ଜାତୀୟମନୋରଞ୍ଜନ

ବଡ ପରଦାକୁ ଆସିବ ସବୁଠାରୁ ପପୁଲାର ଶୋ

ମୁମ୍ବାଇ: ୯୦ ଦଶକର ସବୁଠାରୁ ପପୁଲାର ଟିଭି ଶୋ ଶକ୍ତିମାନ । ଛୋଟ ପିଲାଙ୍କ ସହ ଏହା ବଡ ମାନଙ୍କୁ ମଧ୍ୟ ପସନ୍ଦ ଆସିଥିଲା। ପପୁଲାର ଅଭିନେତା ମୁକେଶ ଖାନ୍ନା ଏହି ଚରିତ୍ରରେ ଦୀର୍ଘ ସମୟ ଧରି ଦର୍ଶକଙ୍କ ମନ ଜିତିଥିଲେ । ତେବେ ଏହି ଶୋ ର ଲୋକପ୍ରିୟତାକୁ ନେଇ ଅନେକ ସମୟରୁ ଏହାକୁ ବଡ଼ ପରଦାକୁ ଆଣିବାକୁ ଉଦ୍ୟମ କରାଯାଇଥିଲା ।

ଆଉ ଜଣାପଡିଛି ମାର୍ବଲ ସିନେମୈଟିକ ୟୁନିଭର୍ସରେ ଏହା ସାମିଲ ହେବ। ଆଉ ଏବେ ସିନେମାର ଲିଡ ରୋଲରେ କେଉଁ ଅଭିନେତା ନଜର ଆସିବେ ଜଣା ପଡିବା ପରେ ତାହାକୁ ନେଇ ଚର୍ଚ୍ଚା ଜୋର ଧରିଛି। କଥା ହେଉଛି, ଗତ କିଛି ସମୟରୁ ୧୯୯୭ ମସିହାର ଶକ୍ତିମାନ ଶୋ ଉପରେ ସିନେମା ହବାର ଖବର ଚର୍ଚ୍ଚାରେ ହେଉଥିଲା।

ଖୁବଶୀଘ୍ର ଏହି ସିନେମାଟି ବଡ ପରଦାରେ ଆସିବ, ଏ ନେଇ ଶକ୍ତିମାନ ଶୋ ର ମୁଖ୍ୟ ଭୂମିକାରେ ଥିବା ଅଭିନେତା ମୁକେଶ ଖାନ୍ନା ସୂଚନା ଦେଇଥିଲେ। ଏହି ସିନେମାଟି ସୋନି ପିକ୍ଚର ଇଣ୍ଟରନ୍ୟାସନାଲ ଆଉ ମୁକେଶ ଖାନ୍ନାଙ୍କ ପ୍ରଡକ୍ସନ ହାଉସ ଭୀଷ୍ମ ଇଣ୍ଟରନ୍ୟାସନାଲର ମିଳିତ ପ୍ରଯୋଜନାରେ ନିର୍ମାଣ କରାଯାଉଛି।

ଏହାର ଲିଡ ରୋଲ ପାଇଁ ପ୍ରଥମେ ଟାଲେଣ୍ଟେଡ ଅଭିନେତା ବିଦ୍ୟୁତ ଜମାଓ୍ବାଲ ଓ ତାପରେ ଭର୍ସାଟାଇଲ ଆକ୍ଟର ବିକି କୌଶଲଙ୍କ ନା ଶୁଣିବାକୁ ମିଳୁଥିଲା। କିନ୍ତୁ ବର୍ତ୍ତମାନର ଖବର ଅନୁସାରେ ଯାହା ଜଣାପଡିଛି, ସୁପରଷ୍ଟାର ରଣବୀର ସିଂ ଏହାର ମୁଖ୍ୟ ଭୂମିକାରେ ଅଭିନୟ କରିବେ।  ରଣବୀର ମଧ୍ୟ ଏହି ଚରିତ୍ରକୁ ନେଇ ବେଶ ଉତ୍ସାହୀତ ଥିବାର ଏହି ରିପୋର୍ଟରେ ଜଣାପଡିଛି। କିନ୍ତୁ ଏବେ ପର୍ଯ୍ୟନ୍ତ ସେ ଫିଲ୍ମ ସାଇନ କରିନାହାଁନ୍ତି ।

ସେପଟେ ମୁକେଶ ଖାନ୍ନାଙ୍କୁ ଏ ନେଇ ପ୍ରଶ୍ନ କରାଯିବା ପରେ ସେ କୌଣସି ପ୍ରତିକ୍ରିୟା ଦେଇନଥିଲେ। କିନ୍ତୁ ସେ ଏହି ଖବରକୁ ଖଣ୍ଡନ ମଧ୍ୟ କରିନାହାଁନ୍ତି। ଯଦିଓ ଏ ପର୍ଯ୍ୟନ୍ତ ଏହି ଖବରର କୌଣସି ସ୍ପଷ୍ଟ ହୋଇନି, ହେଲେ ଯଦି ଏହି ଖବରଟି ସତ ହୋଇଥାଏ ତେବେ ରଣବୀର ଙ୍କୁ ପୁଣିଥରେ ଗୋଟେ ଅଲଗା ଓ ଚମତ୍କାର ଭୂମିକାରେ ଦେଖିବାକୁ ମିଳିବ।

ଆଉ ଯେହେତୁ ଯେ କୌଣସି ଭୂମିକାକୁ ବାସ୍ତବିକ ରୁପ ଦେବାରେ ରଣବୀର ନିଜ ଜୀବନ ଲଗାଇ ଦିଅନ୍ତି, ତେଣୁ ଫ୍ୟାନ୍ସ ମାନେ ମଧ୍ୟ ତାଙ୍କ ପ୍ରିୟ ସୁପରଷ୍ଟାରଙ୍କୁ ସୁପରହିରୋ ଭୂମିକାରେ ଦେଖିବା ପାଇଁ ବେଶ ଉସ୍ହାହିତ ଅଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com