ଜାତୀୟ

ଝିଅ ସହ ପିତୃ ଦିବସ ପାଳିଲେ ଚାରୁ ଅସୋପା, ଆସିଲେନି ସୁସ୍ମିତାଙ୍କ ଭାଇ ରାଜୀବ

ମୁମ୍ବାଇ: ଗତ କାଲି ଅର୍ଥାତ୍‌ ରବିବାର ଦିନ ବାପାଙ୍କ ପାଇଁ ଦିନଟିଏ ଥିଲା। ଗତକାଲି ସମସ୍ତ ପିତାଙ୍କୁ ପିତୃ ଦିବସ ଶୁଭେଚ୍ଚା ଜଣାଇଥିଲେ। ଅନ୍ୟପକ୍ଷରେ, ଯେଉଁମାନେ ପ୍ରଥମ ଥର ପାଇଁ ଏହି ଦିନ ପାଳନ କରୁଥିଲେ, ସେମାନେ ମଧ୍ୟ ଖୋଲାଖୋଲି ଭାବରେ ଏହି ଦିନକୁ ଅତିବାହିତ କରିଥିଲେ। କିନ୍ତୁ ଏହି ଦିନ ସୁସ୍ମିତା ସେନଙ୍କ ଭାଇ ତାଙ୍କ ଝିଅ ଜିଆନାଙ୍କ ସହ ଏହି ବିଶେଷ ଦିନ ପାଳନ କରିବାକୁ ଆସି ନଥିଲେ।

 

View this post on Instagram

 

A post shared by Ziana Sen 🌸 (@ziana.sen)

ନିକଟରେ ଟେଲି ଅଭିନେତ୍ରୀ ଚାରୁ ମଧ୍ୟ କିଛି ଫଟୋ ସେୟାର କରିଛନ୍ତି। ଯେଉଁଥିରେ ସେ ତାଙ୍କ ଝିଅ ଜିଆନା ସେନ୍‌ଙ୍କ ସହ ନଜର ଆସିଛନ୍ତି । ଏହି ଫଟୋଗୁଡ଼ିକରେ ତାଙ୍କ ଝିଅ ଜିଆନା ସେନ୍‌ଙ୍କୁ ନିଜ କୋଳରେ ଧରିଥିବା ବେଳେ କ୍ୟାପସନ୍‌ରେ ଲେଖିଛନ୍ତି ଯେ- ସମସ୍ତଙ୍କୁ ଶୁଭ ପିତୃ ଦିବସ। (ଜିଆନା ସେନ୍) ମୋ ମା’ଙ୍କ ସହିତ ପିତୃ ଦିବସ ଉପଭୋଗ କରୁଛୁ। ଏହି ଫଟୋ ସାମ୍ନାକୁ ଆସିବା ମାତ୍ରେ ଖବର ପୁଣି ଥରେ ଚର୍ଚ୍ଚା ଜୋର ଧରିଛି। ପ୍ରଶଂସକମାନେ ପୁଣି ଥରେ କହିବା ଆରମ୍ଭ କଲେଣି ଯେ ଉଭୟଙ୍କ ମଧ୍ୟରେ ସବୁ ଠିକ୍ ନାହିଁ ।

କହିବାକୁ ଗଲେ ବଲିଉଡ ଅଭିନେତ୍ରୀ ଚାରୁ ଏବଂ ରାଜୀବ ଜୁନ୍ ୨୦୧୯ରେ ବିବାହ କରିଥିଲେ। ଏହି ଦୁଇଜଣ ପ୍ରାୟ ତିନି ବର୍ଷ ହେବ ବିବାହ କରିଛନ୍ତି। ଚାରୁ ଏବଂ ରାଜୀବ ସେନ୍‌ଙ୍କ ମଧ୍ୟରେ ବିବାହ ପରଠାରୁ ଅନେକ ଥର ମତଭେଦ ହେବାର ଖବର ଆସିଛି । ବିବାହର ତିନିବର୍ଷ ମଧ୍ୟରେ ଉଭୟେ ପରସ୍ପରକୁ ଫଲୋ କରିନାହାଁନ୍ତି । କେବଳ ଏତିକି ନୁହେଁ, ଦୁହେଁ ସେମାନଙ୍କର ପ୍ରଥମ ବିବାହ ବାର୍ଷିକୀ ମଧ୍ୟ ପାଳନ କରିନାହାଁନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com