ଜାତୀୟ

ପଶୁ-ମଣିଷ ମଧୁର ସମ୍ପର୍କ; କୁମ୍ଭୀର ସହ ଖେଳକୁଦ ଦେଖି ହେବେ ତାଜୁବ୍‌

ବ୍ୟୁରୋ: ମଣିଷ ଓ ପଶୁଙ୍କ ମଧ୍ୟରେ ସୁମଧୁର ସମ୍ପର୍କ ଥାଏ । ଖାସ କରି କୁକୁର, ବିଲେଇ ଆଦି ପଶୁଙ୍କ ପ୍ରତି ରହିଥାଏ ଟିକିଏ ଅଧିକା ସ୍ନେହ ,ଶ୍ରଦ୍ଧା । ଆଜିକାଲି ସୋସିଆଲ ମିଡିଆରେ ପଶୁ ଓ ମଣିଷଙ୍କ ମଧ୍ୟରେ ଥିବା ପ୍ରେମ ଓ ସୁମଧୁର ସମ୍ପର୍କକୁ ନେଇ ଅନେକ ଭିଡିଓ ଭାଇରାଲ ମଧ୍ୟ ହେଉଛି । ଏହାରି ଭିତରେ ଏକ ଭିଡିଓ ଭାଇରାଲ ହେଉଛି ଯେଉଁ ଥିରେ ହିଂସ୍ର ପଶୁ ସହ ଜଣେ ବ୍ୟକ୍ତିଙ୍କୁ ଦେଖିବାକୁ ମିଳିଛି ।

ସେ ହିଂସ୍ର ପଶୁ ହେଉଛି କୁମ୍ଭୀର , ଯାହା ସହ ଜଣେ ବ୍ୟକ୍ତି ସାଙ୍ଗ ହୋଇ ଖେଳୁଥିବା ଦେଖିବାକୁ ମିଳିଛି । ଯାହାକୁ ଦେଖିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ଏହି ଭିଡିଓରେ ସେହି ବ୍ୟକ୍ତି କୁମ୍ଭୀର ସହ ଖେଳିବା ତା ଉପରେ ଶୋଇବା ଓ ତାକୁ ଚୁମ୍ଭନ କରିବା ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଛି । ଏହି ଭିଡିଓକୁ ୟୁଜର୍ସ ପସନ୍ଦ କରୁଥିବା ବେଳେ ଏହା ଜୋରଦାର ଭାଇରାଲ ହେବାରେ ଲାଗିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com