ଜାତୀୟ

ସତ ହେଲା ମୋବାଇଲ୍ ନ୍ୟୁଜ୍‌ର ଆକଳନ, ସିଦ୍ଧରମୈୟା ହେଲେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ

ସତ ହୋଇଛି ମୋବାଇଲ୍ ନ୍ୟୁଜ୍ ଟିମ୍‌ର ଆକଳନ । ଦୀର୍ଘ ସମୟର ମାନସ ମନ୍ଥନ ପରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଭାବେ କଂଗ୍ରେସ ଚୟନ କରିଛି ବରିଷ୍ଠ ନେତା ସିଦ୍ଧରମୈୟାଙ୍କୁ ।

ଏହାପରେ ସିଦ୍ଧରମୈୟାଙ୍କ ସମର୍ଥକ ଗୋଷ୍ଠୀଙ୍କ ମଧ୍ୟରେ ଆନନ୍ଦ ଖେଳିଯାଇଛି । ସେପଟେ ଅନ୍ୟତମ ଦାବିଦାର ଡିକେ ଶିବକୁମାରଙ୍କୁ ଉପମୁଖ୍ୟମନ୍ତ୍ରୀ ପଦ ପାଇଁ ଚୟନ କରାଯାଇଥିଲେ ମଧ୍ୟ ସେ ଏହାକୁ ଗ୍ରହଣ କରିବାକୁ ପ୍ରସ୍ତୁତ ନାହାନ୍ତି ।

ଖବର ପ୍ରସ୍ତୁତ ହେବା ସୁଦ୍ଧା ଶିବକୁମାରଙ୍କ ମାନ ଭଞ୍ଜନ ପାଇଁ ଚେଷ୍ଟା କରୁଥିଲେ କଂଗ୍ରେସର ବରିଷ୍ଠ ନେତାମାନେ । ସୋନିଆ ଗାନ୍ଧି, ରାହୁଳ ଗାନ୍ଧିଙ୍କ ସମେତ ଅନ୍ୟ ପ୍ରମୁଖ ନେତାବୃନ୍ଦ ଶିବକୁମାରଙ୍କୁ ବୁଝାଇବାରେ ଲାଗି ପଡ଼ିଥିଲେ ।

ବୁଧବାର ପୂର୍ବାହ୍ଣରେ ପ୍ରଥମେ ସିଦ୍ଧରମୈୟା ରାହୁଳ ଗାନ୍ଧିଙ୍କୁ ୧୦-ଜନପଥରେ ଭେଟିଥିଲେ । ତାଙ୍କ ସହ ଥିଲେ କେତେକ ବିଧାୟକ । ବୈଠକରେ ସିଦ୍ଧରମୈୟାଙ୍କ ନାଁରେ ହିଁ ମୁଖ୍ୟମନ୍ତ୍ରୀ ମୋହର ବାଜିବାର ସମ୍ଭାବନା ରହିଥିଲା ଓ ତାହା ହିଁ ହେଲା ।

ଏହା ପରେପରେ ଶିବକୁମାର ମଧ୍ୟ ରାହୁଳଙ୍କୁ ଦେଖା କରିଥିଲେ । ତେବେ ସେ ଉପମୁଖ୍ୟମନ୍ତ୍ରୀ ପଦରେ ସନ୍ତୁଷ୍ଟ ନଥିବା ଜଣାପଡ଼ିଛି । ଆଗକୁ ଜଣାପଡ଼ିବ ମୋଡ଼ କଣ ବଦଳୁଛି । ତେବେ ମୋବାଇଲ୍ ନ୍ୟୁଜ୍‌ର ଆକଳନ ସତ ହୋଇଛି । କଂଗ୍ରେସ ସିଦ୍ଧରମୈୟାଙ୍କ ମୁଣ୍ଡରେ ହିଁ ସୁନାକଳସ ଢାଳିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com