ଜାତୀୟ

ବାପା-ମା’ ଘରୁ ଯିବାପରେ ୨ବର୍ଷର ଶିଶୁକୁ ଆୟାଙ୍କ ଥାର୍ଡ ଡିଗ୍ରୀ, ସିସିଟିଭି ଖୋଲିଦେଲା ସବୁ ରହସ୍ୟ

ଜବଲପୁର: ମଧ୍ୟପ୍ରଦେଶ ଜବଲପୁର ସହର ମଢାତାଲ ଥାନା ଅନ୍ତର୍ଗତ ଷ୍ଟାର୍ ସିଟିରେ ଜଣେ ଆୟା ଦୁଇ ବର୍ଷ ଶିଶୁକୁ ନିର୍ଯାତନା ଦେଉଥିବା ମାମଲା ସାମ୍ନାକୁ ଆସିଛି । ମା’-ବାପା ୨ ବର୍ଷ ଶିଶୁର ଦେଖାଶୁଣା କରିବାକୁ ଜଣେ ଆୟାଙ୍କୁ ଘରେ ରଖିଥିଲେ । ଏଥିପାଇଁ ସଂପୃକ୍ତ ଆୟାଙ୍କୁ ମାସକୁ ୫ ହଜାର ଟଙ୍କା ଦରମା ଦେବା ସହ ଖାଦ୍ୟପେୟର ଆୟୋଜନ କରିଥିଲେ । ଶିଶୁଟିର ଦେଖାଶୁଣା ପାଇଁ ଯେଉଁ ଆୟାଙ୍କୁ ରଖାଯାଇଥିଲା ସେ ହିଁ ଶିଶୁଟିକୁ ନିର୍ଯାତନା ଦେଉଥିଲା ।

ସୂଚନାଯୋଗ୍ୟ ଯେ, ପ୍ରାୟ ୪ ମାସ ପୂର୍ବରୁ ଶିଶୁଟିର ପରିବାର ଲୋକ ଚମନନଗର ବାସିନ୍ଦା ରଜନୀ ଚୌଧୁରୀଙ୍କୁ ନିଜ ପିଲାର ଦେଖାଶୁଣା କରିବାପାଇଁ ଘରେ ରଖିଥିଲେ । ପିଲାର ବାପା-ମା ଉଭୟ ଚାକିରୀ କରୁଥିଲେ । ପିଲାଟିର ଦେଖାଶୁଣା କରିବା ପାଇଁ ଘରେ କେହି ନଥିବାରୁ ଆୟାକୁ ରଖିଥିଲେ । ଆୟାକୁ ଚାକିରୀରେ ରଖିବା ପରେ ଶିଶୁଟିର ବାପା-ମା ସକାଳ ୧୧ଟାରେ ପିଲା ପାଇଁ ଖାଇବା ପ୍ରସ୍ତୁତ କରି ବାହାରିଯାଆନ୍ତି । ଏହାପରେ ଶିଶୁଟି ଉପରେ ଥାର୍ଡ ଡିଗ୍ରୀ ଆରମ୍ଭ କରନ୍ତି ରଜନୀ ।

ଶିଶୁର ସ୍ବାସ୍ଥ୍ୟାବସ୍ଥା ଖରାପ ହେବାରୁ ରଜନୀ ଉପରେ ଶିଶୁଟିର ବାପା-ମାଙ୍କର ସନ୍ଦେହ ହୋଇଥିଲା । ସେମାନେ ଘରେ ସିସିଟିଭି କ୍ୟାମେରା ଲଗାଇଦେଇଥିଲେ । କିଛି ଦିନ ତଳେ ଯେତେବେଳେ ଶିଶୁଟି ଦୁର୍ବଳ ହୋଇଯାଇଥିଲା ତାକୁ ଡାକ୍ତରଙ୍କ ନିକଟକୁ ନେଇଯାଇଥିଲେ । ଶିଶୁଟିର ଅଣ୍ଟାରେ ଆଘାତ ଲାଗିଥିବା ଏବଂ ଶିଶୁଟି ଚୁପଚାପ ରହିବା ପଛରେ କୌଣସି ପ୍ରକାର ନିର୍ଯାତନା ଆଶଙ୍କା କରିଥିଲେ ।

ଏହାପରେ ଶିଶୁଟିର ବାପା-ମା ଘରେ ଲାଗିଥିବା ସିସିଟିଭି କ୍ୟାମେରାର ଯାଞ୍ଚ କରିଥିଲେ । ଏଥିରୁ ରଜନୀର ନିର୍ଯାତନା ସମ୍ପର୍କରେ ଖୁଲାସା ହୋଇଥିଲା । ଏହାପରେ ସେମାନେ ଏ ନେଇ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ଧାରା ୩୦୮ରେ ଆୟାକୁ ଗିରଫ କରି ଜେଲ୍ ପଠାଇଦିଆଯାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com