ବାଣିଜ୍ୟ

ଓଡ଼ିଶା ଆକାଶରେ ଉଡ଼ିବ ଡ୍ରୋନ୍ ଟ୍ୟାକ୍ସି

ଭୁବନେଶ୍ୱର, ୦୫/୧୨/୨୦୨୨-   ଓଡିଶାରେ ଉପଲବ୍ଧ ହେବ ଆକାଶରେ ଉଡିବାକୁ ଥିବା ଟ୍ୟାକ୍ସି ସୁବିଧା । ଏହାକୁ ଡ୍ରୋନ୍ ଟ୍ୟାକ୍ସି ବୋଲି କୁହାଯାଉଛି । ବଡ କଥା ହେଉଛି ୨୦୨୩ ସୁଦ୍ଧା ପ୍ରୋଟୋଟାଇପ୍ ପ୍ରସ୍ତୁତ ହୋଇଗଲେ କମ୍ପାନୀ ୨୦୨୪ରେ ଏହାକୁ ବିଶ୍ବ ବଜାର ପାଇଁ ପ୍ରସ୍ତୁତ କରି ଓଡିଶାରେ ମଧ୍ୟ ଏହି ସେବା ଆରମ୍ଭ କରିବ । ଏହାକୁ ନେଇ ଓଡିଶାବାସୀଙ୍କ ମନରେ ଉତ୍ସୁକତା ପ୍ରକାଶ ପାଇଛି । ଏବେ କେବଳ ସାମାଜିକ ଗଣମାଧ୍ୟମରେ ଏହି ଡ୍ରୋନ ଟ୍ୟାକ୍ସିକୁ ନେଇ ଗ୍ରାଫିକାଲ ଭିଜୁଆଲ ଜରିଆରେ ଏହାର ଚିତ୍ର ଦେଖିବାକୁ ମିଳୁଛି ।

ମାତ୍ର ୨ ବର୍ଷ ବ୍ୟବଧାନରେ ଏହାର ସେବା ଯୋଗାଇ ଦେବାକୁ ନିକଟରେ ଶେଷ ହୋଇଥିବା ଓଡିଶା କନକ୍ଲେଭରେ ଏକ କମ୍ପାନି ଏନେଇ ବିସ୍ତୃତ ତଥ୍ୟ ଉପସ୍ଥାପନ କରିଛନ୍ତି । ବେଙ୍ଗାଲୁରୁ ଭିତ୍ତିକ ବମ୍ବଲ ବି ଫ୍ଲାଇଟ୍ ପ୍ରାଇଭେଟ ଲିମିଟେଡ ଏହି ପ୍ରସ୍ତାବ ରାଜ୍ୟ ସରକାରଙ୍କ ନିକଟରେ ଦାଖଲ କରିଛି । ୟୁକେସ୍ଥିତ ଏସ୍‌. ରାମ୍ ଆଣ୍ଡ୍ ଏମ୍‌. ରାମ୍ ଟେକ୍ନୋଲୋଜିଜ୍ ଆଣ୍ଡ୍ ରିସୋର୍ସେସ୍ ଲିମିଟେଡ୍ ଗ୍ରୁପ ସହଭାଗିତାରେ ଏହି ଡ୍ରୋନ୍ ଟ୍ୟାକ୍ସି ସେବା ଆରମ୍ଭ ହେବ । ଏସ୍‌ରାମ୍ ଆଣ୍ଡ୍ ଏମ୍‌ରାମ୍ ଗ୍ରୁପର ଉପାଧ୍ୟକ୍ଷ ଡଃ ଗୁରୁଜୀ କୁମାରନ ସ୍ବାମୀ ଏବଂ ବମ୍ବଲ ବି ଫ୍ଲାଇଟ୍ସ ପ୍ରାଇଭେଟ ଲିମିଟେଡର ସିଇଓ ଅର୍ଜୁନ ଦାସ ମେକ୍ ଇନ୍ ଓଡ଼ିଶା କନ୍‌କ୍ଲେଭରେ ଏହା କହିଛନ୍ତି । ଏ କ୍ଷେତ୍ରରେ ୩୦୦ କୋଟି ଟଙ୍କା ନିବେଶ କରାଯିବ ।

ଏନେଇ ସବିଶେଷ ପ୍ରକଳ୍ପ ରିପୋର୍ଟ ପ୍ରସ୍ତୁତ ହୋଇସାରିଛି । ଖୁବ୍‌ଶୀଘ୍ର ରାଜ୍ୟ ସରକାରଙ୍କ ପାଖରେ ଏହାକୁ ଦାଖଲ କରାଯିବ ବୋଲି । ଏହି ଡ୍ରୋନ୍‌ର ଓଜନ ଯାତ୍ରୀ ସମେତ ୩୦୦ କେ.ଜି ଓ ସର୍ବାଧିକ ବେଗ ଘଣ୍ଟାପ୍ରତି ୧୦୦ କି.ମି ରହିଛି । ଏହାର ଉଡାଣ ସମୟ ସୀମା ୨୦ ମିନିଟ୍ ରହିଥିବା ବେଳେ ଏହା ୨୦ କି.ମି ଯାଏ ଉଡିପାରିବ । ପାଖାପାଖି ୮୦% ସ୍ବଦେଶୀ ସରଞ୍ଜାମ ଉପଯୋଗ କରି କମ୍ପାନୀ ରାଜ୍ୟରେ ଏହି ଡ୍ରୋନ୍ ନିର୍ମାଣ କରିବ। ଆସନ୍ତା ଜାନୁଆରୀ ସୁଦ୍ଧା ଏହାର ଡିଜାଇନ୍ କାମ ଶେଷ ହୋଇଯିବ । ଏଥିରେ ସ୍ବୟଂଚାଳିତ ପାରାଚ୍ୟୁଟ୍ ରହିଛି । ଡ୍ରୋନ୍ ଟ୍ୟାକ୍ସି ସେବାରେ DGCAର ପ୍ରମାଣୀକୃତ ମାନବ ଡ୍ରୋନ୍ ଉପଯୋଗ କରାଯିବ ବୋଲି ଜଣା ପଡିଛି ।

 

Related Articles

Back to top button
WP Twitter Auto Publish Powered By : XYZScripts.com