Breaking NewsFeaturedଅନ୍ତର୍ଜାତୀୟକ୍ରୀଡ଼ାଜାତୀୟ

JIO Cinemaକୁ ଟକ୍କର ଦେବ Hotstar, ମାଗଣାରେ ଦେଖାଇବ କ୍ରିକେଟ ମ୍ୟାଚ୍‌

ମୋବାଇଲ୍‌ ନ୍ୟୁଜ୍‌ ବ୍ୟୁରୋ: ଭାରତୀୟ କ୍ରିକେଟ ପ୍ରେମୀଙ୍କ ପାଇଁ ଖୁସି ଖବର । ଏଣିକି ପପୁଲାର ଓଟିଟି ପ୍ଲାଟଫର୍ମ ହଟ୍‌ଷ୍ଟାର ଯୋଗାଇବ ମାଗଣା ସେବା । ୟୁଜର୍ସଙ୍କୁ ଆକର୍ଷିତ କରିବା ପାଇଁ ଏବେ ବିଭିନ୍ନ ପ୍ଲାଟଫର୍ମ ଭିନ୍ନ ପ୍ରକାରର ଉପାୟ ଆପଣାଉଛନ୍ତି । କେତେବେଳେ କିଛି ରିହାତି ଦେଉଛନ୍ତି ତ ଆଉ କେତେବେଳେ ମାଗଣା ସେବା ଯୋଇ ଦେଉଛନ୍ତି । ୟୁଜର୍ସ ଓ ଫଲୋର୍ସଙ୍କ ସଂଖ୍ୟା ବଢାଇବା ସହ ଏବେ ନିଜର ଲୋକପ୍ରିୟତାକୁ ଅଧିକରୁ ଅଧିକ ବଢାଇବା ପାଇଁ ଏବେ ହଟ୍‌ଷ୍ଟାର ଆଣିଛି ବମ୍ପର ଅଫର୍ । ଯାହା କି କ୍ରିକେଟପ୍ରେମୀଙ୍କୁ ଖୁସି କରିଦେବ ।

ହଟଷ୍ଟାର ଭାରତରରେ କ୍ରିକେଟ ମ୍ୟାଚ୍‌କୁ ଫ୍ରିରେ ଦେଖାଇବ । ଭାରତରେ ବହୁ ସଂଖ୍ୟାରେ କ୍ରିଟେଟ୍ ପେମୀ ଥିବାବେଳେ ଏହା ମଧ୍ୟ ହଟଷ୍ଟାରକୁ ଏକ ଭଳ ଲାଭ ଦେବ । ତେବେ ସୂଚନା ଅନୁଯାୟୀ ୱାର୍ଲ୍ଡ ଡିଜିନିର ସହଯୋଗୀ କମ୍ପାନୀ ହଟ୍‌ଷ୍ଟାର ଏବେ ଭାରତୀୟ କ୍ରିକେଟ୍ ଫ୍ୟାନ୍‌ଙ୍କୁ ମାଗଣାରେ ମୋବାଇଲ୍ ଲାଇଭ୍ ଷ୍ଟ୍ରିମିଂ ଯୋଗାଇ ଦେବ । ଆଇପିଏଲ୍ ସମୟରେ ଜିଓ ସିନେମା ମାଗଣା ଷ୍ଟ୍ରିମିଂ କରି ଲୋକପ୍ରିୟତା ଅଗର୍ଜନ କରିବା ସହ ଏକାଧିକ କୀର୍ତ୍ତିମାନ ହାସିଲ କରିଥିଲେ । ଏବେ ହଟ୍‌ଷ୍ଟାର ମଧ୍ୟ ଆସନ୍ତା ଏସିଆ କପ୍ ଓ ପୁରୁଷ ଦିନିକିଆ ବିଶ୍ୱକପ୍‌କୁ ମଧ୍ୟ ୟୁଜର୍ସଙ୍କୁ ମାଗଣାରେ ଯୋଗାଇଦେବ । ଆଇପିଏଲ୍ ସମୟରେ ରିଲାଏନ୍ସ ଇଣ୍ଡଷ୍ଟ୍ରିର ଜିଓ ସିନେମାଠାରୁ ହଟ୍‌ଷ୍ଟାର ହାରିଯାଇଥିଲା । ଏବେ ଜିଓ ଗ୍ରାହକଙ୍କଠାରୁ ଦେୟ ନେବାକୁ ଯାଉଥିବାବେଳେ ହଟ୍‌ଷ୍ଟାରର ଏହି ମାଗଣା ଅଫର୍ ୟୁଜର୍ସଙ୍କୁ ଆକର୍ଷିତ କରିବ ବୋଲି କୁହାଯାଉଛି ।

 

Related Articles

Back to top button
WP Twitter Auto Publish Powered By : XYZScripts.com