ଓଡ଼ିଶା

ଆସନ୍ତା ୧୬ରୁ ଅକ୍ଟୋବର ୩୧ଯାଏଁ ଶିମିଳିପାଳ ବନ୍ଦ, ପର୍ଯ୍ୟଟକଙ୍କ ସୁରକ୍ଷା ଦୃଷ୍ଟିରେ ପଦକ୍ଷେପ

ବାରିପଦା: ଆସନ୍ତା ୧୬ରୁ ଅକ୍ଟୋବର ୩୧ ତାରିଖ ପର୍ଯ୍ୟନ୍ତ ପର୍ଯ୍ୟଟକମାନଙ୍କ ପାଇଁ ବନ୍ଦ ରହିବ ମୟୂରଭଞ୍ଜ ଜିଲ୍ଲା ଶିମିଳିପାଳ ଅଭୟାରଣ୍ୟ । ଶିମିଳିପାଳକୁ ପ୍ରବେଶ କରାଯାଉଥିବା ଶ୍ୟାମାଖୁଣ୍ଟା ବ୍ଲକ ପୀଠାବଟା ଫାଟକ ସମେତ ଯଶୀପୁର ବ୍ଲକ କାଳିଆଣି ଫାଟକରେ ପର୍ଯ୍ୟଟକମାନଙ୍କ ପାଇଁ ସାଢେ ଚାରି ମାସ ପର୍ଯ୍ୟନ୍ତ ଫାଟକ ବନ୍ଦ ରହିବ।

ତେବେ ପ୍ରତିବର୍ଷ ବର୍ଷା ଋତୁ ପାଇଁ  ଜୁନ୍ ୧୬ରୁ ଅକ୍ଟୋବର ୩୧ ପର୍ଯ୍ୟନ୍ତ ପର୍ଯ୍ୟଟକମାନଙ୍କ ପାଇଁ ଶିମିଳିପାଳ ବନ୍ଦ କରାଯାଇଥାଏ। ସାଧାରଣତଃ ବର୍ଷା ଋତୁରେ ଅଭୟାରଣ୍ୟର ରାସ୍ତାଘାଟ ଧୋଇଯାଇ ବିପଦ ଶଙ୍କୁଳ ଅବସ୍ଥାରେ ରହିଥାଏ। ତେଣୁ ପର୍ଯ୍ୟଟକମାନଙ୍କ ସୁରକ୍ଷା ଦୃଷ୍ଟିରୁ ଏହି ସାମୟିକ ବନ୍ଦ କରାଯାଇଥାଏ । ଏହି ସାଢେ ଚାରି ମାସ ମଧ୍ୟରେ ଅଭୟାରଣ୍ୟ ଭିତରେ ରାସ୍ତା ସମେତ ଭିଭିନ୍ନ ଭିତ୍ତିଭୂମିର ମରାମତି ମଧ୍ୟ ହୋଇଥାଏ ।

ସେପଟେ ନଭେମ୍ବର ମାସ ୧ ତାରିଖରୁ ଶିମିଳିପାଳକୁ ପ୍ରବେଶ ନିମନ୍ତେ ପର୍ଯ୍ୟଟକମାନଙ୍କୁ ଅନୁମତି ମିଳିବ ବୋଲି ଶିମିଳିପାଳ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com