Featuredଅନ୍ତର୍ଜାତୀୟଜାତୀୟ

ମୁଁ ଇଣ୍ଡିଆର ସବୁଠାରୁ ବଡ଼ ଫ୍ୟାନ୍ : ଚୀନ ରାଷ୍ଟ୍ରଦୂତ

ମୁଁ ଭାରତର ସବୁଠାରୁ ବଡ଼ ଫ୍ୟାନ୍। ବାଂଲାଦେଶରେ ଥିବା ଚୀନ ରାଷ୍ଟ୍ରଦୂତ  ଲି ଜିମିଂ ଏପରି କହିଛନ୍ତି। ଦୁଇ ଦେଶ ମଧ୍ୟରେ ଥିବା ସମ୍ପର୍କକୁ ନେଇ ସେ ନିଜ ମତ ରଖୁଥିବା ବେଳେ ଭାରତ ବିଷୟରେ ତାଙ୍କ ଭଲପାଇବାକୁ ଏପରି ପ୍ରକାଶ କରିଛନ୍ତି ଜିମିଂ। ସେ କହିଛନ୍ତି “ ବ୍ୟକ୍ତିଗତ ଭାବେ ମୁଁ ଭାରତର ସବୁଠାରୁ ବଡ୍ ପ୍ରଶଂସକ।  ଆମେ ମିଳିମିଶି ଆମ ଭିତରେ ଥିବା ଅର୍ଥନୈତିକ, ଭୂରାଜନୈତିକ ସମସ୍ୟାର ସମାଧାନ କରିପାରିବୁ।” ବାଂଲାଦେଶର କୂଟନୈତିକ ପ୍ରତିନିଧିଙ୍କ ସହ ଆଲୋଚନା କଲା ବେଳେ ଲିମ ଜିମିଂ କହିଛନ୍ତି ଯେ ଚୀନ ଭାରତକୁ କେବେ ବି ଏକ ରଣନୈତିକ ଶତ୍ରୁ ଓ ପ୍ରତିଦ୍ୱନ୍ଦ୍ୱୀ ଭାବେ ଦେଖି ନାହିଁ। ତେବେ ବଙ୍ଗୋପ ସାଗରରେ ଅଧିକ ସେନା ମୁତୟନ ହେଉ ଚୀନ ଚାହେଁନି ଏହା ଦେଖିବାକୁ ଚହେଁନି ବୋଲି ଲି ଜିମିଂ କହିଛନ୍ତି।। ଚୀନ ରାଷ୍ଟ୍ରଦୂତ ସନ ୱେଇଡଙ୍ଗ ଅବସର ନେବା ସମୟରେ ତାଙ୍କ ବିଦାୟିକାଳୀନ ଭାଷଣରେ ଭାରତ ଓ ଚୀନକୁ ଉପଦେଶ ଦେଇଥିଲେ। ଦୁଇ ଦେଶ କେହି କାହାର ଅନ୍ତରୀଣ ମାମଲାରେ ହସ୍ତକ୍ଷେପ କରନ୍ତୁ ନାହିଁ ବୋଲି ସେ କହିଥିଲେ। ତେବେ ତାଙ୍କୁ ଭାରତରେ କାମ କରି ଭଲ ଲାଗିଲା ବୋଲି କହିଥିଲେ।

Related Articles

Back to top button
WP Twitter Auto Publish Powered By : XYZScripts.com