାଇଲେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ

ଚମ୍ପା:ଉଦ୍ଧାର କାର୍ଯ୍ୟ ଚାଲିଛି  । ରାହୁଲ ଠାରୁ ଆଉ ମାତ୍ର କିଛି ସିମିର ଦୂରତାରେ ଉଦ୍ଧାରକାରୀ ଦଳ  । ସେପଟେ ଘଟଣାସ୍ଥଳରେ ଜିଲ୍ଲାପାଳ ଖୋଦ ଉପସ୍ଥିତ ରହିଥିବାବେଳେ  ଜିଲ୍ଲାପାଳଙ୍କ ସହ ମୁଖ୍ୟମନ୍ତ୍ରୀ ଭୂପେଶ ବାଘଲେ ଆଲୋଚନା କରିଛନ୍ତି। ଭିଡିଓ କଲ କରି ଉଦ୍ଧାରକାରୀ ଦଳକୁ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ  । ଅନ୍ୟପଟେ କେତେଦୂର ଏହି ଅପରେସନ ଗଲାଣି  । ଆଉ କେତେ ସମୟ ଲାଗିବ  । ଫଶି ରହିଥିବା ବାଳକ ରାହୁଲର ସ୍ୱାସ୍ଥ୍ୟବସ୍ଥା କିପରି ଅଛି, ଏମିତି ଅନେକ ପ୍ରଶ୍ନ ପଟାରିଥିଲେ ମୁଖ୍ୟମନ୍ତ୍ରୀ  ।

ଚମ୍ପା ଜିଲ୍ଲାର ଜିଲ୍ଲାପାଳ ଜିତେନ୍ଦ୍ର ଶୁକ୍ଲା ସମସ୍ତ ଘଟଣା ବିଷୟରେ ମୁଖ୍ୟମନ୍ତ୍ରୀ ଭୂପେଶ ଭାଘଲେକୁ Update ଦେଇଥିଲେ ଜିଲ୍ଲାପାଳ। ୯୯ ପ୍ରତିଶତ କାର୍ଯ୍ୟ ସରିଯାଇଛି। ଏବେ ମାନୁଆଲ ଅର୍ଥାତ ଉଦ୍ଧାରତକାରୀ ଦଳ ହାତରେ ମାଟି ଖୋଳା କାର୍ଯ୍ୟ ଜାରି ରଖିଛନ୍ତି  ।  ରାହୁଲ ଆଉ ରେସକ୍ୟୁ ଟିମ୍ ମଧ୍ୟରେ ଅଳ୍ପ ଦୂରତା ରହିଛି। ମାଟି ବାଲି ହାତରେ ଖୋଲା ଯାଉଛି। ମାଟି ଧସି ପଡ଼ିବାର ଭୟ ଥିବା ଯୋଗୁଁ ଅତ୍ୟନ୍ତ ସତର୍କତାର ସହ ଅପରେସନ କାର୍ଯ୍ୟ ଚାଲିଛି  ।

ଏହି ଘଟଣା ଦେଶର ସବୁଠାରୁ ବଡ଼ ଅପରେସନ ହୋଇଥିବାବେଳେ, ଉଦ୍ଧାରକାର୍ଯ୍ୟରେ ନିୟୋଜିତ ଟିମକୁ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଶୁଭେଛା ଜଣାଇଥିଲେ   । ସେପଟେ ଚମ୍ପାର ଜିଲ୍ଲାପାଳ ଜିତେନ୍ଦ୍ର ଶୁକ୍ଲା ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ପ୍ରୟାସ ଏବଂ ନିର୍ଦ୍ଦେଶକୁ ପ୍ରଶଂସା କରିଥିଲେ  । କାରଣ ଘଟଣା ଉପରେ ପ୍ରତି ମୂହୂର୍ତ୍ତରେ ନଜର ରଖିଥିଲେ ମୁଖ୍ୟମନ୍ତ୍ରୀ  । ରାହୁଲଙ୍କୁ ଅକ୍ଷତ ଅବସ୍ଥାରେ କିପରି ଉଦ୍ଧାର କରାଯିବ ସେନେଇ ସମ୍ପୂର୍ଣ୍ଣ ଭାବେ ନିର୍ଦ୍ଦେଶ ଦେଇଥିଲେ ଛତିଶଗଡ ମୁଖ୍ୟମନ୍ତ୍ରୀ  ।

Related Articles

Back to top button
WP Twitter Auto Publish Powered By : XYZScripts.com