ଜାତୀୟ

ଷ୍ଟେଟବ୍ୟାଙ୍କ ଏଟିଏମ ଭିତରେ ଚାଲିଥିଲା ମଦ କାରବାର

ଲୋକଙ୍କୁ ସହଜରେ ଟଙ୍କା ଉଠାଣ ପାଇଁ ବ୍ୟାଙ୍କମାନେ ସହର ଠାରୁ ଗାଁ ଗଣ୍ଡା ପର୍ଯ୍ୟନ୍ତ ଏଟିଏମ ମେସିନ ବସାଇଛନ୍ତି । ହେଲେ ଏଟିଏମ ଗୃହକୁ ନେଇ ବିଭିନ୍ନ ସମୟରେ ବିଭିନ୍ନ ଆଶ୍ଚର୍ଯ୍ୟକର ଚିତ୍ର ଦେଖିବାକୁ ମିଳୁଛି । ସେଥିମଧ୍ୟରୁ କିଛି ଚିତ୍ର ଏହିଭଳି । କେବେ ଏଟିଏମ ଭିତରେ ବୁଲା କୁୁକୁର ଶୋଇ ଥିବାର ଦୃଶ୍ୟ ତ କେତେବେଳେ ଗ୍ରୀଷ୍ମ ଦିନରେ ଲୋକମାନେ ଏଟିଏମ ଗୃହରେ ଲାଗିଥିବା ଏସିର ଥଣ୍ଡା ପବନ ଖାଇବାକୁ ତା ଭିତରେ ଆଶ୍ରୟ ନେଇଥାନ୍ତି । ଏହାସହ କେବେ କେବେ ନିରୋଳାରେ ପ୍ରେମ କରିବା ପାଇଁ ପ୍ରେମୀଯୁଗଳମାନେ ଏଟିଏମକୁ ସୁରକ୍ଷିତ ସ୍ଥାନ ବୋଲି ଭାବିଥାନ୍ତି । ହେଲେ ଏବେ ବିହାରର ଏକ ଏସବିଆଇ ଏଟିଏମରୁ ଆସିଥିବା ଚିତ୍ର ଆପଣଙ୍କୁ ଚକିତ କରିଦେବ ।

ବିହାରର ସୁଶାସନ ବାବୁ ବା ମୁଖ୍ୟମନ୍ତ୍ରୀ ନୀତିଶ କୁମାର ମଦ ବ୍ୟାନ କରିଛନ୍ତି । ହେଲେ ଏଠି ଦୈିନିକ କେହି ନା କେହି ଚୋରାରେ ବିଶାକ୍ତ ମଦ ପିଇ ମୃତ୍ୟୁବରଣ କରୁଛନ୍ତି । ହେଲେ ଏବେ ଏକ ଷ୍ଟେଟବ୍ୟାଙ୍କ ଏଟିଏମ ଭିତରେ ଚାଲିଥିବା ଚୋରା ମଦ ବ୍ୟବସାୟ ଉପରୁ ପରଦା ହଟାଇଛି ବିହାର ପୋଲିସ । ମୁଜଫରପୁର ଠାରେ ଥିବା ଏକ ଏଟିଏମ ଭିତରେ ଚାଲିଥିଲା ଚୋରାମଦ କାରବାର । ଏହି କାରବାରରେ ସଂପୃକ୍ତ ଥିଲେ ସଂପୃକ୍ତ ଏଟିଏମର ଗାର୍ଡ ବା ସୁରକ୍ଷା କର୍ମୀ । ଏନେଇ ପୋଲିସକୁ ସୂଚନା ମିଳିବା ପରେ ପୋଲିସ ଉକ୍ତ ଏଟିଏମରେ ଚଢାଉ କରିଥିଲା । ଚଢାଉ ବେଳେ ଏଟିଏମ ଗାର୍ଡ ଏହି ବ୍ୟବସାୟ କରୁଥିବା କଥା ପୋଲିସ ଜାଣିବାକୁ ପାଇଥିଲା । ଏହାପରେ ପୋଲିସ ସଂପୃକ୍ତ ଗାର୍ଡକୁ ଗିରଫ କରିବା ସହ ଏଟିଏମ ବାହାରେ ପକୁଡି ବିକୁଥିବା ଜଣେ ବ୍ୟକ୍ତିଙ୍କ ମଧ୍ୟ ଗିରଫ କରିଛି ପୋଲିସ ।

Related Articles

Back to top button
WP Twitter Auto Publish Powered By : XYZScripts.com