ବାଣିଜ୍ୟ

ବିଧାୟକଙ୍କୁ ଦଳ ଛାଡ଼ିବା ପାଇଁ ୨୦ କୋଟି ଟଙ୍କାର ପ୍ରସ୍ତାବ ଦେଉଛି ବି.ଜେ.ପି

ନୂଆଦିଲ୍ଲୀ, ୨୫/୦୮/୨୦୨୨-  ବିଧାୟକଙ୍କୁ ଦଳ ଛାଡ଼ିବା ପାଇଁ ୨୦ କୋଟି ଟଙ୍କାର ପ୍ରସ୍ତାବ ଦିଆଯାଉଛି । ସହଯୋଗ ନକଲେ ସେମାନଙ୍କ ବିରୋଧରେ ସିବିଆଇ ଏବଂ ଇଡି ମାମଲା ରୁଜୁ ନେଇ ଧମକ ମିଳୁଛି । ଅବକାରୀ ଦୁର୍ନୀତି ମାମଲାରେ ଦିଲ୍ଲୀ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ବିରୋଧରେ ତଦନ୍ତ ଚାଲିଥିବା ବେଳେ ଏଭଳି ଗୁରୁତର ଅଭିଯୋଗ ଆଣିଛି ଆମ୍ ଆଦମୀ ପାର୍ଟି । ଏପରିକି ଦଳୀୟ ବିଧାୟକ ଦିଲ୍ଲୀପ ପାଣ୍ଡେ କହିଛନ୍ତି, ୪୦ ବିଧାୟକଙ୍କୁ ଆପରୁ ଅଲଗା କରିବାକୁ ବିଜେପି ପକ୍ଷରୁ ଯୋଜନା ପ୍ରସ୍ତୁତ ହୋଇଛି ଏପରିକି ଅଧିକାଂଶ ବିଧାୟକଙ୍କ ସହ ଯୋଗାଯୋଗ ମଧ୍ୟ କରାଯାଇଛି । ପ୍ରତି ବିଧାୟକଙ୍କୁ ୨୦ କୋଟି ବଦଳରେ ଦଳ ଛାଡିବାକୁ ଅଫର କରାଯାଇଛି । ଆଉ ଏହି ହିସାବରେ ୪୦ ବିଧାୟକଙ୍କ ପାଇଁ ୮୦୦ କୋଟି ଟଙ୍କା ଖର୍ଚ୍ଚ ହେବ । ତେବେ ଏହି ଟଙ୍କା କେଉଁଠୁ ଆସୁଛି ବୋଲି ସିବିଆଇ ଏହାର ଯାଞ୍ଚ କରିବା ଉଚିତ ବୋଲି ସେ କହିଛନ୍ତି । ଏଭଳି ଏକ ଘଟଣା ପରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କ୍ରେଜିୱାଲ ବିଧାୟକ ମାନଙ୍କର ଏକ ବୈଠକ ଡାକିଛନ୍ତି । ଏବେ ଦିଲ୍ଲୀ ବିଧାନସଭାରେ ଆମ୍ ଆଦମୀ ପାର୍ଟିର ୬୨ ଜଣ ବିଧାୟକ ରହିଛନ୍ତି ।  ସ୍ୱତନ୍ତ୍ର ଅଧିବେଶନ ପୂର୍ବରୁ ଗୁରୁବାର ଆପ ବିଧାୟକ ଦଳର ବୈଠକ ବସିବ । ଏନେଇ ସମସ୍ତ ବିଧାୟକଙ୍କୁ ନୋଟିସ କରାଯାଇଛି । ତେବେ ଏହି ବୈଠକରେ କେତେଜଣ ବିଧାୟକ ଉପସ୍ଥିତ ରହୁଛନ୍ତି ତାହା ଉପରେ ସମସ୍ତଙ୍କର ନଜର ରହିଛି । କିନ୍ତୁ ଏହି ୬୨ ଜଣଙ୍କ ମଧ୍ୟରୁ କିଛି ବିଧାୟକଙ୍କ ସହ ବୈଠକ ପୂର୍ବରୁ ଯୋଗାଯୋଗ ହୋଇପାରୁନଥିବା ନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି । ଯାହା ଆମ ଆଦମୀ ପାର୍ଟିର ଶୀର୍ଷ ନେତାଙ୍କ ମୁଣ୍ଡବିନ୍ଧାର କାରଣ ପାଲଟିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com