Breaking NewsFeaturedଜାତୀୟରାଜନୀତି

ପାଞ୍ଚ ଦଶନ୍ଧିର ଅପରାଜେୟ ରାଜନେତା ଓମେନ୍‌ ଚାଣ୍ଡି ଆଉ ନାହାନ୍ତି…

ହୋଇଥିଲେ ୧୨ଥର ବିଧାୟକ ଓ ୨ ଥର ମୁଖ୍ୟମନ୍ତ୍ରୀ

ମୋବାଇଲ୍‌ ନ୍ୟୁଜ୍‌ ବ୍ୟୁରୋ: କେରଳ ପୂର୍ବତନ ମୁଖ୍ୟମନ୍ତ୍ରୀ ଓମେନ ଚାଣ୍ଡିଙ୍କ ୭୯ ବର୍ଷ ବୟସରେ  ପରଲୋକ ହୋଇଯାଇଛି। ବେଙ୍ଗାଳୁରୁରେ ଚିକତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି। ଗତ ୫୦ ବର୍ଷ ଧରି କେରଳ ରାଜନୀତିରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ଚାଣ୍ଡି। ଦୁଇ ଥର କେରଳର ମୁଖ୍ୟମନ୍ତ୍ରୀ ହୋଇଥିବା ବେଳେ ୧୨ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ରାଜନୈତିକ କ୍ୟାରିୟରରେ ବହୁ ପଦ ପଦବୀରେ ରହିବା ସହିତ ଗୁରୁତ୍ଵପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ।

Oomen Chandy no more

ଓମେନ ଚାଣ୍ଡି ୧୯୭୦ ପ୍ରଥମ ଥର ପାଇଁ କେରଳର ପୁଥୁପଲ୍ଲୀ ଆସନରୁ ୨୬ ବର୍ଷ ବୟସରେ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ।   ଏହା ପରଠାରୁ ସେ ରାଜନୀତିରେ ପୂରା ସକ୍ରିୟ ରହିଥିଲେ। ପାଞ୍ଚ ଦଶନ୍ଧି ଧରି ରାଜନୀତିରେ ସେ ପରାସ୍ତ ହୋଇନଥିଲେ। ୧୨ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିବାବେଳେ ଶେଷ ଥର ପାଇଁ ୨୦୨୧ରେ ବିଧାନସଭା ନିର୍ବାଚନ ଲଢିଥିଲେ। ଚାଣ୍ଡି ୨ଥର କେରଳର ମୁଖ୍ୟମନ୍ତ୍ରୀ ହୋଇଥିଲେ ଯାହା କି ୨୦୦୪ରୁ ୨୦୦୬ ଏବଂ ୨୦୧୧ରୁ ୨୦୧୬ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ଭାର ସମ୍ଭାଳିଥିଲେ। ସେହିପରି ୨୦୦୬ରୁ ୨୦୧୧ ଯାଏଁ ବିଭାନସଭାରେ ବିରୋଧୀ ଦଳ ନେତା ଭାବେ କାର୍ଯ୍ୟ କରିଥିଲେ। ଦୀର୍ଘ ୫୦ ବର୍ଷ ରାଜନୀତି ଜୀବନରେ ଦୁଇଟି ଘୋଟାଲା ତାଙ୍କ ନାଁରେ ଆସିଛି। କେରଳର ଅର୍ଥମନ୍ତ୍ରୀ ଥିବା ସମୟରେ ପାମୋଲେନ ସ୍କାମ୍ ଏବଂ ସୋଲାର ସ୍କାମ ତାଙ୍କ ନାଁରେ ଆସିଥିଲା ।

୧୯୪୩ ଅକ୍ଟୋବର ୧୩ରେ କେରଳର କୋଟାୟମ ଜିଲ୍ଲାରେ ଚାଣ୍ଡି ଜନ୍ମଗ୍ରହଣ କରିଥିଲେ। ବାପା କିଓ ଚାଣ୍ଡି ଏବଂ ମା’ ବେବି ଚାଣ୍ଡି। ଛାତ୍ର ଜୀବନରୁ ରାଜନୀତିରେ ପାଦ ଦେଇଥିବା ଚାଣ୍ଡି ଏର୍ଣ୍ଣକୁଲମ ଲ’ କଲେଜରେ ଏଲଏଲବି କରିଥିଲେ।

Related Articles

Back to top button
WP Twitter Auto Publish Powered By : XYZScripts.com