ବାଣିଜ୍ୟ

ଆଦିବାସୀଙ୍କ ସର୍ବାଙ୍ଗୀନ ବିକାଶ ପାଇଁ ବ୍ଲୁ-ପ୍ରୁଣ୍ଟ ପ୍ରସ୍ତୁତ

   ଭୁବନେଶ୍ୱର, ୧୯/୦୧/୨୦୨୩ –    ଆଦିବାସୀ ଲୋକମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଗଠନ କରିଛନ୍ତି । ଏହିକ୍ରମରେ ଗୁରୁବାର ନବୀନ ନିବାସରେ ଏହି ପରିଷଦର ୯ଟି ଜିଲ୍ଲାର ସଦସ୍ୟଙ୍କ ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଲୋଚନା କରିଛନ୍ତି । ସେମାନଙ୍କର କିପରି ସର୍ବାଙ୍ଗୀନ ବିକାଶ ହୋଇପାରିବ ସେନେଇ ବ୍ଲୁ-ପ୍ରୁଣ୍ଟ ପ୍ରସ୍ତୁତ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ସ୍ୱତନ୍ତ୍ର ଉନ୍ନୟନ ପରିଷଦରେ କୋରାପୁଟ, ମାଲକାନଗିରି, ଗଜପତି, ମୟୂରଭଞ୍ଜ, କନ୍ଧମାଳ, ନବରଙ୍ଗପୁର, ସୁନ୍ଦରଗଡ଼ ଓ ରାୟଗଡ଼ା ଜିଲ୍ଲା ସାମିଲ ରହିଛି।

ଓଡ଼ିଶାର ଆଦିବାସୀ ଲୋକଙ୍କ କଲ୍ୟାଣ ରାଜ୍ୟ ସରକାରଙ୍କ ଫୋକସରେ ସବୁବେଳ ରହି ଆସିଛି। ବିଶେଷକରି ରାଜ୍ୟର  ଦେଶର ପ୍ରଥମ ରାଜ୍ୟ ଭାବେ ଓଡ଼ିଶାରେ ଆଦିବାସୀଙ୍କ ପାଇଁ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଗଠନ କରାଯାଇଥିବା ବେଳେ ଆଜି ମୁଖ୍ୟମନ୍ତ୍ରୀ ଏନେଇ ଆମକୁ ବ୍ୟାପକ ପରାମର୍ଶ ଦେବା ସହ ମାର୍ଗଦର୍ଶନ କରିଛନ୍ତି । ଆଦିବାସୀଙ୍କ ବିକାଶ ପାଇଁ କାର୍ଯ୍ୟନ୍ୱୟନ ହେଉଥିବା ଯୋଜନାରେ ଦୁର୍ନୀତି ନହୁଏ, ସେନେଇ ପରିଷଦର ସଦସ୍ୟମାନେ ସ୍ୱତନ୍ତ୍ର ଧ୍ୟାନ ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

ଆଗାମୀ ଦିନରେ SDC ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଏହାର ଉପଦେଷ୍ଟା ପ୍ରଦୀପ ମାଝୀ କହିଛନ୍ତି । ବୈଠକରେ ମୁଖ୍ୟମନ୍ତ୍ରୀ କଳା, ସଂସ୍କୃତି, ପରମ୍ପରା ସହ ଶିକ୍ଷା ସହ ସାମଗ୍ରିକ ବିକାଶକୁ ଗୁରୁତ୍ୱ ଦେଇଥିଲେ । ଆଦିବାସୀଙ୍କ ବିକାଶ ପାଇଁ ବିଭିନ୍ନ ଯୋଜନାରେ ଯେଉଁ ପାଣ୍ଠିର ବ୍ୟବସ୍ଥା ହୋଇଛି, ଆଗାମୀ ଦିନରେ ସେଥିରେ ଅର୍ଥ ବୃଦ୍ଧି କରାଯିବ । ସେହିପରି ପ୍ରତି ଜିଲ୍ଲାରୁ ୨ଜଣ ମେଧାବୀ ଛାତ୍ରଛାତ୍ରୀଙ୍କୁ ବିଦେଶରେ ଉଚ୍ଚଶିକ୍ଷା ପାଇଁ ପଠାଯିବା ନେଇ ବ୍ୟବସ୍ଥା କରିବାକୁ SDCର ସଦସ୍ୟମାନେ ବୈଠକ ପରେ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com