Breaking NewsFeaturedଜାତୀୟ

ଚାରିଆଡ଼େ ଆତଙ୍କ, ଦିନକରେ ହେବ ୧୦ ଜାଗାରେ ବିସ୍ଫୋରଣ

ମୋବାଇଲ୍‍ ନ୍ୟୁଜ୍‍ ବ୍ୟୁରୋ: ଜୁନରେ ୭ରେ ହେବ ବିସ୍ଫୋରଣ । ତାହାପୁଣି ଗୋଟିଏ ନୁହେଁ ୧୦ଟି ସ୍ଥାନରେ । ଏମିତି ଚିଠି ଆସିବା ପରେ ଏବେ ସମସ୍ତେ ଆତଙ୍କିତ । ପଞ୍ଜାବର ଭଟିଣ୍ଡା ଜିଲ୍ଲାର କେତେକ ନେତା, ଅଫିସର ଓ ବ୍ୟବସାୟୀଙ୍କ ପାଖକୁ ଏଭଳି ଚିଠି ଆସିଛି । ଏହି ଚିଠି ମିଳିବାପରେ ତୁରନ୍ତ ପୁଲିସକୁ ଖବର ଦିଆଯାଇଥିଲା । ଏହାପରେ ଆକ୍ସନ ମୋଡକୁ ଆସିଛି ପଞ୍ଜାବ ପୁଲିସ ।

ଏନେଇ ରାଜ୍ୟର ବିଭିନ୍ନ ଥାନାରେ ହାଇଆଲର୍ଟ ଜାରି କରାଯାଇଛି । ବିଶେଷକରି ଭଟିଣ୍ଡା ଜିଲ୍ଲାକୁ ପ୍ରବେଶ କରୁଥିବା ପ୍ରତିଟି ଗାଡ଼ିକୁ ଜୋରଦାର ଚେକିଂ କରାଯାଉଥିବା ବେଳେ ସନ୍ଦିଗ୍ଧ ବ୍ୟକ୍ତି ବିଶେଷଙ୍କ ଗିତିବିଧି ଉପରେ ନଜର ରଖାଯାଇଛି । ତେବେ ମିଳିଥିବା ୬ଟି ଚିଠି ମଧ୍ୟରୁ ଗୋଟିଏ ଚିଠି ଅସଲି ହୋଇଥିବା ବେଳେ ବାକି ସବୁ ଜେରକ୍ସ କପି । ପୋଷ୍ଟାଲ୍‍ ଜରିଆରେ ଏହି ଚିଠିଗୁଡ଼ିକୁ ପଠାଯାଇଥିଲା । ଏହି ଚିଠିଗୁଡ଼ିକରେ ଆମେ ପଞ୍ଜାବରେ ହିନ୍ଦୁ ଓ ମୁସଲିମଙ୍କୁ ରଖେଇ ଦେବୁନାହିଁ ବୋଲି ଲେଖାଯାଇଛି ।

ଏସ୍‍ଏସ୍‍ପି ଗୁଲନୀତ ଖୁରାନା ଜନସାଧାରଣଙ୍କୁ ନିବେଦନ କରି କହିଛନ୍ତି ଯେ, କୌଣସି ସନ୍ଦିଗ୍ଧ ବ୍ୟକ୍ତି ବା ନଜରକୁ ଆସିଲେ ତୁରନ୍ତ ପୁଲିସକୁ ଜଣାନ୍ତୁ । ତେବେ ବିସ୍ଫୋରଣ ନେଇ ସମସ୍ତ ସାମଗ୍ରୀ ପହଞ୍ଚି ସାରିଛି ଏବଂ କେଉଁଠି ବିସ୍ଫୋରଣ କରାଯିବା ତାହା ମଧ୍ୟ ଚିଠିରେ ଉଲ୍ଲେଖ କରାଯାଇଛି । ଏବେ କେବଳ ଭଗବାନ ହିଁ ବଞ୍ଚାଇ ପାରିବେ । ଆଉ ଯଦି କେହି ଅଟକାଇ ପାରିବେ ତ ଅଟକାଇ ଦେଖନ୍ତୁ ବୋଲି ଉକ୍ତ ଚିଠି ଗୁଡ଼ିକରେ ଚ୍ୟାଲେଞ୍ଜ ଦିଆଯାଇଛି । ଏହି ଚିଠି ଗୁଡ଼ିକ ପାଇବାପରେ ସବୁ ଦିଗରୁ ପୁଲିସ ତଦନ୍ତ ଆଗେଇ ଚାଲିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com