ଜାତୀୟ

‘ଯଦି ମନ ପଢିବାକୁ ଶକ୍ତି ମିଳେ ତେବେ ଧୋନୀଙ୍କ…’ : ମାହିଙ୍କୁ ନେଇ ଏମିତି କହିଲେ କାର୍ତ୍ତିକ

ନୂଆଦିଲ୍ଲୀ: ଆଇପିଏଲର ୧୫ତମ ସିଜିନରେ ଦମଦାର ପ୍ରଦର୍ଶନ କରିଥିଲେ ବ୍ୟାଟର୍ ଦିନେଶ କାର୍ତ୍ତିକ । ସେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପାଇଁ ଫିନିଶରର ରୋଲ୍ ନିଭାଇଥିଲେ । ଏହାସହ ୧୮୩.୩୩ ଷ୍ଟ୍ରାଇକ୍ ରେଟରେ ୩୩୦ ରନ୍ କରିଥିଲେ । ଏହି ପ୍ରଦର୍ଶନ ପରେ ତାଙ୍କୁ ଟିମ୍ ଇଣ୍ଡିଆରେ ସ୍ଥାନ ମିଳିଥିଲା ।

ତେବେ କାର୍ତ୍ତିକ ରବିବାର ବିସିସିଆଇ ସହ ଏକ ମଜାଳିଆ ଆଲୋଚନା କରିଥିଲେ । ଏଥିରେ ସେ ନିଜର ମନ ପସନ୍ଦର କ୍ରିକେଟରଙ୍କ ବାବଦରେ ମଧ୍ୟ ଅନେକ କଥା କହିଥିଲେ । ସେ ଆହୁରି ମଧ୍ୟ କହିଥିଲେ ଯେ, ଯଦି ମନ ପଢିବାକୁ ତାଙ୍କୁ ଶକ୍ତି ମିଳେ ସେ ପ୍ରଥମେ ଏମଏସ୍ ଧୋନୀଙ୍କ ମୁଣ୍ଡରେ କଣ ଚାଲୁଛି ତାହା ବୁଝିବାକୁ ଚେଷ୍ଟା କରିବେ ।

କାର୍ତ୍ତିକ କହିଥିଲେ ଯେ, ତାଙ୍କ ପାଖରେ ଉଡିବାର କ୍ଷମତା ଥିଲେ ସେ ଆଲାସ୍କା ଯାଇଥାନ୍ତେ । ଆଲାସ୍କା ବାବଦରେ ସେ ଅନେକ କିଛି ଭଲ କଥା ଶୁଣିଛନ୍ତି । ଯଦି ମନ ପଢିବାକୁ ତାଙ୍କୁ ଶକ୍ତି ମିଳେ ସେ ପ୍ରଥମେ ଏମଏସ୍ ଧୋନୀଙ୍କ ମୁଣ୍ଡରେ କଣ ଚାଲୁଛି ତାହା ବୁଝିବାକୁ ଚେଷ୍ଟା କରିବେ । ଏହାସହ ଚା ତାଙ୍କର ପସନ୍ଦ କହିଥିଲେ ।

ଆହୁରି ମଧ୍ୟ କାର୍ତ୍ତିକ କହିଥିଲେ ଯେ, ରୋଜର ଫେଡେରର ଓ ରାଫେଲ ନାଡାଲଙ୍କ ମଧ୍ୟରୁ ରୋଜର ତାଙ୍କର ଫେଭରେଟ୍ । ଏହାସହ ସେ କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କୁ ମଧ୍ୟ ପସନ୍ଦ କରନ୍ତି । ଏପରିକି ସାଙ୍ଗମାନଙ୍କ ସହ ଫିଲ୍ମ ଦେଖିବାକୁ ସେ ପସନ୍ଦ କରୁଥିବା କହିଥିଲେ ।

ସୂଚନାଯୋଗ୍ୟ, ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟି20ରେ ତାଙ୍କୁ ବ୍ୟାଟିଂ କରିବା ପାଇଁ ସୁଯୋଗ ମିଳିନଥିଲା । ସେ କମ୍ ବଲ ଖେଳି ୧ ରନ୍ କରିଥିଲେ । କିନ୍ତୁ ବାରବାଟୀରେ ଦ୍ୱିତୀୟ ଟି୨୦ରେ ସୁଯୋଗ ମିଳିଥିଲେ ବି ସେତେଟା ଖାସ୍ ପ୍ରଦର୍ଶନ କରିପାରିନଥିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com