ବାଣିଜ୍ୟ

କଟକର ଘରୋଇ ନର୍ସିଂହୋମ ସାଉଥ ପଏଣ୍ଟରେ GST ରେଡ୍

   କଟକ, ୧୬/୦୧/୨୦୨୩ –   BSKY କାର୍ଡରେ ଟଙ୍କା ହଡପ ଘଟଣାରେ କଟକର ଘରୋଇ ନର୍ସିଂହୋମ ସାଉଥ ପଏଣ୍ଟରେ GST ରେଡ୍ ହୋଇଛି । ଏକାକାଳୀନ ୩ଟି ଜାଗାରେ ରେଡ୍ ଚାଲିଥିବା ବେଳେ ଏଥିରେ ୧୦ରୁ ଅଧିକ ଅଫିସର ସାମିଲ ହୋଇଛନ୍ତି । ହସପିଟାଲ ମାଲିକଙ୍କ ଘର, ମିରାଜ ଫାର୍ମାସ୍ୟୁଟିକାଲରେ ମଧ୍ୟ ଚଢ଼ାଉ ଚାଲିଛି । ୨୦୧୮ରେ ହସପିଟାଲର GST ମାସେ ପାଇଁ ହୋଇଥିଲା । ଏହାପରେ ହସ୍ପିଟାଲର GST ବାତିଲ କରି ଏହି GST ନମ୍ବରକୁ ମେଡିସିନ ଷ୍ଟୋର ନାଁରେ କରା ଯାଇଥିଲା । ସେବେଠାରୁ ବିନା GSTରେ ହସପିଟାଲ ଚାଲିଥିଲା ।

ପୂର୍ବରୁ କଟକ ବୟାଳିଶ ମୌଜାରେ ଥିବା ସାଉଥ ପଏଣ୍ଟ ହସପିଟାଲ ବିରୋଧରେ ରାଜ୍ୟ ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ । ହସପିଟାଲକୁ ପ୍ୟାନେଲରୁ ବହିଷ୍କାର କରାଯାଇଥିବା ବେଳେ ଦାୟିତ୍ବରେ ଥିବା ସ୍ବାସ୍ଥ୍ୟ ମିତ୍ରଙ୍କୁ ମଧ୍ୟ ହଟା ଯାଇଥିଲା । ଗତ ୧୦ ତାରିଖରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା କାର୍ଡରେ ଟଙ୍କା ଲୁଟ୍ ଅଭିଯୋଗରେ କଟକ ବୟାଳିଶ ମୌଜା ଥାନା ପୋଲିସ ଦଲାଲ ସମେତ ହସ୍ପିଟାଲ ମାଲିକକୁ ମିଶାଇ ମୋଟ୍ ୫ଜଣଙ୍କୁ ଗିରଫ କରିଥିଲା ।

Related Articles

Back to top button
WP Twitter Auto Publish Powered By : XYZScripts.com