ଜାତୀୟଭାଇରାଲ୍ ଭିଡିଓ

କମାଲ କଲା ଜୁଗାଡ଼ ଟେକ୍ନୋଲୋଜି,ଗ୍ୟାସରେ ଚାଲୁଛି ଆଇରନ

ଭାରତୀୟମାନେ ସେମାନଙ୍କର ଜୁଗାଡ଼ ପାଇଁ ସାରା ବିଶ୍ୱରେ ଜଣାଶୁଣା । ଅନେକ କ୍ଷେତ୍ରରେ ଲୋକମାନେ ଜୁଗାଡ ମାଧ୍ୟମରେ ଏପରି ଜିନିଷ ତିଆରି କରନ୍ତି, ଯାହା ଦେଖିବା ପରେ ସବୁଠୁ ବଡ ଇଞ୍ଜିନିୟର ମଧ୍ୟ ଆଶ୍ଚର‌୍ୟ୍ୟ ହୋଇଯିବେ । ଏହି ୪୨ ସେକେଣ୍ଡର ଭିଡିଓରେ, ଜଣେ ବ୍ୟକ୍ତି ପୋଷାକ ଇସ୍ତ୍ରୀ କରିବା ପାଇଁ କୋଇଲା କିମ୍ବା ଇଲେକ୍ଟ୍ରିକ୍ ଆଇରନ୍ ନୁହେଁ, ବରଂ ଏଲପିଜି ଗ୍ୟାସ୍ ଦ୍ୱାରା ଆଇରନ୍ କରୁଛନ୍ତି । ଦିଲ୍ଲୀରେ ଗ୍ୟାସ ଦ୍ୱାରା ଚାଳିତ ଆଇରନ କିଛି ବର୍ଷ ହେଲା ବଜାରରେ ୩ରୁ ୪ ହଜାର ଟଙ୍କା ମଧ୍ୟରେ ବିକ୍ରି ହେଉଛି । ଏହି ଭିଡିଓ ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ‘ଗାଇଡ଼େଡ଼୍‌’ ନାମରେ ସେୟାର କରାଯାଇଛି, ଯାହାକୁ ବର୍ତ୍ତମାନ ସୁଦ୍ଧା ପ୍ରାୟ ୩୨ ହଜାର ଲୋକ ଦେଖିଛନ୍ତି। ଏଥିସହିତ, ଏହି ଭିଡିଓକୁ ୫ ହଜାରରୁ ଅଧିକ ଲୋକ ପସନ୍ଦ କରିଛନ୍ତି। ଭିଡିଓ ଦେଖିବା ପରେ ଜଣେ ଉପଭୋକ୍ତା ଲେଖିଛନ୍ତି, ‘ଏହି ଟେକ୍ନୋଲୋଜି ଭାରତ ବାହାରକୁ ଯିବା ଉଚିତ୍ ନୁହେଁ।’

Related Articles

Back to top button
WP Twitter Auto Publish Powered By : XYZScripts.com