ଜାତୀୟ

ସ୍ଥଗିତ ରଖାଗଲା ଏଏସଓ ପରୀକ୍ଷା, ବନ୍ୟା ସ୍ଥିତି ସୁଧୁରିବା ପରେ ଘୋଷଣା ହେବ ତାରିଖ

ବନ୍ୟାସ୍ଥିତିକୁ ଦୃଷ୍ଟିରେ ରଖି ସ୍ଥଗିତ ହେଲା ASO ପରୀକ୍ଷା । ୨୧ ତାରିଖରେ ହେବାକୁ ଥିବା ASO ପରୀକ୍ଷାକୁ ସ୍ଥଗିତ ରଖାଯାଇଛି । ଏନେଇ ଆଜି ଓଡ଼ିଶା ଲୋକସେବା ଆୟୋଗ ପକ୍ଷରୁ ସୂଚନା ଦିଆଯାଇଛି । ରାଜ୍ୟରେ ଉପୁଜିଥିବା ଜଟିଳ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ହେବାକୁ ଥିବା ASO ଲିଖିତ ପରୀକ୍ଷାକୁ ଅନ୍ୟାଦେଶ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି । ପରୀକ୍ଷାର ପରିବର୍ତ୍ତିତ କାର୍ଯ୍ୟସୂଚୀ ବିଜ୍ଞପ୍ତି ମାଧ୍ୟମରେ ଜଣାଇ ଦିଆଯିବ ବୋଲି ଓଡ଼ିଶା ଲୋକସେବା ଆୟୋଗ ଆଜି ଜଣାଇଛି । ନୂଆ ତାରିଖ ଖୁବଶୀଘ୍ର ଘୋଷଣା ହେବ । ବନ୍ୟା ଯୋଗୁଁ କେତେକ ଜିଲ୍ଲାର ପରୀକ୍ଷାର୍ଥୀଙ୍କ ପାଇଁ ଏହି ପଦକ୍ଷେପ ନିଆଯାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com