ବାଣିଜ୍ୟ

ସୁନାଠୁ ଦାମିକା ଫ୍ରାନ୍ସ ଆଳୁ

 ଭୁବନେଶ୍ୱର, ୧୮ / ୦୪/ ୨୦୨୩ –   ଭାରତରେ ପ୍ରତ୍ୟେକ ଖାଇବା ଥାଳିରେ ଆପଣ ଆଳୁ ନିଶ୍ଚୟ ପାଇବେ । ଧନୀରୁ ଗରିବ ସମସ୍ତଙ୍କ ରୋଷେଇଶାଳରେ ଆଳୁ ଏକ ସାଧାରଣ ପରିବା । ଆଉ ବଜାରରେ ସମସ୍ତଙ୍କ ପକେଟକୁ ସୁହାଇଲା ଭଳି ଏହାର ଦାମ୍ ୨୦ରୁ ୩୦ ଭିତରେ ରହିଥାଏ । କିନ୍ତୁ ଆମେ ଆଜି ଆପଣଙ୍କୁ କହିବୁ ଏମିତି ଏକ ଆଳୁ ସମ୍ପର୍କରେ ଯାହାର ମୂଲ୍ୟ ବଦଳରେ ଆପଣ ସୁନା ବି କିଣିପାରିବେ ।

ଆଜ୍ଞା ହଁ, କଥାଟା ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ଏହି ଆଳୁର ନା ହେଉଛି ‘ଲେ ବୋନଟ’ । ଏହି ଆଳୁରେ ଏକ ସ୍ୱତନ୍ତ୍ର ପ୍ରକାରର ପୋଷକ ତତ୍ୱ ରହିଛି । ଏହା ବ୍ୟତୀତ ତାର ଚୋପା ବି ବେଶ୍ ଉପକାରୀ । ଏହାକୁ ଖାଇଥିବା ଲୋକ କହନ୍ତି ଯେ, ଏହି ଆଳୁରେ ଲେମ୍ବୁ, ଲୁଣ ଓ ଅନ୍ୟାନ୍ୟ ପରିବାର ସ୍ୱାଦ ରହିଛି ।

ଏହାଛଡା ଏହି ଆଳୁରୁ ସାଲାଡ, ପୁରୀ ,ସୁପ କ୍ରିମ୍ ମଧ୍ୟ ପ୍ରସ୍ତୁତ କରାଯାଇଥାଏ । ଏହି ଆଳୁ କେବଳ ପ୍ରାନ୍ସର ଇଲେ ଷହ ନୋର୍ମୋଟାୟାର ଦୀପରେ ‘ହିଁ ଚାଷ କରାଯାଇଥାଏ । ଏହି ଆଳୁ ବର୍ଷକରେ ମାତ୍ର ୧୦ ଦିନ ପାଇଁ ବଜାରରେ ମିଳେ । କାରଣ ପୃଥିବୀର ଅନ୍ୟ କୌଣସି ଦେଶର ଜଳବାୟୁରେ ଏହା ଫଳେନାହିଁ । କେବଳ ଏହି ଗୋଟିଏ କାରଣ ପାଇଁ ହିଁ ଏହି ପ୍ରଜାତିର ଆଳୁର ଦାମ୍ ଏକ କିଲୋକୁ ୫୦ ହଜାର ଟଙ୍କା ।

Related Articles

Back to top button
WP Twitter Auto Publish Powered By : XYZScripts.com