ଅନ୍ତର୍ଜାତୀୟଜାତୀୟ

ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କୁ ଗୁଳିମାଡ ଘଟଣା : ସାମ୍ନାକୁ ଆସିଲା ଭିଡିଓ…

ନୂଆଦିଲ୍ଲୀ : ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କୁ ଗୁଳିମାଡ ହୋଇଛି । ସେ ଭାଷଣ ଦେଉଥିବା ବେଳେ ଗୁଳି ମାଡର ଶିକାର ହୋଇଥିଲେ । ଏହାପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା କୁହାଯାଉଛି । ଏପରିକି ହୃଦୟ ମଧ୍ୟ କାମ କରୁନଥିବା ଶୁଣିବାକୁ ମିଳିଛି । ଏହାମଧ୍ୟରେ ଗୁଳିମାଡ ସମୟର ଫଟୋ ଓ ଭିଡିଓ ସାମ୍ନାକୁ ଆସିଛି ।

ସୂଚନାନୁସାରେ, ସିଞ୍ଜୋ ଆବେ ସକାଳେ ନାରା ସହରର ଏକ ସଭାରେ ଭାଷଣ ଦେଉଥିଲେ । ଏହି ସମୟରେ ତାଙ୍କୁ ଗୁଳିମାଡ ହୋଇଥିଲା । ତେବେ ତାଙ୍କୁ ଗୁଳିମାଡ କରିଥିବା ଆତତାୟୀକୁ ଅଟକ ରଖାଯାଇଛି । ଏହି ଘଟଣାକୁ ନେଇ ସାରା ବିଶ୍ୱରେ ଚର୍ଚ୍ଚା ଜୋର୍ ଧରିଛି । କାରଣ ସିଞ୍ଜୋ ଆବେ ଜଣେ ଲୋକପ୍ରିୟ ପ୍ରଧାନମନ୍ତ୍ରୀ ଥିଲେ । ଭାରତରେ ବୁଲେଟ୍ ଟ୍ରେନ୍ ପରିଯୋଜନାରେ ତାଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିଲା ।

ସିଞ୍ଜୋଙ୍କ ଉପରେ ଗୁଳିମାଡ ଘଟଣାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିନ୍ଦା କରିବା ସହ ଭାରତୀୟଙ୍କ ପ୍ରାର୍ଥନା ଆବେଙ୍କ ସହ ଥିବା କହିଛନ୍ତି । ସେହିପରି ହ୍ୱାଇଟ୍ ହାଉସ୍ ପକ୍ଷରୁ ମଧ୍ୟ ଘଟଣାକୁ ନିନ୍ଦା କରାଯାଇଛି ।

ସିଞ୍ଜୋଙ୍କୁ ଗୁଳିମାଡ କରିଥିବା ବ୍ୟକ୍ତି ୪୧ବର୍ଷର ଜଣେ ଯୁବକ ବୋଲି ଜଣାପଡିଛି । ତାଙ୍କୁ ଅଟକ ରଖି ସୁରକ୍ଷାକର୍ମୀ ପଚରାଉଚୁରା କରୁଛନ୍ତି । ତେବେ ଗୁଳିମାଡ ସମୟର ଭିଡିଓ ଏବେସାମ୍ନାକୁ ଆସିଛି । ସିଞ୍ଜୋ ଭାଷଣ ଦେଉଥିବା ବେଳେ ତାଙ୍କ ଉପରେ ଦୁଇଟି ଗୁଳି ଚାଳନା ହୋଇଥିବା ଭିଡିଓରେ ଦେଖିବାକୁ ମିଳିଛି । ଗୁଳିକାଣ୍ଡର ଶବ୍ଦ ମଧ୍ୟ ସ୍ପଷ୍ଟ ଭାବେ ଶୁଣିବାକୁ ମିଳିଛି ।

 

Related Articles

Back to top button
WP Twitter Auto Publish Powered By : XYZScripts.com