Breaking NewsFeaturedଜାତୀୟବାଣିଜ୍ୟ

୧ ଲକ୍ଷ ୨୦ ହଜାର କୋଟି କୋଟି ଟଙ୍କାର ଗୋଲାପି ନୋଟ ଗାଏବ

ମୋବାଇଲ୍‌ ନ୍ୟୁଜ୍‌ ବ୍ୟୁରୋ: ଶୁକ୍ରବାର ଅର୍ଥାତ୍‌ ୧୯ ତାରିଖ ସଞ୍ଜ ବେଳକୁ ହଠାତ ମାର୍କେଟରୁ ଦୁଇ ହଜାର ଟଙ୍କିଆ ଫେରାଇ ନେବାକୁ ଘୋଷଣା କଲା ଆରବିଆଇ । ଆସନ୍ତା ୨୩ ତାରିଖରୁ ୩୦ ସେପ୍ଟମ୍ବର ଭିତରେ ଆପଣଙ୍କ ପାଖରେ ଥିବା ଏସବୁ ୨ହଜାର ଟଙ୍କିଆ ନୋଟକୁ ବ୍ୟାଙ୍କରେ ବଦଳାବାକୁ ବା ଜମା କରିବାକୁ ପଡିବ । ହେଲେ ଏ ବିମୁଦ୍ରୀକରଣ ପଛରେ ଯେଉଁ ସବୁ କାରଣ ରହିଛି ତାରି ମଧ୍ୟରୁ ଏକ ପ୍ରମୁଖ କାରଣ ହେଉଛି ବର୍ତ୍ତମାନ ମାର୍କେଟରୁ ପାଖାପାଖି ୧ଲକ୍ଷ ୨୦ହଜାର କୋଟି ଟଙ୍କାର ଗୋଲାପି ନୋଟ ଗାଏବ ହୋଇ ଯାଇଛି । କୁଆଡଡ଼ ଗଲା ଏତେ ପରିମାଣର ଟଙ୍କା । କେଉଁଠି ଗଚ୍ଛିତ ହୋଇଛି ବିପୁଳ କଳାଧନ । ତେଣୁ କଳାଧନ ଉପରେ ପ୍ରହାର କରିବାକୁ ଏଭଳି ପଦକ୍ଷେପ ନିଆଯାଇଥିବା କୁହାଯାଉଛି । ତେବେ ଆସନ୍ତୁ ଜାଣିବା କେତେ ପରିମାଣରେ ୨୦୦୦ ଟଙ୍କିଆ ଗଚ୍ଛିତ ହୋଇ ରହିଛି ମାର୍କେଟରେ ।

ବିମୁଦ୍ରୀକରଣ ପରେ ୨୦୧୬ ନଭେମ୍ବରରେ ମାର୍କେଟ ପ୍ରବେଶ କରିଥିଲା ୨୦୦୦ ଟଙ୍କିଆ ନୋଟ । କିନ୍ତୁ ଏଇ ଦୁଇ ତିନି ବର୍ଷ ହେଲା ମାର୍କେଟରେ ଆଉ ୨୦୦୦ଟଙ୍କିଆ ନୋଟ ପ୍ରାୟତଃ ଦେଖିବାକୁ ମିଳୁନି । ଏବେ କାଁ ଭାଁ କୋଉଠି ଗୋଟେ ଖଣ୍ଡେ ଗୋଲାପି ନୋଟ ଦୋଖିବାକୁ ମିଳୁଛି । ତେବେ ନଜର ପକାନ୍ତୁ ଆରବିଆଆଇର ଆନୁଏଲ ରିପୋର୍ଟକୁ । ୨୦୧୯-୨୦ରେ ୨୭୩.୯୮କୋଟି ଦୁଇ ହଜାର ଟଙ୍କିଆ ନୋଟ ବା ୫ ଲକ୍ଷ ୪୭ ହଜାର୯୫୨ କୋଟି ଟଙ୍କା ମାର୍କେଟରେ ଦେଣନେଣ ହେଉଥିଲା । ଯାହା ମାର୍କେଟକୁ ଛଡା ଯାଇଥିବାମୋଟ ୨ହଜାର ଟଙ୍କିଆ ନୋଟର ମାତ୍ର୨୨.୬ ପ୍ରତିଶତ । ୨୦୨୦-୨୧ରେ ଏହାର ପରିମାଣ କମିଯାଇ ମାର୍କେଟରେ ୨୪୫.୧୦ କୋଟି ୨୦୦୦ ଟଙ୍କିଆ ନୋଟ ବା ୪ ଲକ୍ଷ ୯୦ହଜାର ୧୯୫ କୋଟି ଟଙ୍କା ଚଳପ୍ରଚଳ ହେଉଥିଲା । ଆଉ ୨୦୨୧-୨୨ରେ ଏହାର ମାତ୍ରା ଆହୁରି କମିଯାଇ ମାର୍କେଟରେ ମାତ୍ର୨୧୪.୨୦ କୋଟି ୨୦୦୦ଟଙ୍କିଆ ନୋଟ ବା ୪ ଲକ୍ଷ ୨୮ ହଜାର ୩୯୪ କୋଟି ଟଙ୍କା ନେଣଦେଣ ଚାଲିଥିଲା ।

ଆରବିଆଇ ରିପୋର୍ଟ ଅନୁସାରେ ୩୧ ମାର୍ଚ୍ଚ ୨୦୨୦ସୁଦ୍ଦା ମାର୍କେଟରେ ୫ ଲକ୍ଷ ୪୭ ହଜାର ଗୋଲାପି ନୋଟ ବା ୨୦୦୦ହଜାର ଟଙ୍କିଆ ନେଣଦେଣ ଚାଲିଥିଲା । ଯାହା ମୋଟ ଦୁଇ ହଜାର ଟଙ୍କିଆ ୨୨.୬ ପ୍ରତିଶତ । ସେହିଭଳି ୨୦୨୧ରେ ଏହା ୧୭.୩ ଓ ୨୦୨୨ରେ ଏହା ୧୩.୮ ପ୍ରତିଶତକୁ ଖସି ଆସିଥିଲା । ମାର୍ଚ୍ଚ ୩୧ ୨୦୧୮ରେ ସର୍ବାଧିକ ୬.୭୩ ଲକ୍ଷ କୋଟି ଟଙ୍କାର ଗୋଲାପି ନୋଟ ମାର୍କେଟରେ ପ୍ରଚଳିତ ହେଉଥିଲା ଯାହା ମୋଟ ୨୦୦୦ ଟଙ୍କିଆର ୩୭.୩ ପ୍ରତିଶତ ଯାହା ମାର୍ଚ୍ଚ ୩୧ ୨୦୨୩ରେ ୩.୬୨ ଲକ୍ଷ କୋଟି ବା ମୋଟ ୨ହଜାର ଟଙ୍କିଆର୧୦.୮ ପ୍ରତିଶତ । ଅର୍ଥାତ ଏବେ ମାର୍କେଟରେ ମୋଟ ୩.୬୨ ଲକ୍ଷ କୋଟି ଟଙ୍କାର ୨୦୦୦ ନୋଟ ପ୍ରଚଳିତ ହେଉଛି । ଯାହାକୁ ଆସନ୍ତା ସେପ୍ଟେମ୍ବର ସୁଦ୍ଧା ଫେରାଇ ଆଣିବାକୁ ଲକ୍ଷ ରଖିଛି ଆରବିଆଇ।

Related Articles

Back to top button
WP Twitter Auto Publish Powered By : XYZScripts.com