ଜାତୀୟଭାଇରାଲ୍ ଭିଡିଓ

ସୋସିଆଲ ମିଡ଼ିଆରେ ରବି ଶାସ୍ତ୍ରୀଙ୍କ ନୂଆ ଅବତାର

ଲୁକ୍ ଯୋଗୁଁ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ମୁଖ୍ୟ ପ୍ରଶିକ୍ଷକ ତଥା ଅଲରାଉଣ୍ଡର ରବି ଶାସ୍ତ୍ରୀ । ସେ ସବୁବେଳେ ବିବାଦୀୟ ବୟାନ ପାଇଁ ସୋସିଆଲ ମିଡିଆରେ ଚର୍ଚ୍ଚାରେ ରହିଥାନ୍ତି । କିନ୍ତୁ ଶାସ୍ତ୍ରୀ ଏଥର କୌଣସି ବିବାଦରେ ନାହାଁନ୍ତି । ସମ୍ପ୍ରତି, ସେ ଏକ ଚମତ୍କାର ପୋଷାକ ପିନ୍ଧିଛନ୍ତି, ଯାହା ସମ୍ପୂର୍ଣ୍ଣ ଭିନ୍ନ । ସେ କଳା ଚଷମା, ଜ୍ୟାକେଟ୍ ଏବଂ ବେକରେ ଚେନ୍ ପିନ୍ଧି ଅନେକ ଫଟୋ ସେୟାର କରିଛନ୍ତି। ଏହାର କ୍ୟାପସନରେ ଶାସ୍ତ୍ରୀ ଲେଖିଛନ୍ତି – ଶୁଭ ସକାଳ ସେତେବେଳେ ବିକଳ୍ପ ଅଟେ ଯେତେବେଳେ ତୁମେ ଶୋଇପାରନାହିଁ । ଉପଭୋକ୍ତାମାନେ ମଧ୍ୟ ସେମାନଙ୍କର ମତାମତ ଦେଉଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com