ଜାତୀୟମନୋରଞ୍ଜନ

‘ପୁଷ୍ପା-୨’ରେ ଖଳନାୟକ ଭୂମିକାରେ ନଜର ଆସିବେ ବିଜୟ ସେତୁପତି !

ମୁମ୍ବାଇ: ପୁଷ୍ପା ଦ ରାଇଜ୍ ସିନେମାର ବ୍ଲକବାଷ୍ଟର ପରଫମାନ୍ସ ଓ କଲେକ୍ସନ ପରେ ଏହାର ପାର୍ଟ -୨ ପରଦାକୁ ଆସିବାର ଖବର ସାମ୍ନାକୁ ଆସିଛି। ଏହା ଶୁଣିବା ମାତ୍ରେ ଦର୍ଶକଙ୍କ ମନରେ ଅନେକ ଉତ୍କଣ୍ଠା ଭରି ଦେଇଛି। ରିଲିଜ ପୁର୍ବରୁ ହିଁ ନିର୍ଦ୍ଦେଶକ ସୁକୁମାରଙ୍କର ଫିଲ୍ମ ପୁଷ୍ପାକୁ ନେଇ ଅନେକ ଚର୍ଚ୍ଚାରେ ଥିଲା। ଅଲ୍ଲୁ ଅର୍ଜୁନଙ୍କୁ ଦର୍ଶକ ବହୁତ ପ୍ରଶଂସା କରିଥିବା ବେଳେ ରଶ୍ମିକାଙ୍କ ଜାଦୁ ବି କିଛି କମ୍ ନଥିଲା। ଆଉ ତା ସାଙ୍ଗକୁ ପ୍ରଥମଥର ପାଇଁ ସମାନ୍ଥାଙ୍କୁ ଏକ ସ୍ପେସିଆଲ୍ ଡ୍ୟାନ୍ସ ନମ୍ବରରେ ଦେଖି ଫାନ୍ସଙ୍କ ହୋସ୍ ଉଡିଯାଇଥିଲା। ସିନେମାର ଅନ୍ୟସବୁ ଗୀତ ବି ବେଶ୍ ଲୋକପ୍ରିୟ ହୋଇପାରିଛି। ଆଉ ସିନେମାର ପାର୍ଟ -୨ ପୁଷ୍ପା ଦ ରୁଲ୍ ର ପ୍ରସ୍ତୁତି ବି ଖୁବ୍ ଜୋର୍ସୋର୍ରେ ଚାଲିଛି।

ସିନେମାର ସଫଳତା ଓ ଲୋକପ୍ରିୟତାକୁ ଦୃଷ୍ଟିରେ ରଖି ଏହାର ସ୍କ୍ରିପ୍ଟ ଓ ସ୍କେଲ୍ କୁ ବିଶେଷ ଧ୍ୟାନ ଦେଉଛନ୍ତି ନିର୍ଦ୍ଦେଶକ ଓ ନିର୍ମାତା। ଏହାକୁ ନେଇ ଆହୁରି ବଡ ଧରଣର ନିର୍ମାଣ କରିବାକୁ ପ୍ରୟାସ ଜାରି ରଖିଛନ୍ତି। ବର୍ତ୍ତମାନ ଏହାକୁ ନେଇ ବଡ ଖବର ସାମ୍ନାକୁ ଆସିଛି । ଶୁଣିବାକୁ ମିଳୁଛି ସାଉଥ୍ ସୁପରଷ୍ଟାର ଓ ଇଣ୍ଡଷ୍ଟ୍ରିର ଲକି ଚାର୍ମ ବିଜୟ ସେତୁପତିଙ୍କୁ ଏହି ପୁଷ୍ପା ଦ ରୁଲ୍‌ରେ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ପାଇଁ ଅଫର୍ କରାଯାଇଛି । ଯଦି ସେ ଏ ଅଫରଟିକୁ ଗ୍ରହଣ କରିନିଅନ୍ତି ତେବେ ଦର୍ଶକ ତାଙ୍କୁ ଭିଲିୟାନ୍ ଭୂମିକାରେ ଦେଖିବାକୁ ପାଇବେ।

ସୁନ୍ଦରପାଣ୍ଡିୟାନ ଫିଲ୍ମରେ ବିଜୟଙ୍କୁ ପ୍ରଥମଥର ଖଳନାୟକ ଚରିତ୍ରରେ ଦେଖିବାକୁ ମିଳିଥିଲା। ଆଉ ତା ପରେ ପେଟା, ମାଷ୍ଟର, ଉପେନା ଓ ବିକ୍ରମ ଆଦି ଚଳଚ୍ଚିତ୍ରରେ ତାଙ୍କ ଭିଲିୟାନ୍ ଅବତାର ଦର୍ଶକଙ୍କ ମନରେ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛି। ତେଣୁ ପୁଷ୍ପା -୨ ରେ ଅଫରକୁ ନେଇ ଦର୍ଶକ ବହୁତ ଉତ୍ସାହିତ ଅଛନ୍ତି। ଆଗାମୀ ପାର୍ଟରେ ଅଭିନେତା ବିଜୟଙ୍କ ଚରିତ୍ରଟି କଣ ଟ୍ବିଷ୍ଟ୍ ଆଣିବ ତାକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା।

Related Articles

Back to top button
WP Twitter Auto Publish Powered By : XYZScripts.com