ଜାତୀୟ

ଭାରତୀୟ ବିମାନ କ୍ଷେତ୍ରରେ ଯୋଡିହେବ  ଅକାଶା ଏୟାରର ପ୍ରଥମ ବିମାନ

ରାକେଶ ଝୁନଝୁନୱାଲାଙ୍କ କମ୍ପାନୀ ଅକାଶା ଏୟାରର ପ୍ରଥମ ବିମାନ ଆସି ପହଞ୍ଚିସାରିଛି । ଆସନ୍ତାମାସରୁ ଏହାର ଉଡାଣ ନେଇ ସୂଚନା ମିଳିଛି । ଅକାଶା ଏୟାର ବୋଇଂ କେ-୭୩୭ ଏୟାରକ୍ରାଫ୍ଟର ୭୨ ୟୁନିଟ ପାଇଁ ଅର୍ଡର ଦେଇଛି । ଏହା ମଧ୍ୟରୁ ପ୍ରଥମ ବିମାନ ଆସି ପହଞ୍ଚିସାରିଛି । କମ୍ପାନୀକୁ ସେରିମୋନିଆଲ କି ଜୁନ ୧୫ରେ ଆମେରିକାର ସିଟିଏଲରେ ହସ୍ତାନ୍ତର କରାଯାଇଛି । ଏହା ହେବା ଦ୍ୱାରା ଭାରତୀୟ ବିମାନ କ୍ଷେତ୍ରରେ ଆଉ ଏକ କମ୍ପାନୀ ଯୋଡି ହେବାକୁ ଯାଉଛି । ଶିଲ୍ପପତି ରାକେଶ ଝୁନଝୁନୱାଲାଙ୍କ କମ୍ପାନୀର ନିବେଶ ଥିବା ଅକାଶା ଏୟାର ଶୀଘ୍ର ତାର ଉଡାଣ ଆରମ୍ଭ କରିବ । ମଙ୍ଗଳବାର ପ୍ରଥମ ବିମାନକୁ କମ୍ପାନୀକୁ ହସ୍ତାନ୍ତର ହୋଇସାରିଛି । ଏହା ସହ କମ୍ପାନୀ ବିମାନ ପରିଚାଳନା ପାଇଁ ଆବଶ୍ୟକ ହେଉଥିବା ଏୟାର ଅପରେଟ ପରିମଟ ପାଇଁ ଆଉ ଗୋଟିଏ ପାଦ ଆଗକୁ ଯାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com