ବାଣିଜ୍ୟ

ରାଜ୍ୟରେ ଅପରିବର୍ତ୍ତିତ ରହିବ ବିଜୁଳି ଦର

ଭୁବନେଶ୍ୱର, ୨୩/୦୩/୨୦୨୩ –  ଗ୍ରାହକଙ୍କ ଉପରେ ପଡ଼ିବନି ବିଦ୍ୟୁତ୍ ବୋଝ । ରାଜ୍ୟରେ ବିଜୁଳି ଦର ଅପରିବର୍ତ୍ତିତ ରଖିବା ନେଇ ନିଷ୍ପତି ନେଇଛି ଓଡିଶା ବିଦ୍ୟୁତ୍ ନିୟାମକ ଆୟୋଗ – OERC । ସେହିପରି ଫାଇନ୍ ବ୍ୟବସ୍ଥାକୁ ବାଦ ଦିଆଯିବା ସହ ଚାଷୀଙ୍କ ପାଇଁ ମଧ୍ୟ ରିହାତି ରହିବ । ଡିଜିଟାଲ ପେମେଣ୍ଟରେ ୪ ପ୍ରତିଶତ ରିହାତି ରଖାଯାଇଛି । ତୁରନ୍ତ ବିଲ ଦେଉଥିବା ଗ୍ରାହକଙ୍କୁ ମଧ୍ୟ ରିହାତି ଦିଆଯିବ ।

ବର୍ତ୍ତମାନ ୦ ରୁ ୫୦ ୟୁନିଟ୍ ପାଇଁ ୟୁନିଟ୍ ପିଛା ୩ ଟଙ୍କା, ୫୦-୨୦୦ ୟୁନିଟ୍ ପାଇଁ ୪.୮୦ ଟଙ୍କା, ୨୦୦-୪୦୦ ୟୁନିଟ୍ ପାଇଁ ୫.୮୦ ଟଙ୍କା, ୪୦୦ ରୁ ଅଧିକ ୟୁନିଟ୍ ପାଇଁ ୬.୨୦ ଟଙ୍କା ୨୦୨୩-୨୪ ପର୍ଯ୍ୟନ୍ତ ଜାରି ରହିବ ।ଶୀତଳ ଭଣ୍ଡାର ପାଇଁ ୟୁନିଟ ପିଛା ୧ ଟଙ୍କା ୬୦ ପଇସା ଛାଡ଼ କରାଯାଇଛି । ସେହିପରି ରେଳବାଇ କ୍ଷେତ୍ରରେ ୨୫ ପ୍ରତିଶତର ରିହାତିକୁ ମଞ୍ଜୁର କରାଯାଇଛି ।

 

Related Articles

Back to top button
WP Twitter Auto Publish Powered By : XYZScripts.com