ଓଡ଼ିଶାକ୍ରୀଡ଼ାଜାତୀୟ

ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଫୁଟବଲ୍ ଫର ଅଲ୍ କାର୍ଯ୍ୟକ୍ରମ ଉଦ୍ଘାଟିତ

ଭୁବନେଶ୍ୱର, ୧୦ /୧୦/୨୦୨୨ –   ହକି ପରେ ଏବେ ଫୁଟବଲ୍ । ଭୁବନେଶ୍ୱରକୁ ହକିର ନୂଆ ହବ୍ ଭାବେ ଏକ ସ୍ୱତନ୍ତ୍ର ପରିଚୟ ଦେଇଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଫୁଟବଲ ପ୍ରତି ଅନୁରୂପ ଆଗ୍ରହ ଦେଖାଇଛନ୍ତି । ସୋମବାର ଏନେଇ ଫୁଟବଲ ଫର ଅଲ୍ ଉଦ୍ଘାଟିତ ହୋଇଛି । ଦେଶରେ ନୂଆ ଫୁଟବଲ୍ ପ୍ରତିଭା ସୃଷ୍ଟି କରିବା ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ଏହି କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି । ଏଥିନେଇ ଆସନ୍ତା ଦିନରେ ରାଜ୍ୟର ୨ ହଜାର ସ୍କୁଲରେ ୪୩ ହଜାର ଫୁଟବଲ୍ ବଣ୍ଟନ କରାଯିବ । ଫୁଟବଲ୍ ବିଶ୍ୱର ସବୁଠୁ ଅଧିକ ଲୋକପ୍ରିୟ ଖେଳ । ଭାରତରେ ଏହାର ପ୍ରସାର ପାଇଁ ଉଦ୍ୟମ ଜରୁରୀ । ବିଶେଷକରି ଗ୍ରାମାଞ୍ଚଳରେ ଥିବା ପ୍ରତିଭାକୁ ଚିହ୍ନଟ କରି ମୁଖ୍ୟସ୍ରୋତରେ ସାମିଲ୍ କରିବା ଏକ ଆହ୍ୱାନ । ଏନେଇ ରାଜ୍ୟ ସରକାର ଯଥା ସାଧ୍ୟ ଉଦ୍ୟମ କରିବେ ।

ଫିଫା ଫୁଟବଲର ବିକାଶ ପାଇଁ କାର୍ଯ୍ୟ ଜାରି ରଖିଛି । ସେହିଭଳି ମହିଳା ଫୁଟବଲକୁ ଅନୁରୂପ ଗୁରୁତ୍ୱ ଦିଆଯାଉଛି । ଭଲ ତାଲିମ ଓ ଭିତ୍ତିଭୂମି ଯୋଗୁଁ ଓଡିଶାରେ ବିଶ୍ୱକପ୍ ଆୟୋଜନ ହୋଇପାରିଛି । ଓଡ଼ିଶାରେ ଫିଫା ଅଣ୍ଡର-୧୭ ମହିଳା ବିଶ୍ୱକପ୍ ଆୟୋଜନ ଏକ ଗର୍ବର ମୁହୂର୍ତ୍ତ । ଏହାଦ୍ୱାରା ଓଡ଼ିଶାରେ ଫୁଟବଲର ବିକାଶ ହୋଇପାରିବ । ଓଡିଶାରେ ବିଶ୍ୱକପ୍ ଆୟୋଜନ କରିଥିବାରୁ ଫିଫାକୁ ଧନ୍ୟବାଦ ଦେଇଥିଲେ ନବୀନ । ଏହି କାର‌୍ୟ୍ୟକ୍ରମ କିଟ୍ ଓ କିସର ମିଳିତ ସହଯୋଗରେ ଓଡ଼ିଶାରେ ଫିଫା ଦ୍ୱାରା ଆରମ୍ଭ କରାଯାଇଛି । ଏହି ଅବସରରେ କ୍ରୀଡା ମନ୍ତ୍ରୀ ତୁଷାରକାନ୍ତି ବେହେରା ୟୁନିଟ୍-୯ ଓ କ୍ୟାପିଟାଲ ହାଇସ୍କୁଲ ପିଲାଙ୍କୁ ଫୁଟବଲ୍ ବାଣ୍ଟିଥିଲେ । ଏହି କାର୍ଯ୍ୟକ୍ରମରେ ୫-ଟି ସଚିବ ଭିକେ ପାଣ୍ଡିଆନ, ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଏବଂ ଅନ୍ୟ ଅଧିକାରୀମାନେ ଭର୍ଚ୍ଚୁଆଲ ମୋଡରେ ଯୋଗ ଦେଇଥିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com