Breaking Newsଜାତୀୟସ୍ୱାସ୍ଥ୍ୟ

ପୁଣିଥରେ ଫେରିଛି କରୋନା ମହାମାରୀ

ପୁଣିଥରେ ଫେରିଛି କରୋନା ମହାମାରୀ। କେତେକ ସ୍ଥାନରେ ବଢିବାରେ ଲାଗିଛି କୋଭିଡ଼ ସଂକ୍ରମିତଙ୍କ ସଂଖ୍ୟା । ଏ ନେଇ ଆସନ୍ତାକାଲି କୋଭିଡ ସମୀକ୍ଷା ପାଇଁ ଉଚ୍ଚସ୍ତରୀୟ ବୈଠକ ଡାକିଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟ।

ଏହାକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । କେରଳ ଓ କର୍ଣ୍ଣାଟକରେ ଆକ୍ରାନ୍ତଙ୍କ ସଂଖ୍ୟା ବଢି ବଢି ଚାଲିଛି । ଯେଉଁ ନୂଆ ଭାରିଆଣ୍ଟ କଥା କୁହାଯାଉଛି, ତାହା ସମ୍ପୂର୍ଣ୍ଣ ନାଚୁରାଲ । ନୂଆ ଭାରିଏଣ୍ଟ ରାଜ୍ୟରେ ଏଯାବତ୍ ଚିହ୍ନଟ ହୋଇନି। ଲକ୍ଷଣ ଥିଲେ ଘରେ ନ ରହି ତୁରନ୍ତ ଟେଷ୍ଟ କରାନ୍ତୁ ବୋଲି କୁହାଯାଇଛି। ନୂଆ ଭାରିଏଣ୍ଟ ଚିହ୍ନଟ ହେଲେ ଜିନମ୍ ସିକ୍ୟୁଏନ୍ସ ପାଇଁ ପଠାଯିବ। କେନ୍ଦ୍ର ଗାଇଡଲାଇନ ଅନୁସାରେ ଆମେ ପ୍ରସ୍ତୁତ ଅଛୁ। କିନ୍ତୁ ଯଦି ଆବଶ୍ୟକ ପଡେ ତାହାଲେ ରାଜ୍ୟରେ ଗାଇଡ୍ଲାଇନ୍ ଜାରି ହୋଇପାରେ । ଏବେ ବି ସର୍ଭିଲାନ୍ସ ଜାରି ରହିଛି । ଯେଉଁମାନଙ୍କ ଥଣ୍ଡା, କାଶ, ଜ୍ୱର ପରି ଲକ୍ଷଣ ଦେଖା ଯାଉଛି ତୁରନ୍ତ ଡ଼ାକ୍ତରଙ୍କୁ ପରାମର୍ଶ କରନ୍ତୁ ବୋଲି କୁହାଯାଉଛି ।

Related Articles

Back to top button
WP Twitter Auto Publish Powered By : XYZScripts.com