ବାଣିଜ୍ୟ

ନିର୍ମଳା ସୀତାରମଣଙ୍କ ବଡ଼ ଘୋଷଣା : ଖୁବଶୀଘ୍ର ଜାରି ହେବ LIC ଆଇପିଓ , ଏଣିକି ଶେୟାର ମାର୍କେଟରେ ଲିଷ୍ଟ ହେବ LIC

ନୂଆଦିଲ୍ଲୀ : ସଂସଦରେ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ବଜେଟ ଉପସ୍ଥାପନା ଜାରି ରହିଛି । କେନ୍ଦ୍ର ଅର୍ଥମନ୍ତ୍ରଙ୍କ ବଡ଼ ଘୋଷଣା, ଦେଶର ସବୁଠାରୁ ବଡ଼ ବୀମା କମ୍ପାନୀ LIC ର ଆଇପିଓ ଖୁବଶୀଘ୍ର ଆସିବ ବୋଲି କହିଛନ୍ତି । ଅର୍ଥମନ୍ତ୍ର ନିର୍ମଳା ସୀତାରମଣ ବଜେଟ୍ ଅଧିବେଶନରେ ଏହି ମନ୍ତବ୍ୟ ଦେଇଛନ୍ତି ଯେ ଚଳିତ ଆର୍ଥିକ ବର୍ଷରେ LIC ଆଇପିଓ ଆଣିବାକୁ କେନ୍ଦ୍ର ସରକାର ପ୍ରତିଶୃତିବଦ୍ଧ । ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ତାଙ୍କ ବଜେଟ ଭାଷଣରେ LIC ଆଇପିଓ ଖୁବଶୀଘ୍ର ଆଣିବାକୁ ଘୋଷଣା କରିବା ସହ ଚଳିତ ଆର୍ଥିକ ବର୍ଷରେ ସରକାର ଆହୁରି ଅନେକ ଆଇପିଓ ଆଣିବେ ବୋଲି କହିଛନ୍ତି ।
ସଂସଦରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ LICର ଆଇପିଓ ଘୋଷଣା କରିବା ପୂର୍ବରୁ ଡିଆଇପିଏଏମ ସଚିବ ତୁହିନ କାନ୍ତ ପାଣ୍ଡେ ଆଇପିଓକୁ ନେଇ ସୂଚନା ଦେଇସାରିଛନ୍ତି । ତୁହିନ କାନ୍ତ ପାଣ୍ଡେ କହିଛନ୍ତି LIC ଯେ ଆଇପିଓରୁ ପ୍ରାୟ ୧ ଲକ୍ଷ କୋଟି ସଂଗ୍ରହ କରିବା ଲକ୍ଷ୍ୟ ରହିଛି । ସେ କହିଛନ୍ତି LIC ଆଇପିଓ ମାର୍ଚ୍ଚ ଶେଷ ସୁଦ୍ଧା ଶେୟାର ମାର୍କେଟରେ ଲିଷ୍ଟ କରିବେ ।
LIC ଆଇପିଓ ଦେଶର ସବୁଠାରୁ ବଡ଼ ଆଇପିଓ ହେବାକୁ ଯାଉଛି । ନିକଟରେ Paytm ୧୮ ହଜାର ୩୦୦ କୋଟିର ଆଇପିଓ ଆଣିଥିଲା । ଯାହା ଭାରତ ଇତିହାସରେ ସବୁଠାରୁ ବଡ଼ ଆଇପିଓ ଥିଲା । ତାହା ପୂର୍ବରୁ କୋଲ ଇଣ୍ଡିଆ ୧୫ ହଜାର କୋଟିର ଆଇପିଓ ଆଣିଥିଲା

Related Articles

Back to top button
WP Twitter Auto Publish Powered By : XYZScripts.com