ଜାତୀୟରାଜନୀତି

‘ଘୃଣା ସୃଷ୍ଟି କରି ନିର୍ବାଚନରେ ଦଖଲ ଦେଉଛନ୍ତି ଫେସବୁକ ଓ ଟୁଇଟର, ରୋକ୍ ଲଗାନ୍ତୁ ସରକାର’

ନୂଆଦିଲ୍ଲୀ: କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ନିର୍ବାଚନରେ ଫେସବୁକ ପରି ସାମାଜିକ ଗଣମାଧ୍ୟମ କମ୍ପାନୀର ପ୍ରଭାବକୁ ସମାପ୍ତ କରିବା ପାଇଁ ଦାବି କରିଛନ୍ତି। ଲୋକସଭାରେ ସୋନିଆ ଗାନ୍ଧୀ କହିଛନ୍ତି, ସରକାରଙ୍କ ନିକଟରେ ମୁଁ ଏହା ଦାବି କରୁଛି ଯେ, ନିର୍ବାଚନରେ ଫେସବୁକ ଏବଂ ଅନ୍ୟ ସାମାଜିକ ଗଣମାଧ୍ୟମ କମ୍ପାନୀର ଦଖଲକୁ ସମାପ୍ତ କରିବା ପାଇଁ ପଦକ୍ଷେପ ନିଅନ୍ତୁ। କାରଣ ଏହା ଜରିଆରେ ଲୋକଙ୍କ ମୁଣ୍ଡରେ ଘୃଣା ଭର୍ତ୍ତି କରାଯାଉଛି। ଲୋକଙ୍କୁ ଭାବୁକପୂର୍ଣ୍ଣ ଘୃଣିତ ସୂଚନା ଦିଆଯାଉଛି। ଫେସବୁକ ପରି କମ୍ପାନୀ ଏମିତି ଭୁଲ୍ ବିଷୟର ଫାଇଦା ଉଠାଉଛନ୍ତି। ଏସବୁରେ ସାମାଜିକ ଗଣମାଧ୍ୟମ କମ୍ପାନୀ, ସରକାର ଏବଂ କର୍ପୋରେଟ ସେକ୍ଟର ମଧ୍ୟରେ ମଧୁଚନ୍ଦ୍ରିକା ରହିଥିବା କହିଛନ୍ତି ସୋନିଆ।
ସୋନିଆ ଗାନ୍ଧୀ କହିଛନ୍ତି, ଏହି କଥା ଅନେକ ଥର କୁହାଯାଇଛି ଯେ, ସୋସିଆଲ ମିଡିଆ କମ୍ପାନୀ ସମସ୍ତ ରାଜନୈତିକ ଦଳକୁ ସମାନ ସୁଯୋଗ ଯୋଗାଉ ନାହିଁ। ଶାସକ ସହିତ ମିଶି ଫେସବୁକ ପକ୍ଷରୁ ସାମାଜିକ ସଦଭାବ ବିଗାଡିବାକୁ ଯେଉଁଭଳି ପ୍ରୟାସ ଚାଲିଛି ତାହା ନିନ୍ଦନୀୟ ଏବଂ ବଡ ଭୁଲ। ଏହି ଧରଣର ଅଘୋଷିତ ମେଣ୍ଟ ଦେଶ ପାଇଁ ବହୁତ ବିପଦଜ୍ଜନକ। ସାମାଜିକ ଗଣମାଧ୍ୟମ କମ୍ପାନୀକୁ ଟାର୍ଗେଟ୍ କରି ସୋନିଆ କହିଛନ୍ତି, ଏମାନଙ୍କ ପକ୍ଷରୁ ଗଣତନ୍ତ୍ରକୁ ହ୍ୟାକ୍ କରାଯାଉଛି। ଫେସବୁକ ଏବଂ ଟୁଇଟର ପରି କମ୍ପାନୀ କିଛି ନେତାଙ୍କ ନେରେଟିଭକୁ ପ୍ରୋତ୍ସାହନ ଦେଇ ଆଗକୁ ବଢାଇବାର କାମ କରୁଛନ୍ତି।
କଂଗ୍ରେସ ନେତା କହିଛନ୍ତି, ନିର୍ବାଚନୀ ରାଜନୀତିକୁ ସୋସିଆଲ ମିଡିଆ କମ୍ପାନୀ ପକ୍ଷରୁ ପ୍ରଭାବିତ କରାଯାଉଛି। ସୂଚନାଯୋଗ୍ୟ, ନିକଟରେ ୟୁପି ସମେତ ପାଞ୍ଚ ରାଜ୍ୟର ବିଧାନସଭା ନିର୍ବାଚନରେ କଂଗ୍ରେସକୁ ଶୋଚନୀୟ ପରାଜୟ ଭୋଗିବାକୁ ପଡିଛି। ୟୁପିରେ ପାର୍ଟିକୁ ମାତ୍ର ଦୁଇଟି ସିଟ୍ ମିଳିଥିବା ବେଳେ ପଞ୍ଜାବରେ କ୍ଷମତାରୁ ବେଦଖଲ ହୋଇଛି କଂଗ୍ରେସ।

Related Articles

Back to top button
WP Twitter Auto Publish Powered By : XYZScripts.com