ଜାତୀୟରାଜନୀତି

ପୂର୍ବତନ ଓଡିଆ ଆଇପିଏସ ଅଧିକାରୀ ବସନ୍ତ ରଥଙ୍କ ଟ୍ୱିଟ୍। ‘ଓମାର ଅବଦୁଲ୍ଲାଙ୍କ ବିରୋଧରେ ଲଢିବି’

ଯଦି ବିଜେପି ହାଇକମାଣ୍ଡ ସୁଯୋଗ ଦିଅନ୍ତି ତେବେ ମୁଁ ଓମାର ଅବଦୁଲ୍ଲାଙ୍କ ବିରୋଧରେ ଲଢିବି । କିଛି ଏଭଳି ଟ୍ୱିଟ କରି ପୁଣି ଚର୍ଚ୍ଚାକୁ ଆସିଛନ୍ତି ଜମ୍ମୁ-କଶ୍ମୀରର ପୂର୍ବତନ ଓଡିଆ ଆଇପିଏସ ଅଧିକାରୀ ବସନ୍ତ ରଥ । ନିକଟରେ ସେ ଭାରତୀୟ ପୋଲିସ ସେବାରୁ ଇସ୍ତଫା ଦେଇଥିଲେ । ଏଥିରେ ସେ ରାଜନୀତିରେ ଯୋଗଦେବା କଥା ସ୍ପଷ୍ଟ କରିଥିଲେ । ବିଜେପିରେ ସେ ଯୋଗଦେବା ନେଇ ସୂଚନା ଦେଇଥିବା ବେଲେ ବର୍ତ୍ତମାନ ଟ୍ୱିଟ୍ କରି ନିର୍ବାଚନ ଲଢିବାର ସଙ୍କେତ ଦେଇଛନ୍ତି ।ଏହି ଟ୍ୱିଟରେ ସେ ଓମାର ଅବଦୁଲ୍ଲା ଏବଂ ମେହେବୁବା ମୁଫତୀଙ୍କ ବିରୋଧରେ ଲଢେଇ କରିବାକୁ ଚାହିଁଛନ୍ତି ବୋଲି ଦର୍ଶାଇଛନ୍ତି । ବିଜେପି ସୁପ୍ରିମୋ ଯଦି ତାଙ୍କୁ ସୁଯୋଗ ଦିଅନ୍ତି ସେ ଉଭୟ ନେତାଙ୍କ ବିରୋଧରେ ନିର୍ବାଚନ ଲଢିବେ ବୋଲି କହିଛନ୍ତି । ବସନ୍ତ ଜମ୍ମୁର ପୋଲିସ ମୁଖ୍ୟ ଥିବା ବେଳେ ଓମାର ଅବଦୁଲ୍ଲା ମୁଖ୍ୟମନ୍ତ୍ରୀ ଥିଲେ । ସେହିଭଳି ମେହେବୁବା ମୁଫତି ମୁଖ୍ୟମନ୍ତ୍ରୀ ଥିବା ବେଲେ ବସନ୍ତ ଜମ୍ମୁକାଶ୍ମୀରର ଟ୍ରାଫିକ ମୁଖ୍ୟ ଥିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com