ବାଣିଜ୍ୟ

ମଙ୍କିପକ୍ସକୁ ବୃଦ୍ଧିନେଇ ଆମେରିକାରେ ଆପାତକାଳୀନ ପରିସ୍ଥିତି

ଆମେରିକା, ୦୫/୦୮/୨୦୨୨ – ମଙ୍କିପକ୍ସ ଭୂତାଣୁ ଏବେ ଗୋଟିଏ ପରେ ଗୋଟିଏ ଦେଶକୁ ମାଡି ଚାଲିଛି ।  ଏହା ଭିତରେ ମଙ୍କିପକ୍ସ ଜନିତ ମୃତ୍ୟୁର ଏକାଧିକ ଖବର ସାମ୍ନାକୁ ଆସି ସାରିଲାଣି । ଯଦିଓ ଆମେରିକାରେ ଏହି ଭୂତାଣୁ ଦ୍ୱାରା କୌଣସି ମୃତ୍ୟୁ ହୋଇନି ତଥାପି ବର୍ତ୍ତମାନ ସବୁଠାରୁ ଅଧିକ ସଂକ୍ରମଣ ଆମେରିକାରେ ଦେଖିବାକୁ ମିଳିଛି । ଏଠାରେ ବୁଧବାର ସୁଦ୍ଧା ୬, ୬୦୦ ଲୋକଙ୍କ ଠାରେ ଏହି  ଭୂତାଣୁ ଚିହ୍ନଟ ହୋଇଛି । ଏନେଇ ଦେଶର ସ୍ୱାସ୍ଥ୍ୟବିଭାଗର ଜନସ୍ୱାସ୍ଥ୍ୟରେ ଆପାତକାଳୀନ ପରିସ୍ଥିତି ଘୋଷଣା କରିଛନ୍ତି । କୁହାଯାଉଛି କି, ସମଲିଙ୍ଗୀ ସଂପର୍କ କାରଣରୁ ଏହି ଭୂତାଣୁ ଅଧିକ ବ୍ୟାପୁଛି । ଆମେରିକାର ସ୍ୱାସ୍ଥ୍ୟ ସଚିବ କହିଛନ୍ତି କି ମଙ୍କିଫକ୍ସ ବିରୋଧରେ ଲଢେଇ କରିବାକୁ ଅର୍ଥ ଓ ଅତ୍ୟାଧୁନିକ ଉପକରଣର ଆବଶ୍ୟକତା ରହିଛି । ସେହିପରି ସ୍ୱାସ୍ଥ୍ୟ ଓ ମାନବସେବା ସଚିବ ଜୋବିୟର ବେସେରା କହିଛନ୍ତି ଯେ, ଏହି ଭୂତାଣୁ ସଂକ୍ରମଣ ରୋକିବାକୁ ସ୍ୱାସ୍ଥ୍ୟ ବିଭାଗ ନିଜର କାର୍ଯ୍ୟକୁ ତ୍ୱରାନ୍ୱିତ କରିଛି । ସେପଟେ ୟୁଏସ ସେଣ୍ଟର ଫର ଡିଜିଜ କଣ୍ଟ୍ରୋଲ ଆଣ୍ଡ ପ୍ରିଭେନସନର ନିର୍ଦ୍ଦେଶକ କହିଛନ୍ତି ଯେ ମଙ୍କିଫକ୍ସ ସଂକ୍ରମଣ ନେଇ ଯେତେ ସ୍ୱଚ୍ଛ ତଥ୍ୟ ଆସିବ ଏହାର ପ୍ରତିକାରରେ ତାହା ସହାୟକ ହେବ । ଏବେ ଚିନ୍ତାର ବିଷୟ ହେଉଛି କି ଏହି ଭୂତାଣୁକୁ ରୋକିବା ଓ ସଂକ୍ରମିତଙ୍କୁ ଚିକିତ୍ସା କରିବାରେ ଯେଉଁ ଟିକା ଓ ଔଷଧର ଆବଶ୍ୟକତା ରହିଛି ଏବେ ତାହାର ଯୋଗାଣ କମ ହେବାରେ ଲାଗିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com