ଜାତୀୟ

ବିଳମ୍ବିତ ରାତ୍ରରେ ରାସ୍ତାରେ ବୁଲିବା ଅପରାଧ ନୁହେଁ

ମୁମ୍ବାଇ : ବିଳମ୍ବିତ ରାତ୍ରରେ ରାସ୍ତାରେ ବୁଲିବା କୌଣସି ଅପରାଧ ନୁହେଁ ବୋଲି ମୁମ୍ବାଇ ଏକ କୋର୍ଟ ଏକ ମାମଲାର ବିଚାର କରି କହିଛନ୍ତି। କର୍ଫ୍ୟୁ ଜାରି ହୋଇ ନ ଥିଲେ ରାସ୍ତାରେ ବୁଲିବା ଅପରାଧ ନୁହେଁ ବୋଲି କୋର୍ଟ ରାୟ ଦେଇଛନ୍ତି। ବିଳମ୍ବିତ ରାତ୍ରରେ ଜଣେ ୨୯ ବର୍ଷ ବୟସ୍କ ଯୁବକ ରାସ୍ତାରେ ବୁଲୁଥିବାରୁ ଜୁନ୍‌ ୧୩ରେ ତାଙ୍କୁ ପୋଲିସ ଗିରଫ କରିଥିଲେ। ଗିରଗାଓ୍ବଁ ମେଟ୍ରୋପଲିଟାନ ମାଜିଷ୍ଟ୍ରେଟ୍‌ ଏହାର ଶୁଣାଣି କରି କହିଥିଲେ ଯେ, ଯୁବକ ଜଣକ କୌଣସି ଅପରାଧ ଘଟାଇବା ଉଦ୍ଦେଶ୍ୟରେ ରାସ୍ତାରେ ବୁଲୁଥିଲେ ବୋଲି ପ୍ରମାଣିତ କରିବା କଷ୍ଟକର। ଏହା ସହିତ କୋର୍ଟ ଯୁବକଙ୍କୁ ଖଲାସ କରିଛନ୍ତି। ପୋଲିସ ଅନୁସାରେ ଉତ୍ତରପ୍ରଦେଶ ବାସିନ୍ଦା ସୁମିତ କଶ୍ୟପ ମୁମ୍ବାଇରେ ବିଳମ୍ବିତ ରାତ୍ରରେ ରାସ୍ତାରେ ବସିଥିଲେ। ସେ ରୁମାଲରେ ନିଜର ମୁହଁ ଘୋଡ଼ାଇ ଥିଲେ। ଏହା ଦେଖି ପୋଲିସ ତାଙ୍କୁ ଗିରଫ କରିଥିଲା। ମହାରାଷ୍ଟ୍ର ପୋଲିସ ଅଧିନିୟମ ୧୨୨ ଅନୁଯାୟୀ ତାଙ୍କ ବିରୋଧରେ ମାମଲା ରୁଜୁ କରାଯାଇଥିଲା। ତାଙ୍କୁ ରାତ୍ର ୧ଠା ୩୦ରେ ଗିରଫ କରାଯାଇଥିଲା। ଏହାର ବିଚାର କରି ମାଜିଷ୍ଟ୍ରେଟ୍‌ ନଦୀମ୍‌ ପଟେଲ କହିଥିଲେ ଯେ ମୁମ୍ବାଇ ଭଳି ସହରରେ ରାତ୍ର ୧ଟା ୩୦ ବିଳମ୍ବିତ ରାତ୍ର ନୁହେଁ।

Related Articles

Back to top button
WP Twitter Auto Publish Powered By : XYZScripts.com