ଅନ୍ତର୍ଜାତୀୟଜାତୀୟ

ଆମେରିକାର ଡ୍ରୋନ୍‌ ଆଟାକ୍‌, ନିହତ ହେଲା ISISର ସିରିୟା ମୁଖ୍ୟ

ନୂଆଦିଲ୍ଲୀ: ଆତଙ୍କୀ ସଂଗଠନ ଆଇଏସ୍‌ଆଇଏସ୍‌କୁ ଶକ୍ତ ଝଟ୍‌କା । ଆମେରିକାର ଡ୍ରୋନ୍‌ ଆଟାକ୍‌ରେ ନିହତ ହେଲା ଆଇଏସଆଇଏସ୍‌ର ସିରିୟା ମୁଖ୍ୟ । ଏନେଇ ଆମେରିକାର ପ୍ରତିରକ୍ଷା ବିଭାଗ ( ପେଣ୍ଟାଗନ୍‌ ) ପକ୍ଷରୁ ସୂଚନା ଦିଆଯାଇଛି ।

ବିଦେଶୀ ଗଣମାଧ୍ୟମରେ ପ୍ରକାଶିତ ଖବରଅନୁଯାୟୀ, ମଙ୍ଗଳବାର ତୁର୍କୀ ସୀମାନ୍ତ ସିରିୟାର ଉତ୍ତର-ପଶ୍ଚିମ ଜିନ୍ଦ୍ରିସ୍‌ ଅଞ୍ଚଳରେ ଆକ୍ରମଣ କରିଥିଲା  ଆମେରିକା । ଏହି ଡ୍ରୋନ୍‌ ଆଟାକ୍‌ରେ ଆଇଏସଆଇଏସ୍‌ର ସିରିୟା ମୁଖ୍ୟ ମାହେର ଅଲ-ଅଗଲ ନିହତ ହୋଇଛି । ଏହାସହିତ ଆଇଏସଆଇଏସ୍‌ର ଆଉ ଜଣେ ବରିଷ୍ଠ ଅଧିକାରୀ ମଧ୍ୟ ଗୁରୁତର ହୋଇଛି । ତେବେ ଗୁରୁତର ହୋଇଥିବା ବ୍ୟକ୍ତିଙ୍କ ନାମ ଏବେ ଯାଏଁ ସ୍ପଷ୍ଟ ହୋଇନାହିଁ ।

ସେପଟେ ଆମେରିକା ପକ୍ଷରୁ ହୋଇଥିବା ଏହି ଡ୍ରୋନ ଆକ୍ରମଣରେ କୌଣସି ସାଧାରଣ ଲୋକ ମୃତାହତ ହୋଇନାହାନ୍ତି ବୋଲି କୁହାଯାଇଛି । କିନ୍ତୁ ଏବେ ଯାଏଁ ସାଧାରଣ ଲୋକ କେତେ ପରିମାଣରେ ମୃତାହତ ହୋଇଛନ୍ତି । ସେନେଇ କିଛି ସ୍ପଷ୍ଟ ସୂଚନା ମିଳିନାହିଁ ।

ସୂଚନାଯୋଗ୍ୟ ଯେ, ଜିନ୍ଦ୍ରିସ୍‌ ଅଞ୍ଚଳକୁ ନିଜ ଅକ୍ତିଆର୍‌କୁ ନେଇଯାଇଥିଲା ଦୁର୍ଦ୍ଦାନ୍ତ ଆତଙ୍କୀ ସଂଗଠନ ଆଇଏସ୍‌ଆଇଏସ୍‌ । ୪୦ ହଜାର ବର୍ଗ କିମି ଅଞ୍ଚଳରେ ବାସ କରୁଥିବା ୮୦ ଲକ୍ଷରୁ ଅଧିକ ଲୋକଙ୍କ ଉପରେ ନିଜର ଏକଛତ୍ରବାଦୀ ଶାସନ ଚଳାଇଥିଲା ଆଇଏସଆଇଏସ୍‌ । କିନ୍ତୁ ୨୦୧୯ ପରଠୁ ଧୀରେ ଧୀରେ ଏହି ଅଞ୍ଚଳରେ ଆଇଏସଆଇଏସ୍‌ ପତନ ଆରମ୍ଭ ହୋଇଥିଲା । ସେପଟେ ଆମେରିକା ଲଗାତର ଭାବେ ଏହିସବୁ ଅଞ୍ଚଳରେ ନିଜର ଦବ୍‌ଦବା ଜାହିର କରିଆସୁଥିଲେ । ଆଉ ଏବେ ଆଇଏସଆଇଏସ୍‌ର  ସିରିୟା ମୁଖ୍ୟର ନିହତ ପରେ ସଂଗଠନ ଆହୁରି ଦୁର୍ବଳ ହୋଇଯିବ ବୋଲି ବିଶେଷଜ୍ଞ ଅନୁମାନ କରୁଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com