ବାଣିଜ୍ୟ

ବିପଦରେ ଶ୍ରୀମନ୍ଦିର ଗରୁଡ଼ ସ୍ତମ୍ବ

 ଭୁବନେଶ୍ୱର , ୧୯/୧୧/୨୦୨୨-   ପୁରୀ ଶ୍ରୀମନ୍ଦିର ନାଟମଣ୍ଡପ ସ୍ଥିତ ଗରୁଡ ସ୍ତମ୍ବ ବିପଦରେ । ଏଭଳି ଏକ ଖବର ସମସ୍ତ ଜଗନ୍ନାଥ ପ୍ରେମୀଙ୍କ ଭାବାବେଗକୁ ଆଗାତ ଦେବାସହ ଚିନ୍ତାରେ ପକାଇଛି । ଗରୁଡ ସ୍ତମ୍ବର ପ୍ରକୃତ ସ୍ଥିତି ଜାଣିବାକୁ ସମସ୍ତେ ବ୍ୟଗ୍ର ହୋଇ ଉଠିଛନ୍ତି । ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନା ନିକଟରେ ପ୍ରତ୍ନତତ୍ତ୍ୱ ବିଭାଗକୁ ଏହି ମର୍ମରେ ଲେଖିଥିବା ଚିଠି ପରେ ଖବର ପଦାକୁ ଆସିଛି । ଏହି ଚିଠିରେ ଗରୁଡ ସ୍ତମ୍ଭ ଦିନକୁ ଦିନ କ୍ଷୟ ହେବାରେ ଲାଗିଥିବା ଚିନ୍ତା ପ୍ରକଟ କରାଯାଇଛି ।

ଦୈନନ୍ଦିନ ହଜାର ହଜାର ଭକ୍ତ ସ୍ତମ୍ବକୁ ଛୁଇଁବା ସହ କୁଣ୍ଢାଉଥିବାରୁ ଏଭଳି ଅବସ୍ଥା ଉପୁଜିଛି । ବର୍ଷ ବର୍ଷ ଧରି ଭକ୍ତ ପ୍ରଥମେ ଗରୁଡ ସ୍ତମ୍ବକୁ ସ୍ପର୍ଷ କରି ଚତୁର୍ଦ୍ଧାବିଗ୍ରହଙ୍କୁ ଦର୍ଶନ କରିଥାନ୍ତି । ଗରୁଡ ସ୍ତମ୍ବକୁ ବାରମ୍ବାର କୋଳାଗ୍ରତ କରିବା ଦ୍ୱାରା ଏହାର ମୋଟେଇ ପତଳା ହେବା ସହ ସ୍ତମ୍ବଟିର ସ୍ଥାୟିତ୍ବ ପ୍ରତି ବିପଦ ଦେଖାଦେଇଥିବା ଚିଠିରେ ଉଲ୍ଲେଖ ରହିଛି। ଏଣୁ ଗରୁଡ ସ୍ତମ୍ଭ ଚାରିପଟ ଆବଦ୍ଧ କରାଯାଉ । ଏସ୍ଏସ୍ ଷ୍ଟିଲ ବୁଲାଯାଇ ରୂପା ଚାଦର ଆଛାଦନ କରିବା ପାଇଁ ଚିଠିରେ ଉଲ୍ଲେଖ ରହିଛି। ଏହି କାମ ପାଇଁ ୧ କୋଟି ୩୦ ଲକ୍ଷ ଟଙ୍କା ଖର୍ଚ୍ଚ ହେବ ବୋଲି ପ୍ରାଥମିକ ଆକଳନ କରାଯାଇଛି । ଜଣେ ଭକ୍ତ ଏବ ବାବଦ ଖର୍ଚ୍ଚ ବହନ କରିବାକୁ ଆଗ୍ରହ ପ୍ରକାଶ କରିଥିବା ଜଣା ପଡିଛି ।

ତେବେ ଗରୁଡ ସ୍ତମ୍ବକୁ ଛୁଇଁବା ନେଇ ଭକ୍ତଙ୍କ ମଧ୍ୟରେ ଏକ ଆବେଗ ରହିଛି । ଚନ୍ଦନକାଠର ଜୀବାସ୍ମରେ ନିର୍ମିତ ଗରୁଡ ସ୍ତମ୍ଭ ଛୁଇଁଲେ ବିଭିନ୍ନ ରୋଗରୁ ମିକ୍ତି ସହ ଅନେକ ମନୋସ୍କମନା ପୂର୍ଣ୍ଣ ହେବାର ବିଶ୍ୱାସ ରହିଛି । ଯଦି ରୂପା ଚାଦର ଆବରଣ କରାଯାଏ ଆଗାମୀ ଦିନରେ ଏହାକୁ ଭକ୍ତ ଛୁଇଁ ପାରିବେ କି ନାହିଁ ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।‌ ଏହି ପ୍ରସଙ୍ଗ ନେଇ ଛତିଶାନିଯୋଗ ନାୟକ, ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ଓ ବରିଷ୍ଠ ସେବାୟତଙ୍କୁ ନେଇ ପୂର୍ବରୁ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା। କିନ୍ତୁ ବୈଠକରେ କୌଣସି ନିଷ୍ପତ୍ତି ହୋଇପାରିନାହିଁ । ଏହା ଭକ୍ତର ଭାବାବେଗକୁ ଆଘାତ ପହଞ୍ଚାଇବ ବୋଲି ସେବାୟତମାନେ ବୈଠକରେ ଦାବୀ କରିଥିଲେ।

Related Articles

Back to top button
WP Twitter Auto Publish Powered By : XYZScripts.com