ଜାତୀୟରାଜନୀତି

ସୋନିଆ ଗାନ୍ଧୀଙ୍କୁ ଇଡିର ନୋଟିସ ପରେ ଆକ୍ସନ ମୋଡରେ କଂଗ୍ରେସ

ନ୍ୟାସନାଲ ହେରାଲ୍ଡ ମାମଲାରେ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତୃତୀୟ ଥର ପାଇଁ ନୋଟିସ କରିଛି । ଏହି ନୋଟିସରେ ଜୁଲାଇ ୨୧ ତାରିଖରେ ସୋନିଆଙ୍କୁ ଇଡି କାର୍ଯ୍ୟାଳୟରେ ହାଜର ହେବାକୁ ନୋଟିସ କରାଯାଇଛି । ହେଲେ ଏହି ନୋଟିସ ବିରୋଧରେ ଏବେ ଆକ୍ସନ ମୋଡକୁ ଆସିଛି କଂଗ୍ରେସ । ଏନେଇ ଦଳ ପକ୍ଷରୁ ଜୁଲାଇ ୨୧ ତାରିଖରେ କେନ୍ଦ୍ର ସରକାରଙ୍କ ବିରୋଧରେ ସାରା ଦେଶରେ ପ୍ରଦର୍ଶନ କରାଯିବ ବୋଲି କୁହାଯାଇଛି । ସୂଚନା ଥାଉକି ନ୍ୟାସନାଲ ହେରାଲ୍ଡ ମାମଲାରେ ଇଡି ତୃତୀୟ ଥର ପାଇଁ ସୋନିଆ ଗାନ୍ଧୀଙ୍କୁ ନୋଟିସ କରିଛି । ଏହା ପୂର୍ବରୁ ୨ ଥର ନୋଟିସ କରାଯାଇଥିଲେ ବି ସୋନିଆ ଗାନ୍ଧୀ ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ଇଡିରେ ହାଜର ହୋଇନଥିଲେ । ଏହା ପୂର୍ବରୁ ସମାନ ମାମଲାରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କୁ ଇଡି ୩୦ ଘଣ୍ଟାରୁ ଅଧିକ ସମୟ ଧରି ଜେରା କରିସାରିଛି । କହିରଖୁ କି ବୁଧବାର ଦିନ ଜାତୀୟ କଂଗ୍ରେସର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା । ଏହି ବୈଠକରେ ଅନେକ ପ୍ରସଙ୍ଗ ଉପରେ ଚର୍ଚ୍ଚା ହୋଇଛି । ଏହାସହ ଆଜି ବି ଏକ ବୈଠକ ଡକାଯାଇଛି । ଏହି ବୈଠକକୁ ଦଳର ସମସ୍ତ ସଚିବ, ପ୍ରଦେଶ ପ୍ରଭାରୀ, ପିସିସି ମୁଖ୍ୟ ଉପସ୍ଥିତ ହେବେ ବୋଲି ଜଣାପଡିଛି । ଏହି ବୈଠକରେ ଭାରତ ଯୋଡ ଯାତ୍ରା ନେଇ ଆଲୋଚନା ହେବ ବୋଲି ସୂଚନା ରହିଛି । ସେପଟେ ଗତକାଲିର ବୈଠକ ପରେ କଂଗ୍ରେସର ବରିଷ୍ଠ ନେତା ମଲ୍ଳିକାର୍ଜୁନ ଖଡଗେ କହିଛନ୍ତି କି ସୋନିଆ ଗାନ୍ଧୀ ଏକ ସିଂହୀ ସେ ଏଭଳି ସାଧାରଣ ଧମକକୁ ଡରନ୍ତି ନାହିଁ । ତେଣୁ ସେ ୨୧ ତାରିଖରେ ଇଡିରେ ହାଜର ହେବେ ।

Related Articles

Back to top button
WP Twitter Auto Publish Powered By : XYZScripts.com